ମୁମ୍ବାଇ: ବଲିଉଡର ବାର୍ବି ଡଲ୍ କ୍ୟାଟ୍ରିନା କୈଫ ଓ ଉରି ଫମେ୍ ଅଭିନେତା ଭିକି କୌଶଲ। ଦୁହେଁ ଦୁହିଁଙ୍କ ପ୍ରେମରେ ପଡିବା କଥା ଏବେ କାହାକୁ ଅଛପା ନାହିଁ। ଏ ଦୁହେଁ କିନ୍ତୁ ଏହା ମାନିବାକୁ ନାରାଜ। ଉଭୟ ନିଜ ରିଲେସନ୍ସିପ୍କୁ ନେଇ କେବେବି ପବ୍ଲିକ୍ ପ୍ଲେସରେ ମୁହଁ ଖୋଲୁ ନଥିବା ବେଳେ ଲୁଚା ଛପାରେ କିନ୍ତୁ ପ୍ରେମ ଚାଲିଛିି।
ନିକଟରେ ଭିକିଙ୍କୁ କ୍ୟାଟ୍ରିନାଙ୍କ ବିଲ୍ଡିଂ ତଳେ ଦେଖିବାକୁ ମିଳିଛି। କ୍ୟାଟ୍ରିନା ବିଲ୍ଡିଂ ଗ୍ରାଉଣ୍ଡରୁ ଭିକି ନିଜ କାର୍ ବାହାର କରୁଥିବା ନଜର ଆସିଥିଲେ। ଏଥିସହ କ୍ୟାଟ୍ରିନାଙ୍କ ଡ୍ରାଇଭର ଭିକିଙ୍କୁ କଲୋନୀରୁ ବାହାରକୁ ଯିବାର ରାସ୍ତା ଦେଖାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଏହି ସମୟର କିଛି ଫଟୋ ଏବେ ସାମ୍ନାକୁ ଆସିଛି, ଯାହା ଭାଇରାଲ ହେବାରେ ଲାଗିଛି।
ରିପୋର୍ଟ ମୁତାବକ, କ୍ୟାଟ୍ରିନା ଏବେ ଭିକିଙ୍କ ସହ ତାଙ୍କ ରିଲେସନ୍କୁ ପବ୍ଲିକ୍ କରିବା ମୁଡ୍ରେ ଅଛନ୍ତି। କିନ୍ତୁ ଗତ କିଛି ଦିନ ତଳେ ଯେତେବେଳେ ଏ ଦୁହିଁଙ୍କୁ ନିଜ ରିଲେସନସିପ୍ ବିଷୟରେ ପଚରାଯାଇଥିଲା ସେତେବେଳେ ଉଭୟ କିଛି କହିବାକୁ ମନା କରିଦେଇଥିଲେ।
ସୂଚନା ମୁତାବକ ଏହା ପୂର୍ବରୁ ଭିକି କୌଶଲ ‘ବ୍ରୋକନ୍ ଆଣ୍ଡ ବ୍ୟୁଟିଫୁଲ୍’ ଫେମ୍ ହରଲିନ୍ ସେଠ ସହ ଦୀର୍ଘ ଦିନ ହେବ ରିଲେସନରେ ଥିଲେ। ସେହିପରି କ୍ୟାଟ୍ରିନା ମଧ୍ୟ ଦୀର୍ଘ ସମୟ ଧରି ରଣବୀର କପୁରଙ୍କ ସହ ଲିଭ୍-ଇନ୍-ରିଲେସନ୍ ସିପ୍ରେ ଥିଲେ।
View this post on Instagram
The post ଭିକି ଓ କ୍ୟାଟ୍ରିନାଙ୍କ ଲୁଚାଛପା ପ୍ରେମ appeared first on Odisha Reporter.
from Odisha Reporter https://ift.tt/2UJ9LZn
No comments:
Post a Comment