ହଇରାଣ କରୁଛି କେନ୍ଦ୍ରୀୟ ଏଜେନ୍ସି, ବିଜେପି ସହ ହାତ ମିଳାଇବା ଭଲ: ଶିବସେନା ବିଧାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 20, 2021

ହଇରାଣ କରୁଛି କେନ୍ଦ୍ରୀୟ ଏଜେନ୍ସି, ବିଜେପି ସହ ହାତ ମିଳାଇବା ଭଲ: ଶିବସେନା ବିଧାୟକ

ମୁମ୍ବାଇ: ବିଜେପି ଠାରୁ ଅଲଗା ହୋଇ ମହାରାଷ୍ଟ୍ରରେ ସରକାର ଗଠନ କରିଥିବା ଶିବସେନାର ଜଣେ ବିଧାୟକ ବଡ଼ ବୟାନ ଦେଇଛନ୍ତି। ଦଳର ନେତାମାନଙ୍କୁ କେନ୍ଦ୍ରୀୟ ଏଜେନ୍ସିର ହଇରାଣରୁ ରକ୍ଷା କରିବା ପାଇଁ ଶିବସେନା ପୁଣିଥରେ ବିଜେପି ସହ ହାତ ମିଳାଇବା ଭଲ ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କୁ ଚିଠି ମଧ୍ୟ ଲେଖିଛନ୍ତି।

ଚିଠି ଲେଖିଥିବା ବିଧାୟକ ପ୍ରତାପ ସରନାଏକ ବହୁତ ବିଳମ୍ବ ହେବା ପୂର୍ବରୁ ବିଜେପି ସହ ହାତ ମିଳାଇବା ଭଲ ହେବ ବୋଲି ପରାମର୍ଶ ଦେଇଛନ୍ତି। ଆଗକୁ କର୍ପୋରେସନ ନିର୍ବାଚନ ଆସୁଥିବାରୁ ପ୍ରତାପ ଏପରି କହିଛନ୍ତି।

ଥାଣେର ଓଭାଲା-ମଜିୱାଡା ବିଧାନସଭା ଆସନରୁ ଜିତିଥିବା ପ୍ରତାପ କହିଛନ୍ତି, ବିଜେପି ଓ ଶିବସେନା ମଧ୍ୟରେ କୌଣସି ସମ୍ପର୍କ ନାହିଁ। କିନ୍ତୁ ଦୁଇ ଦଳର ନେତାମାନଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି। ତେଣୁ ଏହାର ବ୍ୟବହାର ଆମକୁ ଠିକ ଭାବେ କରିବା ଦରକାର। ଅନେକ କେନ୍ଦ୍ରୀୟ ଏଜେନ୍ସି ମୋ ପଛରେ ପଡ଼ିଛନ୍ତି। କେବଳ ମୁଁ ଏକା ନୁହେଁ ଶିବସେନା ନେତା ଅନୀଲ ପାରବ ଓ ରବୀନ୍ଦ୍ର ୱାଇକରଙ୍କ ପଛରେ ମଧ୍ୟ କେନ୍ଦ୍ରୀୟ ଏଜେନ୍ସଗୁଡ଼ିକ ପଡ଼ିଛନ୍ତି।

ଆମ ମାନଙ୍କ ସହ ଆମ ପରିବାର ବର୍ଗଙ୍କୁ ମଧ୍ୟ ଅନେକ ହଇରାଣ କରାଯାଉଛି। ତେଣୁ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଶିବସେନା ହାତ ମିଳାଉ ବୋଲି ଶିବ ସୈନିକମାନେ ଚାହୁଁଛନ୍ତି। ଏହା ସମସ୍ତଙ୍କ ପାଇଁ ମଙ୍ଗଳ ହେବ। ବିଜେପି ସହ ହାତ ମିଳାଇ ଦେଲେ ଶିବସେନାର ନେତାମାନେ କେନ୍ଦ୍ରୀୟ ଏଜେନ୍ସିର ହଇରାଣରୁ ମୁକୁଳି ପାରିବେ ବୋଲି ସେ କହିଛନ୍ତି।

ଜୁନ୍‌ ୧୦ରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିବା ଏହି ଚିଠିରେ ପ୍ରତାପ ମହାବିକାଶ ଅଘାଡ଼ି ଦଳରେ ଥିବା କଂଗ୍ରେସ ଓ ଏନସିପିକୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ଏକାକୀ କର୍ପୋରେସନ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି କରୁଥିବା ବେଳେ ଏନସିପି ଓ ଅନ୍ୟ ସହଯୋଗୀ ଦଳଗୁଡ଼ିକ ଶିବସେନାକୁ ଭାଙ୍ଗି ଏହାର ବିଧାୟକଙ୍କୁ ନିଜ ପାଖକୁ ନେବାକୁ ପ୍ରଲୋଭିତ କରୁଛନ୍ତି। ଏହାକୁ ଦେଖି ଶିବସେନାର ବିଧାୟକମାନେ ଭାବୁଛନ୍ତି ଯେ ମହାବିକାଶ ଅଘାଡ଼ି ଦଳ କ’ଣ କଂଗ୍ରେସ ଓ ଏନସିପିକୁ ସଶକ୍ତ କରିବାକୁ ବିଜେପିଠାରୁ ଅଲଗା ହୋଇ ତିଆର କରାଯାଇଥିଲା କି ବୋଲି ସେ କହିଛନ୍ତି।

ପ୍ରତାପଙ୍କ ଏପରି ଚିଠିକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ବିଜେପି ଏହା ଉପରେ ତୀବ୍ର ପ୍ରତିକ୍ରିୟା ରଖିଛି। ମହାରାଷ୍ଟ୍ର ବିଜେପି ନେତା କୀର୍ତ୍ତି ସୋମାୟା କହିଛନ୍ତି, ଶିବସେନାର ସମସ୍ତ ଦୁର୍ନୀତିଗ୍ରସ୍ତ ନେତା-ପ୍ରତାପ ସରନାଏକ, ରବୀନ୍ଦ୍ର ୱାଇକର ଓ ଅନୀଲ ପରବ ନିଶ୍ଚିତ ଜେଲ ଯିବେ। ନିଜର ଦୁର୍ନୀତିକୁ ଲୁଚାଇବା ପାଇଁ ସେ ଏପରି କହିଛନ୍ତି। ସରନାଏକ ୧୦୦ ଦିନ ହେଲା ନିଖୋଜ ଥିବା ଅଭିଯୋଗ କରି କୀର୍ତ୍ତି ଥାନେ ପୁଲିସ୍ ଷ୍ଟେସନରେ ରିପୋର୍ଟ ଦାଖଲ କରିଥିବା ମଧ୍ୟ କହିଛନ୍ତି।

The post ହଇରାଣ କରୁଛି କେନ୍ଦ୍ରୀୟ ଏଜେନ୍ସି, ବିଜେପି ସହ ହାତ ମିଳାଇବା ଭଲ: ଶିବସେନା ବିଧାୟକ appeared first on Odisha Reporter.



from Odisha Reporter https://ift.tt/3iWW6YT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages