ସଂସାର ଉଜାଡ଼ି ଦେଲା ମହାମାରୀ, ବାପାମା’ଙ୍କୁ ଝୁରୁଛି କଅଁଳ ମନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 21, 2021

ସଂସାର ଉଜାଡ଼ି ଦେଲା ମହାମାରୀ, ବାପାମା’ଙ୍କୁ ଝୁରୁଛି କଅଁଳ ମନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ ଆଣିଦେଲା ଦୁଃଖ। କାହା ମୁହଁରୁ ଦାନା ଛଡ଼ାଇ ନେଲା ତ କାହାଠୁ ନିଜ ଲୋକଙ୍କୁ ଛଡ଼ାଇ ନେଲା। ନିଷ୍ଠୁର କରୋନା କେଉଁଠି ବାପାମା’ଙ୍କ କୋଳ ଖାଲି କରି ଦେଲା ତ କେଉଁଠି ନିଷ୍ପାପ ଶିଶୁ ମୁଣ୍ଡରୁ ବାପାମା’ଙ୍କ ହାତ ଉଠାଇ ନେଲା।  କେଉଁଠି ପରିବାର ଛାରଖାର ହୋଇଗଲା ତ କେଉଁଠି ଉଜୁଡ଼ିଗଲା ଜୀବିକା । ନିରୀହ ଆଖି କେଉଁଠି ବାପାମା’ଙ୍କ ଫେରିବା ବାଟକୁ ଅନାଇ ବସିଥିବା ବେଳେ ଲୁଚି ଲୁଚି ଆଖି ଲୁହ ପୋଛୁଛନ୍ତି ବୁଢ଼ା ବାପାମା’। କ’ଣ ହେବ ଏପରି ବାପାମା’ ଛେଉଣ୍ଡ ପିଲାଙ୍କ ଜୀବନ, କିପରି ଜୀବନ ଝଡ଼ଝଞ୍ଜାକୁ ସାମନା କରିବେ, କିଏ ହେବ ସେମାନଙ୍କ ଆଶ୍ରା, ଆଜି ବହୁ କୁନି ମନ ଖୋଜୁଛି ଏପରି ଅସମାହିତ ପ୍ରଶ୍ନର ଉତ୍ତର।

ଅନେକ କୁନି କୁନି ପିଲାଙ୍କୁ ଅନାଥ କରିନେଲା ଏହି ମହାମାରୀ ଭୂତାଣୁ ।  କେଉଁଠି କଅଁଳ ମନ ବାପାମା’ଙ୍କ ସ୍ନେହ ପରଷ ଖୋଜୁଥିବା ବେଳେ କେଉଁଠି ପିଲା ଜାଣିନି ଯେ ଆଖି ବୁଜି ସାରିଲେଣି ବାପାମା । ବାପାମା’ ମେଡିକାଲରେ  ଅଛନ୍ତି, ସେମାନଙ୍କ ଫେରିବା ବାଟକୁ ଅନାଇ ରହିଛି ଅଝଟ ମନ। ଏପରି ବହୁ ହୃଦୟ ବିଦାରକ ଘଟଣା ଏବେ ସାମନାକୁ ଆସୁଛି।

ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ ବିଶାଲଖିଣ୍ଡା ଗାଁର ଜଗଦିଶ ଷଣ୍ଢ ଏବଂ ତାଙ୍କ ପତ୍ନୀ ଜୟନ୍ତା । ମାତ୍ର ୫ ଦିନ ବ୍ୟବଧାନରେ ଦୁହିଁଙ୍କର କରୋନାରେ ମୃତ୍ୟୁ  ହୋଇଗଲା । ଏବେ ତାଙ୍କର ଏକମାତ୍ର ୧୧ ବର୍ଷ ବୟସର ପୁଅ ବାପାମା’ ଛେଉଣ୍ଡ । ହେଲେ ବାପାମା’ଙ୍କ ମୃତ୍ୟୁ ନେଇ ପିଲାଟି କିଛି ଜାଣି ନ ଥିବା ବେଳେ ଏବେ  ବଡମା’ ପାଖରେ ରହୁଛି ।

ଦୁନିଆରେ ନିଜର ବୋଲି ଆଉ କେହି ନ ଥିବାରୁ   ନାବାଳକକୁ ନିଜ ପାଖରେ ପୁଅ ପରି ରଖିବେ ବୋଲି କହିଛନ୍ତି ତା’ ବଡ଼ମା’ ପ୍ରଭାଷିନୀ ଷଣ୍ଢ। ହେଲେ  ସେମାନେ ଦିନ ମଜୁରିଆ ହୋଇଥିବାରୁ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି । ପିଲାର ଲାଳନ ପାଇଁ ସମସ୍ତ ସରକାରୀ ସହାୟତା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଧନକଡଡା ବିଡିଓ ବସନ୍ତ କୁମାର ହାତୀ ।

 ଏଭଳି  ହତଭାଗା ହେଉଛନ୍ତି ପୁରୀ କେନ୍ଦ୍ରୀୟ ବିଦ୍ୟାଳୟ ସମ୍ମୁଖ ପ୍ରଭାତି ଦାସଙ୍କ ପରିବାର । କୋଭିଡରେ ଆକ୍ରାନ୍ତ ହୋଇ ପ୍ରଥମେ ସାନ ପୁଅ ଆଉ ତାପରେ ବୋହୁ ଚାଲିଗଲା । ଏବେ ଅନାଥ ଭଳି ଜୀବନ କାଟୁଛନ୍ତି ଦୁଇ ଝିଅ ଓ ଅଢେଇ ବର୍ଷର ପୁଅ।  

ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ, ଶିଶୁ ମଙ୍ଗଳ କମିଟିର ଅଧକ୍ଷ ମହାବୀର ରୁଦ୍ର ନାରାୟଣ ସାହୁ ପ୍ରଭାତୀ ଦାଶଙ୍କ ପରିବାରକୁ ପ୍ରାଥମିକ ଭାବରେ ୩୦ହଜାର ଟଙ୍କା ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ଏହି ରାଶି ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ପିଲାଙ୍କ ଶିକ୍ଷା ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛି ପ୍ରଶାସନ ।

 ସେହିପରି ଏକ ଛାତିଥରା ଘଟଣା ବାଲେଶ୍ୱର ଜିଲ୍ଲାରେ ବି ସାମନାକୁ ଆସିଛି।  ସ୍ୱାମୀ କରୋନାରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଗଲେ । ଆଉ ୨୧ ଦିନ ପରେ ସ୍ୱାମୀଙ୍କୁ ଝୁରି ଝୁରି ମାନସିକ ଭାରସାମ୍ୟ ହରାଇଥିବା ପତ୍ନୀ ଆତ୍ମହତ୍ୟା କରିଦେଲେ । ଫଳରେ ୭ ବର୍ଷର  ଆଦିତ୍ୟ ଓ ୧୩ ବର୍ଷର ଝିଅ ରିତୁକ୍ରିଷ୍ଣା ଅନାଥ ହୋଇଗଲେ  

ବାଲେଶ୍ୱର ସହରର ମାଣିଖମ୍ବ ଅଞ୍ଚଳର   ଦୁଇ ପିଲା ବାପାମାଙ୍କୁ ହରାଇ ଏବେ ଅନାଥ  । ରାଜେଶ ସିଂ କରୋନାରେ ଆକ୍ରାନ୍ତ ହୋଇ ଗତ ମେ ୧୫ ତାରିଖରେ କୋଭିଡ୍ ହସ୍ପିଟାଲରେ ସବୁ ଦିନ ପାଇଁ ଆଖି ବୁଜିଦେଲେ ।  ଆଉ ରାଜେଶଙ୍କଙ୍କ ମୃତ୍ୟୁର ୨୧ ଦିନ ପରେ ସ୍ୱାମୀଙ୍କୁ ଝୁରି ଝୁରି ମାନସିକ ଭାରସାମ୍ୟ ହରାଇଥିବା ପତ୍ନୀ ଆତ୍ମହତ୍ୟା କରିଦେଲେ ।  ଦୁନିଆ କଣ ଜାଣିବା ପୂର୍ବରୁ ଦୁଇ ପିଲା ୭ ବର୍ଷର  ଆଦିତ୍ୟ ଓ ୧୩ ବର୍ଷର ଝିଅ ରିତୁକ୍ରିଷ୍ଣା ହାତଛାଡି ଚାଲିଗଲେ ବାପାମା’।

ଆଉ ଏପଟେ ପୁଅ ବୋହୁଙ୍କ ମୃତ୍ଯୁ ସହ ଦୁଇ ନାତିନାତୁଣିଙ୍କ ଭବିଷ୍ୟତ କଥା ଭାବି ଭାବି ଚିନ୍ତାରେ ବୁଢା ବାପା ଓ ମା’।  କେମିତି ପିଲା ଦୁହିଁଙ୍କୁ ବଢାଇବେ, ସେହି ଚିନ୍ତା ଏବେ ଘାରିଛି ପରିଣତି ବୟସରେ।

ପିଲାମାନେ ସବୁବେଳେ ବାପାମା’ଙ୍କୁ ଝୁରୁଛନ୍ତି। ରାତିରେ ହଠାତ୍‌ ଉଠି ଖୋଜୁଛନ୍ତି। ବୁଢ଼ା ବୟସରେ ଏସବୁ ଦେଖି ଆଖି  ଲୁହ ଶୁଖୁ ନ ଥିବା ବେଳେ ପିଲାଙ୍କ ପାଇଁ ନିଜକୁ ଦୃଢ କରୁଛୁ ବୋଲି କହିଛନ୍ତି ମୃତ ରାଜେଶଙ୍କ ବାପାମା’ ।

 

The post ସଂସାର ଉଜାଡ଼ି ଦେଲା ମହାମାରୀ, ବାପାମା’ଙ୍କୁ ଝୁରୁଛି କଅଁଳ ମନ appeared first on Odisha Reporter.



from Odisha Reporter https://ift.tt/35Elqef

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages