ହାଇୱାକୁ ଧକ୍କା ଦେଲା ହାଇୱା, ଡ୍ରାଇଭର ଜୀବନ୍ତ ଦଗ୍ଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 1, 2021

ହାଇୱାକୁ ଧକ୍କା ଦେଲା ହାଇୱା, ଡ୍ରାଇଭର ଜୀବନ୍ତ ଦଗ୍ଧ

କାମାକ୍ଷାନଗର (ବିଦ୍ୟାଧର ବରାଳ): ଏକ ପାଉଁଶ ବୋଝେଇ ହାଇୱା ଅନ୍ୟ ଏକ ପାଉଁଶ ବୋଝେଇ ହାଇୱାକୁ ପଛରୁ ଧକ୍କା ଦେବା ଫଳରେ ନିଆଁ ଲାଗିଯିବାରୁ ଜଣେ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତାର ମହୁଲପାଳ ଗାଁ ନିକଟସ୍ଥ ପଥପ୍ରାନ୍ତ ସେବା କେନ୍ଦ୍ର ସମ୍ମୁଖରେ ଆଜି ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା।

ମୃତ ଡ୍ରାଇଭରଙ୍କ ଜଣଙ୍କ ନାମ ସୁନୀଲ ଯାଦବ । ତାଙ୍କ ଘର ଝାଡ଼ଖଣ୍ଡରେ ବୋଲି ଜଣାପଡ଼ିଛି।

ଆଶ୍‌ ଟ୍ରେକ୍‌ କମ୍ପାନୀର କିଛି ହାଇୱା ୫୩ ନଂ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ହୋଇ ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅଞ୍ଚଳରେ ଥିବା ବିଆରଜି ପ୍ଲାଣ୍ଟରୁ ପାଉଁଶ ଆଣୁଥିଲେ। ଭୋର ପ୍ରାୟ ୪ଟା ବେଳେ ମହୁଲପାଳ ଗାଁ ଜଡ଼ାପାଳ ନିକଟରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ର ସମ୍ମୁଖରେ ଗୋଟିଏ ପାଉଁଶ ବୋଝେଇ ହାଇୱା ଛିଡ଼ା ହୋଇଥିବା ବେଳେ ଅନ୍ୟ ଏକ ପାଉଁଶ ବୋଝେଇ ଟ୍ରକ୍‌ ଆସି ତାକୁ ପଛପଟୁ ବହୁତ ଜୋରରେ ଧକ୍କା ଦେଇଥିଲା। ଏହା ପରେ ଧକ୍କା ଦେଇଥିବା ହାଇୱାରେ ନିଆଁ ଲାଗି ଯାଇଥିଲା ଏବଂ ସେଥିରେ ଥିବା ଡ୍ରାଇଭର ସୁନୀଲ ଯାଦବ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।

ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ସେତେବେଳକୁ ଡ୍ରାଇଭର ଜଣଙ୍କ ପୂରା ଜଳି ସାରିଥିଲେ। କାମାକ୍ଷାନଗର ପୁଲିସ୍ ଘଟଣାର ତଦନ୍ତ କରୁଛି।

The post ହାଇୱାକୁ ଧକ୍କା ଦେଲା ହାଇୱା, ଡ୍ରାଇଭର ଜୀବନ୍ତ ଦଗ୍ଧ appeared first on Odisha Reporter.



from Odisha Reporter https://ift.tt/3caMaqw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages