ରାଜ୍ୟରେ ପୁଣି ୪ ହଜାରରୁ କମ୍ କରୋନା ଆକ୍ରାନ୍ତ ଚିହ୍ନଟ, ଆଉ ୪୪ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 15, 2021

ରାଜ୍ୟରେ ପୁଣି ୪ ହଜାରରୁ କମ୍ କରୋନା ଆକ୍ରାନ୍ତ ଚିହ୍ନଟ, ଆଉ ୪୪ ମୃତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ୪ ହଜାରରୁ କମ୍ କରୋନା ପଜିଟିଜ୍ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୩୫୩୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୧୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୫୧୯ଟି ହେଉଛି ଲୋକାଲ୍ କେସ୍‌। ସେହିପରି ରାଜ୍ୟରେ ଆଉ ୪୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

୩୫୩୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୩୩ ଜଣ ଥିବା ବେଳେ ଯାଜପୁରରୁ ୩୪୮ ଓ କଟକ ଜିଲ୍ଲାରୁ ୩୨୦ ଜଣ ଚିହ୍ନଟ ହୋଇଛନ୍ତି।

ଅନୁଗୋଳ ଜିଲ୍ଲାରୁ ୨୦୭ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୯୬, ବରଗଡ଼ରୁ ୮୬, ଭଦ୍ରକରୁ ୧୮୪, ବଲାଙ୍ଗୀରରୁ ୧୮, ବୌଦ୍ଧରୁ ୫୨, ଦେବଗଡ଼ରୁ ୨୫, ଢେଙ୍କାନାଳରୁ ୫୬, ଗଜପତିରୁ ୨୭, ଗଞ୍ଜାମରୁ ୨୬, ଜଗତସିଂହପୁରରୁ ୯୦, ଝାରସୁଗୁଡ଼ାରୁ ୧୨, କଳାହାଣ୍ଡିରୁ ୩୫, କନ୍ଧମାଳରୁ ୫୬, କେନ୍ଦ୍ରାପଡ଼ାରୁ ୧୦୪, କେନ୍ଦୁଝରରୁ ୯୨, କୋରାପୁଟରୁ ୫୬, ମାଲକାନଗିରିରୁ ୬୮, ମୟୂରଭଞ୍ଜରୁ ୧୫୩, ନବରଙ୍ଗପୁରରୁ ୮୫, ନୟାଗଡ଼ରୁ ୯୫, ନୂଆପଡ଼ାରୁ ୧୫, ପୁରୀରୁ ୧୮୭, ରାୟଗଡ଼ାରୁ ୭୩, ସମ୍ବଲପୁରରୁ ୩୯, ସୋନପୁରରୁ ୩୯ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୭୬ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୮୨ ଜଣ ଚିହ୍ନଟ ହୋଇଛନ୍ତି।

୩୫୩୫ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୬୩ ହଜାର ୦୬୧କୁ ବୃଦ୍ଧି ପାଇଛି। ତେବେ ସେମାନଙ୍କ ମଧ୍ୟରୁ ୮ ଲକ୍ଷ ୧୧ ହଜାର ୭୮୦ ଜଣ ସୁସ୍ଥ ହୋଇସାରିଲେଣି। ଏବେ ୪୭ ହଜାର ୭୯୬ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ଆଉ ୪୪ ଜଣଙ୍କ ଜୀବନ ଯିବା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୪୩୨କୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ମଙ୍ଗଳବାର ଆସିଥିବା ରିପୋର୍ଟରେ ରାଜ୍ୟରେ ୩୪୦୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା କୁହାଯାଇଥିଲା।

The post ରାଜ୍ୟରେ ପୁଣି ୪ ହଜାରରୁ କମ୍ କରୋନା ଆକ୍ରାନ୍ତ ଚିହ୍ନଟ, ଆଉ ୪୪ ମୃତ appeared first on Odisha Reporter.



from Odisha Reporter https://ift.tt/2TExUA4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages