ବଢ଼ିଲା କଂଗ୍ରେସ କନ୍ଦଳ, ଉପମୁଖ୍ୟମନ୍ତ୍ରୀ ପଦକୁ ସିଦ୍ଧୁଙ୍କ ନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 15, 2021

ବଢ଼ିଲା କଂଗ୍ରେସ କନ୍ଦଳ, ଉପମୁଖ୍ୟମନ୍ତ୍ରୀ ପଦକୁ ସିଦ୍ଧୁଙ୍କ ନା

ଅମୃତସର: ପଞ୍ଜାବରେ କ୍ଷମତାସୀନ କଂଗ୍ରେସରେ ସୃଷ୍ଟି ହୋଇଥିବା କନ୍ଦଳ ଏବେ ଉଗ୍ର ରୂପ ଧାରଣ କରିବାକୁ ବସିଲାଣି। ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଏଭଳି ଫାଟ ଦଳୀୟ ହାଇକମାଣ୍ଡଙ୍କୁ ଚିନ୍ତାରେ ପକାଇଛି। ବିବାଦ ସମାଧାନ କରିବାକୁ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ଉପ ମୁଖ୍ୟମନ୍ତ୍ରୀ ଦିଆଯାଇଥିଲେ। ହେଲେ ସେ ଏହାକୁ ରୋକଠୋକ ମନାକରି ଦେଇଛନ୍ତି। ସେ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ଅଧୀନରେ କାମ କରିବାକୁ ରାଜି ନଥିବା କହିଛନ୍ତି।

କଂଗ୍ରେସରେ କନ୍ଦଳ ବଢ଼ୁଥିବାରୁ ଏହାର ସମାଧାନ ପାଇଁ ୩ ଜଣିଆ କମିଟି ଗଠନ କରାଯାଇଥିଲା। ସିଦ୍ଧୁ ଏହି କମିଟିକୁ ଭେଟି ଦଳୀୟ କନ୍ଦଳ ତୁରନ୍ତ ସମାଧାନ କରିବାକୁ କହିଛନ୍ତି। ଏଥିସହ ତାଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ମିଳିଲେ ମଧ୍ୟ ସେ କାମ କରିବାକୁ ଚାହାନ୍ତି ନାହିଁ ବୋଲି କହିଥିବା କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି।

ଏହି ସୂତ୍ରରେ ଆହୁରି କୁହାଯାଇଛି ଯେ ସିଦ୍ଧୁ ପ୍ୟାନେଲର ସଦସ୍ୟମାନଙ୍କୁ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅମରିନ୍ଦର ସିଂହ ଆଦୌ ଯୋଗ୍ୟ ନୁହନ୍ତି। କଂଗ୍ରେସ ବିଧାୟକ, ଦଳୀୟ ସଦସ୍ୟ ଓ ନେତାମାନଙ୍କୁ ଅଣଦେଖା କରାଯାଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ଏହାକୁ ନେଇ କଂଗ୍ରେସ ହାଇକମାଣ୍ଡ ଚିନ୍ତାରେ ପଡ଼ିଛନ୍ତି।

ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ସିଦ୍ଧୁ ଓ ଅମରିନ୍ଦର ସିଂହଙ୍କ କଳି ଦଳ ପାଇଁ ଘାତକ ହେବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ କଂଗ୍ରେସ ହାଇକମାଣ୍ଡ ୩ ଜଣିଆ ପ୍ୟାନେଲର ପରାମର୍ଶକ୍ରମେ ବଡ଼ କାର୍ଯ୍ୟାନୁଷ୍ଠାନ ନେବାର ଆଶଙ୍କା ରହିଛି।

ଅବହୋର ନିର୍ବାଚନ ମଣ୍ଡଳୀରେ ସିଦ୍ଧୁ ନିଜକୁ ୨୦୨୨ ବିଧାନସଭା ନିର୍ବାଚନ କ୍ୟାପ୍ଟେନ ବୋଲି କହି ହୋର୍ଡିଂ ମାରିଛନ୍ତି। ଏହି ନିର୍ବାଚନ ମଣ୍ଡଳୀକୁ ପିସିସି ସଭାପତି ସୁନୀଲ ଝକର ପ୍ରତିନିଧିତ୍ୱ କରୁଛନ୍ତି। ଏଠାରେ ସିଦ୍ଧୁ ନିଜକୁ କ୍ୟାପ୍ଟେନ ଭାବେ ବିବେଚନା କରି ପୋଷ୍ଟର ମାରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

କ’ଣ ସିଦ୍ଧୁ ପଞ୍ଜାବ କଂଗ୍ରେସର ମୁଖିଆ ହେବାକୁ ଚାହୁଁଛନ୍ତି କି? ଏଭଳି ପ୍ରଶ୍ନ ଲୋକଙ୍କ ମନରେ ଉଠିବା ଆରମ୍ଭ ହୋଇଛି। ଯଦି ସିଦ୍ଧୁ କଂଗ୍ରେସ ମୁଖିଆ ହୁଅନ୍ତି, ତା’ହେଲେ ସେ ହିଁ ୨୦୨୨ ବିଧାନସଭା ନିର୍ବାଚନରେ ଦଳର ନେତୃତ୍ୱ ନେବେ। ଏଭଳି ସ୍ଥିତିରେ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ଦବଦବା ହ୍ରାସ ପାଇବ।

ଏହା ଦଳ ପାଇଁ ବୁମେରାଂ ହେବାର ମଧ୍ୟ ଆଶଙ୍କା ରହିଛି। ତେଣୁ ଦଳୀୟ ହାଇକମାଣ୍ଡ ସିଦ୍ଧୁଙ୍କୁ ଉପଯୁକ୍ତ ପଦରେ ଅବସ୍ଥାପିତ କରିବାକୁ ଚାହୁଁଉଛନ୍ତି। ପ୍ରଥମେ ତାଙ୍କୁ ଉପ ମୁଖ୍ୟମନ୍ତ୍ରୀ ହେବାକୁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ଏହାକୁ ସେ ଅଗ୍ରାହ୍ୟ କରିଥିଲେ। ଏହାପରେ ତାଙ୍କୁ ଜାତୀୟ ସ୍ତରର କୌଣସି ପଦରେ କାମ କରିବାକୁ କୁହାଯାଇଥିଲା।

କିନ୍ତୁ ସିଦ୍ଧୁ କେବଳ ପଞ୍ଜାବ ରାଜନୀତିରେ ରହିବାକୁ ଚାହୁଁଥିବା କହିଛନ୍ତି। ନିକଟରେ ସିଦ୍ଧୁ ଦିଲ୍ଲୀରେ କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟିଥିଲେ। ଏହାପରେ ସେ ପୁଣି ଚୁପ୍‌ ହୋଇଯାଇଛନ୍ତି। ବୈଠକ ସମ୍ପର୍କରେ ତାଙ୍କ ପକ୍ଷରୁ କୌଣସି ଟ୍ୱିଟ କିମ୍ବା ସେ ଗଣମାଧ୍ୟମକୁ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇନାହାନ୍ତି। ଜୁନ୍‌ ୧ରେ ସେ ଶେଷଥର ପାଇଁ ଟ୍ୱିଟ କରିଥିଲେ।

ଅନ୍ୟପକ୍ଷରେ ଅମରିନ୍ଦର ସିଂହ ହାଇକମାଣ୍ଡଙ୍କ ସହ ବୈଠକ କରିବା ପରେ ନିଜର ଅନୁଗତ ବିଧାୟକ ଓ ନେତାଙ୍କୁ ଭେଟିଛନ୍ତି। କିଛି ସାଂସଦ ମଧ୍ୟ କ୍ୟାପ୍ଟେନ ସିଂହଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

The post ବଢ଼ିଲା କଂଗ୍ରେସ କନ୍ଦଳ, ଉପମୁଖ୍ୟମନ୍ତ୍ରୀ ପଦକୁ ସିଦ୍ଧୁଙ୍କ ନା appeared first on Odisha Reporter.



from Odisha Reporter https://ift.tt/2TBxTfU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages