ମୁୁମ୍ବାଇ: ଲୋକପ୍ରିୟ ଟେଲିଭିଜନ ଅଭିନେତା କରନ୍ ମେହରା ଓ ତାଙ୍କ ପତ୍ନୀ ନିଶା ରାୱଲଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଲଗି ରହିଛି । ତାଙ୍କ ଘର କଳି ଦାଣ୍ଡରେ ପଡି ହାଟରେ ଗଡିଲାଣି। ଉଭୟ ଉଭୟଙ୍କ ବିରୋଧରେ ଦୋଷ ଲଦାଲଦି ମାମଲା ଥମିବାର ନା ନେଉ ନାହିଁ। ଏବେ ପୁଣିଥରେ ସ୍ୱାମୀ କରନ୍ଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ପତ୍ନୀ ନିଶା।
ଏଥର ନିଶା କରନ୍ ମେହେରା, ତାଙ୍କ ପରିବାର ଅଜୟ ମେହେରା ଓ କୁନାଲ ମେହେରାଙ୍କ ନାଁରେ ଘରୋଇ ହିଂସା ଓ ଶୋଷଣ କରୁଥିବା ନେଇ ଅଭିଯୋଗ ଆଣିଛନ୍ତି। ଏନେଇ ସେ ମୁମ୍ବାଇର ଏକ ପୁଲିସ ଷ୍ଟେସନରେ ମାମଲା ରୁଜୁ କରିଛନ୍ତି। ରିପୋର୍ଟ ମୁତାବକ କରନ୍ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଏକ କୋଟି ଟଙ୍କା ବାହାର କରି ନେଇଥିବା ନେଇ ମଧ୍ୟ ନିିଶା ଅଭିଯୋଗ ଆଣିଛନ୍ତି।
ପୂର୍ବରୁ ମେ’ ୩୧ ତାରିଖରେ ନିଶା ମୁମ୍ବାଇର ଗୋରେଗାଁଓ ପୁଲିସ ଷ୍ଟେସନରେ ସ୍ୱାମୀ କରନ୍ ତାଙ୍କୁ ମାର୍ପିଟ୍ କରିଥିବା ଅଭିଯୋଗ କରିଥିଲେ। ଏହାପରେ ପୁଲିସ ଅଭିନେତା କରନ୍ ମେହେରାଙ୍କୁ ଗିରଫ କରିଥିଲା। ଦିନକ ପରେ କରନ୍ ଜାମିନ୍ରେ ଘରକୁ ଫେରିଥିଲେ। ସେପଟେ ନିଶାଙ୍କ ମୁଣ୍ଡରେ ଆଘାତ ଲାଗିବା ସହ ରକ୍ତାକ୍ତ ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା।
ଦୀର୍ଘ ଦିନ ହେବ କରନ୍ ଓ ନିଶାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। କରନ୍ଙ୍କ ଅନ୍ୟ ଝିଅ ସହ ସମ୍ପର୍କ ଥିବା ନେଇ ନିଶା ଅଭିଯୋଗ ଆଣିଥିଲେ। ସେପଟେ ଏସବୁ ଅଭିଯୋଗକୁ ଖଣ୍ଡନ କରିଥିଲେ କରନ୍। ସେ କହିଥିଲେ ନିଶା, ଗର୍ଲ ପାୱାରର ଉପଯୋଗ କରୁଛନ୍ତି। ନିଶାଙ୍କ ଧର୍ମ ଭାଇ ତାଙ୍କୁ ଏବଂ ତାଙ୍କ ପରିବାରକୁ ଜୀବନରେ ମାରି ଦେବାକୁ ଧମକ ଦେଉଥିବା ସେ କହିଥିଲେ।
The post ଅଭିନେତା କରନ୍ ଓ ତାଙ୍କ ପରିବାର ବିରୋଧରେ ମାମଲା ରୁଜୁ appeared first on Odisha Reporter.
from Odisha Reporter https://ift.tt/2Swmv55
No comments:
Post a Comment