ମିଥୁନ ଚକ୍ରବର୍ତ୍ତୀଙ୍କୁ ପୁଲିସ୍‌ର ଜେରା, ଜାଣନ୍ତୁ କାରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 15, 2021

ମିଥୁନ ଚକ୍ରବର୍ତ୍ତୀଙ୍କୁ ପୁଲିସ୍‌ର ଜେରା, ଜାଣନ୍ତୁ କାରଣ

କୋଲକାତା: ବେଙ୍ଗଲ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ମିଶିଥିବା ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ କୋଲକାତା ପୁଲିସ ଜେରା କରିଛି। ବେଙ୍ଗଲ ବିଧାନସଭା ନିର୍ବାଚନ ବେଳେ ସେ ଦେଇଥିବା ବିବାଦୀୟ ଭାଷଣ ସମ୍ପର୍କରେ ତାଙ୍କୁ ପଚରାଉଚରା କରାଯାଉଥିବା ଜଣାପଡ଼ିଛି।

୭୧ ବର୍ଷୀୟ ମିଥୁନ ଏପ୍ରିଲ-ମେ’ ମାସରେ ବେଙ୍ଗଲରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ବେଳେ ବିଜେପିର ଷ୍ଟାର ପ୍ରଚାରକ ଥିଲେ। ଏହି ସମୟରେ ସେ ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଇଥିବା ଅଭିଯୋଗ ହୋଇଛି। ତାଙ୍କ ଭାଷଣ ସହ ନିର୍ବାଚନୀ ପରବର୍ତ୍ତୀ ହିଂସାର ଲିଙ୍କ ଥିବା ପୁଲିସ୍‌ ଅଭିଯୋଗ କରିଥିଲା। ଏଥିପାଇଁ ତାଙ୍କ ନାଁରେ ମାମଲା ମଧ୍ୟ କରାଯାଇଛି। ଆଜି ଏହି ମାମଲାରେ ମିଥୁନଙ୍କୁ ପୁଲିସ୍‌ ଭିଡିଓ କନଫରେନ୍ସିଂ ଜରିଆରେ ଜେରା କରିଛି।

ଏହାପୂର୍ବରୁ ମିଥୁନ ତାଙ୍କ ନାଁରେ ରୁଜୁ ଏଫଆଇଆରକୁ ରଦ୍ଦ କରିବାକୁ କ୍ୟାଲକାଟା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ସମୟରେ କୋର୍ଟ ତଦନ୍ତକାରୀ ଅଧିକାରୀଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ମିଥୁନଙ୍କୁ ଜେରା କରିବାକୁ କହିଥିଲେ। ସେ ପ୍ରଚାର ବେଳେ ଏକଦା କହିଥିଲେ ଯେ “ମାରିବି ଏଠି, ମୃତଦେହ ସିଧା ପଡ଼ିବ ଶ୍ମଶାନରେ।” ଏହାକୁ ନେଇ ତାଙ୍କ ନାଁରେ ପୁଲିସ୍‌ କେସ୍‌ ହୋଇଛି।

The post ମିଥୁନ ଚକ୍ରବର୍ତ୍ତୀଙ୍କୁ ପୁଲିସ୍‌ର ଜେରା, ଜାଣନ୍ତୁ କାରଣ appeared first on Odisha Reporter.



from Odisha Reporter https://ift.tt/2SwoYwq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages