ଶସ୍ତାରେ ଟିକା ନେଇ ଘରୋଇ ହସ୍ପିଟାଲକୁ ଅଧିକ ଟଙ୍କାରେ ଟିକା ବିକ୍ରି କରି ଅଡୁଆରେ ପଞ୍ଜାବ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 4, 2021

ଶସ୍ତାରେ ଟିକା ନେଇ ଘରୋଇ ହସ୍ପିଟାଲକୁ ଅଧିକ ଟଙ୍କାରେ ଟିକା ବିକ୍ରି କରି ଅଡୁଆରେ ପଞ୍ଜାବ ସରକାର

ଅମୃତସର: ଦେଶରେ ଟିକାର ଅଭାବ ରହିଛି। ଏହାକୁ ଅସ୍ତ୍ର କରି କଂଗ୍ରେସ ନେତା ଏବଂ ଦଳର ପୂର୍ବତନ ସଭାପତି ରାହୁଲ୍ ଗାନ୍ଧୀ ଶାସକ ଦଳ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରୁଛନ୍ତି। ଏହାରି ଭିତରେ କଂଗ୍ରେସ ଶାସିତ ରାଜ୍ୟ ପଞ୍ଜାବ ନାଁରେ ଆସିଛି ସାଂଘାତିକ ଅଭିଯୋଗ। କେନ୍ଦ୍ର ପାଖରୁ କମ୍ ମୂଲ୍ୟରେ ଟିକା ନେଇ ଘରୋଇ ହସ୍ପିଟାଲକୁ ବେଆଇନ୍ ଭାବରେ ଅଧିକ ଦାମରେ ଟିକା ବିକ୍ରି କରି ରାଜସ୍ୱ ବଢାଇବା ଲକ୍ଷରେ ଏହି ସରକାର। ଆଉ ଘରୋଇ ହସ୍ପିଟାଲ ସେହି ଟିକାକୁ ଅଧିକ ଦାମରେ ଲୋକଙ୍କୁ ଦେଉଥିବା ଜଣାପଡ଼ିବା ପରେ କ୍ୟାପଟେନ ଅମରିନ୍ଦର ସିଂହ ସରକାରଙ୍କୁ ଘେରିଛି ବିଜେପି ସମେତ ଶିରୋମଣୀ ଅକଳୀ ଦଳ।

ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀ ମଧ୍ୟ ଜୋରଦାର ବର୍ଷିଛନ୍ତି ଉଭୟ ରାହୁଲ୍ ଗାନ୍ଧୀ ଏବଂ କଂଗ୍ରେସ ଉପରେ। ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଅନ୍ୟମାନଙ୍କୁ କରୋନା ପରିଚାଳନା ଉପରେ ଜ୍ଞାନ ବାଣ୍ଟିବା ପରିବର୍ତ୍ତେ ପ୍ରଥମେ ପଞ୍ଜାବ ଲୋକ କିଭଳି ଟିକା ପାଇବେ ଏବଂ ବେଆଇନ୍ କାମକୁ ରୋକି ହେବ ସେ ବାବଦରେ ବୁଝିବା ଦରକାର ବୋଲି ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ସମଗ୍ର ପଞ୍ଜାବ କରୋନାରେ ଆକ୍ରାନ୍ତ। ଏଠାରେ ଗାଁରେ ଅଧିକ ସଂକ୍ରମିତ ଏବେ ଚିହ୍ନଟ ହେଉଛନ୍ତି ସହର ତୁଳନାରେ। କିନ୍ତୁ ରାଜ୍ୟ ସରକାର ଟିକାକରଣ କରି ଲାଭ ରଖିବା ଉଦ୍ଦେଶ୍ୟରେ ବେଆଇନ କାମକୁ ପ୍ରୋତ୍ସାହିତ କରୁଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ତିନି ଚାରି ଦିନ ହେବ ଆଭ୍ୟନ୍ତରୀଣ କନ୍ଦଳ ପାଇଁ ଦିଲ୍ଲୀରେ ପଞ୍ଜାବ ନେତା। ଏଭଳି ସ୍ଥିତିରେ ପଞ୍ଜାବର ଲୋକଙ୍କୁ ଅଣଦେଖା କରିବା କଂଗ୍ରେସ ଦଳର ସବୁଠାରୁ ବଡ ପାପ।

ଜାଭଡେକର କହିଛନ୍ତି ଯେ ପଞ୍ଜାବ ସରକାରଙ୍କୁ ୧.୪୦ ଲକ୍ଷରୁ ଅଧିକ ଡୋଜ୍ କୋଭାକ୍ସିନ୍ ୪୦୦ ଟଙ୍କାରେ ଯୋଗାଇ ଦିଆଯାଇଛି। ଯାହାକୁ ସେଠିକାର କଂଗ୍ରେସ ସରକାର ୨୦ଟି ଘରୋଇ ହସ୍ପିଟାଲକୁ ୧୦୦୦ ଟଙ୍କାରେ ବିକ୍ରି କରିଛନ୍ତି।

ସେ କହିଛନ୍ତି, “ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାର ରାଜ୍ୟକୁ ୨୨ କୋଟି ଡୋଜ କୋଭିଡ ଟିକା ମାଗଣାରେ ଯୋଗାଇ ଦେଇଛନ୍ତି। କିନ୍ତୁ କଂଗ୍ରେସ ସରକାର ଏଥିରୁ କେମିତି ଦୁଇ ପଇସା ମିଳିପାରିବ ଚିନ୍ତାରେ ନିଜର ଆଭିମୁଖ୍ୟ ବଜାଇ ରଖିଛନ୍ତି।

ଗୁରୁବାର କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ଟିକା ପ୍ରସଙ୍ଗରେ ପଞ୍ଜାବ ସରକାରଙ୍କ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱର ଉପରେ ପ୍ରଶ୍ନ କରିଥିଲେ। ଯେତେବେଳେ କେନ୍ଦ୍ର ରାଜ୍ୟକୁ ମାଗଣା ଟିକା ଦେଉଛି ସେତେବେଳେ ଜଣେ ବ୍ୟକ୍ତି କାହିଁକି ଦୁଇଟି ଡୋଜ ପାଇଁ ୩,୧୨୦ ରୁ ଅଧିକ ଟଙ୍କା ଦେବେ ବୋଲି ପ୍ରଶ୍ନ କରିଛନ୍ତି।  ସେ ଆହୁରି ମଧ୍ୟ କହିଛନ୍ତି ଯେ “ପଞ୍ଜାବ ସରକାର ଘରୋଇ ଡାକ୍ତରଖାନା ସହ ହାତ ମିଳାଉଛନ୍ତି।

The post ଶସ୍ତାରେ ଟିକା ନେଇ ଘରୋଇ ହସ୍ପିଟାଲକୁ ଅଧିକ ଟଙ୍କାରେ ଟିକା ବିକ୍ରି କରି ଅଡୁଆରେ ପଞ୍ଜାବ ସରକାର appeared first on Odisha Reporter.



from Odisha Reporter https://ift.tt/2SYaG7F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages