ଲଣ୍ଡନ: ସାରା ଦୁନିଆକୁ କଲବଲ କରୁଥିବା କରୋନା ଭାଇରସ ବିରୋଧରେ ବଡ଼ ହମଲା କରିଛି ଟିକା। ଏହାର ପ୍ରଭାବରେ ବେକାବୁ ହୋଇଥିବା କରୋନା ଏବେ ନିୟନ୍ତ୍ରଣକୁ ଆସିଛି। ପ୍ରଥମ ଥର ପାଇଁ ବ୍ରିଟେନରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଶୂନ ରହିଛି। ମାର୍ଚ୍ଚ ୨୦୨୦ ପରେ ପ୍ରଥମ ଥର ପାଇଁ ବ୍ରିଟେନରେ କରୋନା ବିଗତ ୨୪ ଘଣ୍ଟାରେ କାହାରି ମୃତ୍ୟୁ ଘଟିନି।
ଗତ ବର୍ଷ ୟୁରୋପୀୟ ଦେଶରେ କରୋନା ବିସ୍ଫୋରଣ ହୋଇଥିଲା। ବ୍ରିଟେନରେ କେବଳ ପ୍ରତିଦିନ ହଜାର ହଜାର ମୃତ୍ୟୁ ସଂଖ୍ୟା ରେକର୍ଡ କରାଯାଉଥିଲା। ମାର୍ଚ୍ଚ ୨୦୨୦ ପରେ ମଙ୍ଗଳବାର ଆସିଥିଲା ବ୍ରିଟେନବାସୀଙ୍କ ପାଇଁ ଖୁସି ଖବର। ଯେଉଁଥିରେ ବିଗତ ୨୪ ଘଣ୍ଟାରେ କେହି କରୋନାରେ ଆଖି ବୁଜିନଥିବା ରିପୋର୍ଟ ଆସିଥିଲା। ଅର୍ଥାତ୍ କରୋନା ସଂକ୍ରମଣ ହେତୁ ‘ଶୂନ’ ମୃତ୍ୟୁ ରେକର୍ଡ କରାଯାଇଥିଲା। ତଥାପି, ତୃତୀୟ ଲହରର ଭୟ ଯୋଗୁଁ ବ୍ରିଟେନରେ କରୋନା ପ୍ରତିବନ୍ଧକ ଏବେ ବି ଲାଗୁ ରହିଛି।
ବ୍ରିଟେନରେ କରୋନାର ବିସ୍ଫୋରଣ ହେବା ପରେ ଦେଶକୁ ଲକଡାଉନ କରାଯାଇଥିଲା। ସେହିପରି ଚଳିତ ବର୍ଷ ଆରମ୍ଭରେ ମଧ୍ୟ କରୋନା ବିସ୍ଫୋରଣ ହୋଇଥିଲା। ପରେ ପୁଣି ଥରେ ଲମ୍ୱା ସମୟ ପାଇଁ ବ୍ରିଟେନ ସରକାର ଲକଡାଉନ କରିଥିଲେ। ଏହି ସମୟରେ ପ୍ରତିଦିନ ହଜାର ହଜାର ମୃତ୍ୟୁ ସଂଖ୍ୟା ରେକର୍ଡ କରାଯାଇଥିଲା। ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ତଥ୍ୟ ଅନୁଯାୟୀ, ଏ ପର୍ଯ୍ୟନ୍ତ ବ୍ରିଟେନରେ କରୋନା ଯୋଗୁଁ ୧ ଲକ୍ଷ ୨୭ ହଜାର ୭୮୨ ଜଣଙ୍କର ମୃତ୍ୟୁ ହୋଇଛି। କରୋନାରେ ମୃତ୍ୟୁ ଘଟିଥିବା ସଂଖ୍ୟାରେ ବ୍ରିଟେନ ପଞ୍ଚମ ବୃହତ୍ତମ ଦେଶ। ବ୍ରିଟେନରେ ଏଯାବତ ୪୦ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର ଦେଶରେ ୩ ହଜାର ୧୫୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ତେଣୁ ଏବେ ବ୍ରିଟେନ ପାଇଁ ବଡ଼ ଚ୍ୟାଲେଞ୍ଜ କିଭଳି ସଂକ୍ରମଣ ସଂଖ୍ୟା ଆଗାମୀ ଦିନରେ ଶୂନ ହେବ ଏବଂ ତୃତୀୟ ଲହରକୁ ରୋକି ହେବ।
The post ଏବେ ଏହି ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଶୂନ appeared first on Odisha Reporter.
from Odisha Reporter https://ift.tt/2SORVmS
No comments:
Post a Comment