ବଢ଼ିଲା ଟ୍ୱିଟରର ଅଡ଼ୁଆ, ଭାରତରେ ଆଇନଗତ ସୁରକ୍ଷା ହରାଇଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 15, 2021

ବଢ଼ିଲା ଟ୍ୱିଟରର ଅଡ଼ୁଆ, ଭାରତରେ ଆଇନଗତ ସୁରକ୍ଷା ହରାଇଲା

ନୂଆଦିଲ୍ଲୀ: ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରର ଅଡ଼ୁଆ ବଢ଼ିଛି। ଭାରତ ସରକାର ପ୍ରଣୟନ କରିଥିବା ନୂଆ ଆଇଟି ଆଇନକୁ ପାଳନ ନ କରିବା କମ୍ପାନୀକୁ ମହଙ୍ଗା ପଡ଼ିଛି। ଏଥିପାଇଁ ଟ୍ୱିଟର ଭାରତରେ ପାଉଥିବା ଆଇନଗତ ସୁରକ୍ଷା ହରାଇଛି। ଏହାର ଅର୍ଥ ଯଦି କୌଣସି ଲୋକ ଟ୍ୱିଟରରେ ଅପରାଧିକ, ବିଭ୍ରାନ୍ତିକର କିମ୍ବା ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ପୋଷ୍ଟ କରିବେ, ତା’ହେଲେ କମ୍ପାନୀର ବରିଷ୍ଠ ଅଧିକାରୀମାନଙ୍କୁ ଆଇପିସିର ବିଭିନ୍ନ ଦଫାରେ ପୁଲିସ୍‌ ଜେରା କରିପାରିବ।

ଆମେରିକାର ଏକମାତ୍ର କମ୍ପାନୀ ଭାବେ ଟ୍ୱିଟର ଭାରତରେ ଆଇନଗତ ସୁରକ୍ଷା ହରାଇଛି। ସମସ୍ତ ବିଦେଶ କମ୍ପାନୀଗୁଡ଼ିକ ଆଇଟି ଆକ୍ଟ ସେକସନ ୭୯ ଅନୁଯାୟୀ ଆଇନଗତ ସୁରକ୍ଷା ଯୋଗାଇ ଦିଆଯାଇଥାଏ। ଟ୍ୱିଟରକୁ ଛାଡ଼ି ଦେଲେ ଭାରତରେ ସେବା ଯୋଗାଉଥିବା ଗୁଗଲ, ୟୁଟ୍ୟୁବ, ଫେସବୁକ, ଇନଷ୍ଟାଗ୍ରାମ ଓ ହ୍ୱାଟସଆପ ଆଇନଗତ ସୁରକ୍ଷା ପାଇବେ।

ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ ନୂଆ ଗାଇଡଲାଇନ ପାଳନ କରିବାକୁ ଟ୍ୱିଟରକୁ ଅଧିକ ସମୟ ଦିଆଯାଇଥିଲା। ସରକାର ବାରମ୍ବାର ଗାଇଡଲାଇନ ପାଳନ କରିବାକୁ ନୋଟିସ କରିଥିଲେ ହେଁ ନୂଆ ଆଇଟି ନିୟମକୁ ପାଳନ କରିବାକୁ ଟ୍ୱିଟର ଇଚ୍ଛା ପ୍ରକାଶ କରି ନଥିଲା। ଏହି କାରଣ ପାଇଁ ଟ୍ୱିଟର ଭାରତରେ ପାଇଥିବା ଆଇନଗତ ସୁରକ୍ଷା କବଚକୁ ହରାଇଛି। ଏବେ ଥାର୍ଡ ପାର୍ଟିର ଯେକୌଣସି ବେଆଇନ କାର୍ଯ୍ୟ ପାଇଁ ଟ୍ୱିଟର ଆଇପିସିର ବିଭିନ୍ନ ଧାରା ଅନୁଯାୟୀ ତଦନ୍ତ ପରିସର ଭୁକ୍ତ ହେବ।

ଅନ୍ୟପକ୍ଷରେ ନୂତନ ଆଇଟି ନିୟମ ପାଳନ ନ କରି ଟ୍ୱିଟର ତା’ର ଆଇନଗତ ସୁରକ୍ଷା ହରାଇଥିବାରୁ ଅବଦୁଲ ସମାଦ ମାମଲାରେ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ। ଅବଦୁଲ ସାମଦଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ତେବେ ଏହା ନକଲି ଥିଲା ବୋଲି କୁହାଯାଉଛି। କିନ୍ତୁ ଟ୍ୱିଟର ଏହାକୁ ମ୍ୟାନୁପଲେଟ୍‌ ଟ୍ୟାଗ ଦେଇ ନଥିବାରୁ ସଂସ୍ଥା ବିରୋଧରେ ଏଫଆଇଆର କରାଯାଇଛି। ଗାଜିଆବାଦର ଲୋନି ପୁଲିସ ଧାର୍ମିକ ଭାବନାକୁ ଆଘାତ ପହଞ୍ଚଇବା ଘଟଣାରେ ଟ୍ୱିଟର ସମେତ ୯ ଜଣ ବିରୋଧରେ ମାମଲା ରୁଜୁ କରିଛି।

The post ବଢ଼ିଲା ଟ୍ୱିଟରର ଅଡ଼ୁଆ, ଭାରତରେ ଆଇନଗତ ସୁରକ୍ଷା ହରାଇଲା appeared first on Odisha Reporter.



from Odisha Reporter https://ift.tt/3pVMwXM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages