ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ଡେଇଁଲା, ଆଉ ୪୦ ଜଣଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 4, 2021

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ଡେଇଁଲା, ଆଉ ୪୦ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୩୯୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ପାର ହୋଇଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭.୨୪ ଲକ୍ଷରୁ ଅଧିକ ସୁସ୍ଥ ହୋଇସାରିଛନ୍ତି। ଅନ୍ୟପକ୍ଷରେ ଆଉ ୪୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୬୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୩୨୨୬ଟି ହେଉଛି ଲୋକାଲ୍ କେସ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୬୯ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୮୬୮, ଯାଜପୁରରୁ ୫୧୬, ଅନୁଗୋଳରୁ ୪୪୩, ମୟୂରଭଞ୍ଜରୁ ୩୮୪, ପୁରୀରୁ ୩୫୬ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୪୧ ଜଣ ଚିହ୍ନଟ ହୋଇଛନ୍ତି।

ବାଲେଶ୍ୱର ଜିଲ୍ଲାରୁ ୨୮୫ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୭୧, ଭଦ୍ରକରୁ ୨୩୮, ବଲାଙ୍ଗିରରୁ ୮୧, ବୌଦ୍ଧରୁ ୧୩୩, ଦେବଗଡ଼ରୁ ୫୭, ଢେଙ୍କାନାଳରୁ ୮୧, ଗଜପତିରୁ ୫୨, ଗଞ୍ଜାମରୁ ୬୯, ଜଗତସିଂହପୁରରୁ ୨୮୮, ଝାରସୁଗୁଡ଼ାରୁ ୬୬, କଳାହାଣ୍ଡିରୁ ୧୬୬, କନ୍ଧମାଳରୁ ୭୬, କେନ୍ଦୁଝରରୁ ୧୫୮, କୋରାପୁଟରୁ ୧୬୧, ମାଲକାନଗିରିରୁ ୧୧୦, ନବରଙ୍ଗପୁରରୁ ୧୯୬, ନୟାଗଡ଼ରୁ ୨୪୩, ନୂଆପଡ଼ାରୁ ୨୨, ରାୟଗଡ଼ାରୁ ୧୨୫, ସମ୍ବଲପୁରରୁ ୧୩୭, ସୋନପୁରରୁ ୯୧ ଓ ସୁନ୍ଦରଗଡ଼ରୁ ୨୬୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୧୪୫ ଜଣ ଚିହ୍ନଟ ହୋଇଛନ୍ତି।

୭୩୯୫ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୬ ହଜାର ୯୪ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୭ ଲକ୍ଷ ୨୪ ହଜାର ୪୦୨ ଜଣ ସୁସ୍ଥ ହୋଇସାରିଲେଣି। ୭୮ ହଜାର ୬୮୭ ଜଣ ଚିକିତ୍ସାଧୀନ ଅଛନ୍ତି।

ସେହିପରି ଆଉ ୪୦ ଜଣଙ୍କ ମୃତ୍ୟୁ ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୯୫୨କୁ ବୃଦ୍ଧି ପାଇଛି। ଏହି ୪୦ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ ଥିବା ବେଳେ କଟକ, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରୁ ୪ ଜଣ ଲେଖାଏଁ ଅଛନ୍ତି। ଅନୁଗୋଳ, ବୌଦ୍ଧ, ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାରୁ ୩ ଜଣ ଲେଖାଏଁଙ୍କ ମୃତ୍ୟୁ ଘଟିଥିବା ବେଳେ ବରଗଡ଼, ବଲାଙ୍ଗିର ଓ ଦେବଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ସେହିଭଳି ଗଞ୍ଜାମ, କନ୍ଧମାଳ, ନୟାଗଡ଼ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁଙ୍କ ମୃତ୍ୟୁ ଘଟିଛି।

ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୯୧କୁ ବୃଦ୍ଧି ପାଇଥିବା ବେଳେ ଗଞ୍ଜାମରେ ୨୮୮, ସୁନ୍ଦରଗଡ଼ରେ ୨୮୨ ଓ କଟକରେ ୧୮୦ରେ ପହଞ୍ଚିଛି। ଅନୁଗୋଳ ଜିଲ୍ଲାରେ ଏଯାବତ୍ ୧୨୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବରଗଡ଼ରେ ୫୧, ବଲାଙ୍ଗିରରେ ୬୬, ବୌଦ୍ଧରେ ୫୪, ଦେବଗଡ଼ରେ ୨୩, ଝାରସୁଗୁଡ଼ାରେ ୬୭, କଳାହାଣ୍ଡିରେ ୧୩୧, କନ୍ଧମାଳରେ ୪୨, ମୟୂରଭଞ୍ଜରେ ୯୮, ନୟାଗଡ଼ରେ ୫୨ ଓ ସମ୍ବଲପୁର ଜିଲ୍ଲାରେ ୯୩କୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ୭୩୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଲଗାତାର ଦ୍ୱିତୀୟ ଦିନ ପାଇଁ ଦୈନିକ କରୋନା ସଂକ୍ରମଣ ଆଠ ହଜାର ତଳେ ରହିଛି।

The post ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ଡେଇଁଲା, ଆଉ ୪୦ ଜଣଙ୍କ ମୃତ୍ୟୁ appeared first on Odisha Reporter.



from Odisha Reporter https://ift.tt/3uS6IKZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages