ଇସଲାମାବାଦ: ପାକିସ୍ତାନର ସିନେମା ଭାରତର ବଲିଉଡ ଦ୍ୱାରା ପ୍ରଭାବିତ। ଏହାକୁ ସ୍ୱୀକାର କରିଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ଏହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। କେତେ ଦିନ ପର୍ଯ୍ୟନ୍ତ ଭାରତର ବଲିଉଡକୁ କପି କରିବ ବୋଲି ଫିଲ୍ମ ନିର୍ମାତା ମାନଙ୍କୁ ସେ ପଚାରିଛନ୍ତି। ପାକିସ୍ତାନର ଫିଲ୍ମକୁ ନୂଆ ରୂପ ଦରକାର କହି ପ୍ରସ୍ତୁତି ଆରମ୍ଭ କରିବାକୁ ଇମ୍ରାନ୍ ଖାନ୍ କହିଛନ୍ତି। ଇସଲାମାବାଦରେ ସର୍ଟ ଫିଲ୍ମ ଫେଷ୍ଟିଭାଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଖାନ୍ ସାହାବ ଏପରି କହିଛନ୍ତି।
ପାକିସ୍ତାନର ପ୍ରମୁଖ ଖବରକାଗଜ ‘ଡନ୍’କୁ ଇମ୍ରାନ୍ କହିଛନ୍ତି ଯେ, ଅରଜିନାଲ କେବଳ ବିକ୍ରି ହୁଏ। ନକଲ କଲେ ଏହାର ମୂଲ୍ୟ ରୁହେନି। ତେଣୁ ବାସ୍ତବ ଘଟଣାକୁ ନେଇ ସିନେମା ତିଆରି ହେବା ଦରକାର। ଏହା ସେ ତାଙ୍କର ଅଭିଜ୍ଞତା ଅନୁସାରେ କହୁଛନ୍ତି ବୋଲି ସର୍ଟ ଫିଲ୍ମ ଫେଷ୍ଟିଭାଲରେ ଇମ୍ରାନ୍ କହିଛନ୍ତି। ତେଣୁ ତାଙ୍କ କଥାକୁ ଯଦି ସିନେମା ନିର୍ମାତା ଗୁରୁତ୍ୱ ଦେବେ ତାହେଲେ ପାକିସ୍ତାନର ସିନେମା ଏକ ନୂଆ ଦିଗରେ ଯିବ ଆଉ ନିଜସ୍ୱ ପରିଚୟ ତିଆରି କରିପାରିବ।
ପାକିସ୍ତାନୀ ସଂସ୍କୃତି ଉପରେ ହଲିଉଡ ଏବଂ ବଲିଉଡର ପ୍ରଭାବ ବିଷୟରେ ଇମ୍ରାନ ଖାନ କହିଛନ୍ତି ଯେ ଫିଲ୍ନ ନିର୍ମାତା ମାନେ ଲୋକଙ୍କୁ ଫିଲ୍ମ ଦେଖାଇବାକୁ ଉତ୍ସାହ ବଢ଼ାଇବାକୁ ଯାଇ କମର୍ସିଆଲାଇ ଜେସନ କରୁଛନ୍ତି। ଏହି ଚିନ୍ତାଧାରା ଫିଲ୍ମ ତିଆରି ହେବା ବେଳେ ନିର୍ମାତାଙ୍କୁ କୁହାଯାଉଛି। ତେଣୁ ସେମାନେ ବାଧ୍ୟ ହୋଇ ଫିଲ୍ନର ବିଷୟବସ୍ତୁକୁ କମର୍ସିଆଲାଇଜେସନ ମୁହାଁ ରଖୁଛନ୍ତି। ତେଣୁ ସେ ଯୁବ ଫିଲ୍ମ ନିର୍ମାତାଙ୍କୁ ପରାମର୍ଶ ଦେବାକୁ ଯାଇ କହିଛନ୍ତି ଫିଲ୍ମର ବିଷୟ ବସ୍ତୁ ବାସ୍ତବ ହେବା ଦରକାର। ଯଦି କଣ୍ଟେଣ୍ଟ ଅରିଜିନାଲ ରହିବ ତାହେଲେ ସଫଳ ହେବା ସୁନିଶ୍ଚିତ। ଆରମ୍ଭରୁ ହୁଏତ ବିଫଳ ହୋଇପାରନ୍ତି। କିନ୍ତୁ ଆରମ୍ଭରୁ ବିଫଳତାକୁ ନେଇ ଭୟଭୀତ ହେବା ଠିକ୍ ହେବନି।
ସେ କହିଛନ୍ତି ଯେ ଆତଙ୍କବାଦକୁ ନେଇ ପାକିସ୍ତାନକୁ ଭୁଲ୍ ଢ଼ଙ୍ଗରେ ଚିତ୍ରଣ କରାଯାଉଛି ସେନିମା ଜରିଆରେ। ହେଲେ ଏହାର ଅସଲ କଥା ବା ଉଦ୍ଦେଶ୍ୟକୁ ଏଯାଏ ଲୋକଙ୍କ ପାଖରେ ପହଞ୍ଚା ଯାଇପାରୁନି। ତେଣୁ ଫିଲ୍ମ ଜରିଆରେ ଏହି ସବୁ ପ୍ରସଙ୍ଗକୁ ଦେଖାଇବା ଦରକାର। ଦୁନିଆ ତାକୁ ସମ୍ମାନ କରେ ଯିଏ ନିଜକୁ ସମ୍ମାନ ଦିଏ।
The post କେତେ ଦିନ ବଲିଉଡ଼କୁ କପି କରିବ: ଇମ୍ରାନ୍ ଖାନ୍ appeared first on Odisha Reporter.
from Odisha Reporter https://ift.tt/3wUVlnj
No comments:
Post a Comment