୯୮ ଦିନ କଲବଲ କରିବ କରୋନାର ତୃତୀୟ ଲହର, ଦ୍ୱିତୀୟ ୱେଭ ଭଳି ରଚିବ ତାଣ୍ଡବ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 2, 2021

୯୮ ଦିନ କଲବଲ କରିବ କରୋନାର ତୃତୀୟ ଲହର, ଦ୍ୱିତୀୟ ୱେଭ ଭଳି ରଚିବ ତାଣ୍ଡବ!

ନୂଆଦିଲ୍ଲୀ: ମହମାରୀ କରୋନାର ଦ୍ୱିତୀୟ ୱେଭ ବିଭୀଷିକା ରଚିବା ପରେ ଧୀରେଧୀରେ ତା’ର ପ୍ରକୋପ ହ୍ରାସ କରୁଛି। କିନ୍ତୁ ଭାରତ ଉପରୁ ଏଯାଏ ବିପଦ ଟଳିନି। ଦ୍ୱିତୀୟ ୱେଭର କିଛି ମାସ ପରେ ସମ୍ଭାବ୍ୟ ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି।

କିଛି ରାଜ୍ୟ ଏବେଠାରୁ ହିଁ କରୋନାର ସମ୍ଭାବ୍ୟ ତୃତୀୟ ୱେଭର ମୁକାବିଲା କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏବେ କରୋନାର ତୃତୀୟ ୱେଭ ଦ୍ୱିତୀୟ ଲହର ଭଳି ତାଣ୍ଡବ ରଚିବ ଓ ଏହା ସାରା ଦେଶକୁ ୯୮ ଦିନ ଯାଏ କଲବଲ କରିପାରେ ବୋଲି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସ୍‌ବିଆଇ) ତା’ ରିପୋର୍ଟରେ କହିଛି।

ଅନ୍ତର୍ଜାତୀୟ ଅଭିଜ୍ଞତାକୁ ବିଚାରକୁ ନେଇ ଏସ୍‌ବିଆଇ ଇକୋୱାର୍ପ ତା’ର ରିପୋର୍ଟରେ ଆକଳନ କରିଛି ଯେ କରୋନାର ତୃତୀୟ ୱେଭ ଦ୍ୱିତୀୟ ୱେଭ ଠାରୁ କୌଣସି ପ୍ରକାରର କମ ପ୍ରଭାବ ଦେଖାଇବ ନାହିଁ। ଦ୍ୱିତୀୟ ୱେଭ ଭଳି ଏହା ମଧ୍ୟ ତାଣ୍ଡବ ରଚିବ। ତେବେ ଆମେ ଅଧିକ ସତର୍କତା ଅବଲମ୍ବନ କଳେ ମୃତ୍ୟୁସଂଖ୍ୟାକୁ କିଛିଟା ହ୍ରାସ କରିପାରିବା।

ବିଭିନ୍ନ ଦେଶରେ କରୋନା ତୃତୀୟ ୱେଭର ସମୟସୀମା ୯୮ ଦିନ ଥିବା ବେଳେ ଦ୍ୱିତୀୟ ୱେଭର ଅବଧି ୧୦୮ ଦିନ ରହିଛି। ତେଣୁ ଭାରତରେ କରୋନାର ତୃତୀୟ ୱେଭ ୯୮ ଦିନ ଯାଏ ଅନୁଭବ ହୋଇପାରେ। ଦ୍ୱିତୀୟ ୱେଭ ତୁଳନାରେ ତୃତୀୟ ୱେଭର ପିକ୍‌ ୧.୮ ଗୁଣ ଓ ପ୍ରଥମ ୱେଭ ତୁଳନାରେ ଦ୍ୱିତୀୟ ୱେଭର ପିକ୍‌ ୫.୨ ଗୁଣ ଅଧିକ। ଭାରତରେ ଦ୍ୱିତୀୟ ୱେଭର ପିକ୍‌ ୪.୨ ଗୁଣ ରହିଥିଲା ବୋଲି ରିପୋର୍ଟରେ କୁହାଯାଇଛି।

ଭାରତ ଏବେ ତୃତୀୟ ଲହର ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏପରି ରିପୋର୍ଟ ସାମ୍ନାକୁ ଆସିଛି। କରୋନାର ଦ୍ୱିତୀୟ ୱେଭ ତାଣ୍ଡବ ରଚିବା ପରେ ଧୀରେଧୀରେ ହ୍ରାସ ପାଉଛି। ପିକ୍‌ ସମୟରେ ଏକଦା କରୋନା ଭାଇରସ ଦ୍ୱାରା ଦିନକରେ ୪.୧୪ ଲକ୍ଷ ଲୋକ ସଂକ୍ରମିତ ହୋଇଥିଲେ।

ଭାରତ ପାଇଁ ମେ’ ମାସ ସବୁଠାରୁ ଅଧିକ ଭୟଙ୍କର ରହିଥିଲା। ଏହି ମାସରେ ୯୦.୩ ଲକ୍ଷ ଲୋକ କରୋନାରେ ଆକ୍ରାନ୍ତ ହୋଇଥିଲେ। ମହାମାରୀ ଦେଶରେ ପ୍ରବେଶ କରିବା ଦିନଠାରୁ ଗୋଟିଏ ମାସରେ ଏତେ ସଂଖ୍ୟକ ଲୋକ ସଂକ୍ରମିତ ହେବା ପ୍ରଥମ ଘଟଣା।
ଏପ୍ରିଲ ମାସ ତୁଳନାରେ ମେ’ ମାସରେ ୩୦% ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ।

ବିଶ୍ୱରେ ମଧ୍ୟ ଏହା ସର୍ବାଧିକ। ଏପ୍ରିଲ ମାସରେ ୬୯.୪ ଲକ୍ଷ ଲୋକଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ସେହିପରି ମେ’ ମାସରେ ବିଶ୍ୱର ସର୍ବାଧିକ ମୃତ୍ୟୁ ଭାରତରେ ରେକର୍ଡ କରାଯାଇଛି। ମେ’ ମାସରେ ୧,୧୯,୧୮୯ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ଏହା ପୂର୍ବରୁ ୨୦୨୧ ଜାନୁଆରୀ ମାସରେ ଆମେରିକାରେ ସର୍ବାଧିକ ୯୯,୬୮୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ଭାରତ ସବୁ ରେକର୍ଡ ଭାଙ୍ଗି ଦେଇଛି।

ଏସବିଆଇ ତା’ ରିପୋର୍ଟରେ କହିଛି, ତୃତୀୟ ୱେଭ ବେଳେ ମୃତ୍ୟୁସଂଖ୍ୟାକୁ ପ୍ରାୟ ୪୦ ହଜାର କମ କରାଯାଇ ପାରିବ। କାରଣ ଦ୍ୱିତୀୟ ୱେଭରେ ୧.୭ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। କିନ୍ତୁ ତୃତୀୟ ୱେଭ ବେଳେ ଯଦି ଗୁରୁତର ରୋଗୀଙ୍କ ସଂଖ୍ୟା ୫% ହ୍ରାସ ପାଇଲା, ତା’ହେଲେ ଦେଶରେ ୪୦ ହଜାର କମ ମୃତ୍ୟୁ ରେକର୍ଡ ହେବ। ଦ୍ୱିତୀୟ ୱେଭରେ ଗୁରୁତର ରୋଗୀଙ୍କ ସଂଖ୍ୟା ୨୦% ରହିଛି। ଗୁରୁତର ରୋଗୀଙ୍କ ସଂଖ୍ୟା ହ୍ରାସ କରିବାକୁ ହେଲେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରିବାକୁ ପଡ଼ିବ ଓ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରିବାକୁ ହେବ।

ବର୍ତ୍ତମାନ ସୁଦ୍ଧା ମାତ୍ର ୧୨.୩% ଲୋକ କରୋନା ଟିକାର ପ୍ରଥମ ଡୋଜ୍‌ ନେଇଥିବା ବେଳେ ୩.୨୭% ଲୋକ ଡବଲ ଡୋଜ୍‌ ନେଇଛନ୍ତି। ସରକାର ଜୁଲାଇ ମଧ୍ୟ ଭାଗ ସୁଦ୍ଧା ଦୈନି ୧ କୋଟି ଟିକା ମିଳିବ ବୋଲି ଆକଳନ କରିଛନ୍ତି। ଯଦି ଏହା ହେଲା, ତା’ହେଲେ ତୃତୀୟ ୱେଭକୁ ମୁକାବିଲା କରିବା ସହଜ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

The post ୯୮ ଦିନ କଲବଲ କରିବ କରୋନାର ତୃତୀୟ ଲହର, ଦ୍ୱିତୀୟ ୱେଭ ଭଳି ରଚିବ ତାଣ୍ଡବ! appeared first on Odisha Reporter.



from Odisha Reporter https://ift.tt/3uKpzaP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages