ଡାକ୍ତରଖାନା ଯାଇ ସର୍ବହରା: ବାପା ଓ ଭାଇ ଚାଲିଗଲେ, ଘର-ଜମି ବି ଗଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 2, 2021

ଡାକ୍ତରଖାନା ଯାଇ ସର୍ବହରା: ବାପା ଓ ଭାଇ ଚାଲିଗଲେ, ଘର-ଜମି ବି ଗଲା

ବେଙ୍ଗାଲୁରୁ: କରୋନା ବେଳେ ହସ୍ପିଟାଲ ଖର୍ଚ୍ଚ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଜଣେ ବ୍ୟକ୍ତି ସପ୍ତାହକ ମଧ୍ୟରେ ବାପା ଓ ଭାଇର ଚିକିତ୍ସା କରାଇବାକୁ ଯାଇ ଜମି, ଘର ବିକ୍ରି କରି ସର୍ବସ୍ୱାନ୍ତ ହୋଇଥିବା ବେଳେ ନିଜ ପରିବାର ଲୋକଙ୍କୁ ମଧ୍ୟ ହରାଇଛନ୍ତି। ଯଦିଓ ସରକାର କହୁଛନ୍ତି ଘରୋଇ ହସ୍ପିଟାଲର ଖର୍ଚ୍ଚ ଉପରେ ସରକାର ନଜର ରଖିଛନ୍ତି ହେଲେ ବାସ୍ତବିକ ଏହା କେତେ ଦୂର କାର୍ଯ୍ୟକାରୀ ହେଉଛି ରମେଶ ଗୌଡାଙ୍କ କଥାରୁ ଜାଣିହେବ।

ରମେଶ ଗୌଡ଼ଙ୍କ ଘର କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ। ତାଙ୍କ ବୟସ ୨୫। ବାପା ଓ ଭାଇକୁ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ମୟଶୂର ସ୍ଥିତ ଏହି ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇବାର ସାତ ଦିନ ମଧ୍ୟରେ ବିଲ୍ ଆସିଛି ୧୬ ଲକ୍ଷ। ରମେଶ ଗୌଡ଼ ପେଶାରେ ଜଣେ ଚାଷୀ। ତାଙ୍କ ବାପାଙ୍କ ସହିତ ମିଶି ପରିବାରରେ ବିଲ, ବାଡି କଥା ବୁଝନ୍ତି। ସାନ ଭାଇ ସୁନୀଲ କୁମାର ଘରର ଏକମାତ୍ର ରୋଜଗାରିଆ ପୁଅ। ହେଲେ ଉଭୟ କରୋନାରେ ଆକ୍ରାନ୍ତ ହେବା ପରେ ଚିକିତ୍ସା କରାଇବାକୁ ଯାଇ ମୟଶୂରର ଏକ ଭଲ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ହେଲେ ଉଭୟ ଏବେ କରୋନାରେ ପ୍ରାଣ ହରାଇଛନ୍ତି।

ହସ୍ପିଟାଲର ଖର୍ଚ୍ଚ ଭରଣ କରିବାକୁ ଯାଇ ରମେଶ ତାଙ୍କର ୨ ଏକର ଜମି ବିକ୍ରି କରିବା ସହିତ ନିଜ ଘରକୁ ବନ୍ଧକ ରଖିଛନ୍ତି। ଏବେ ଗୌଡ଼ା ତାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ। ତାଙ୍କ ପାଖରେ ରୋଜଗାରିଆ ଭାଇ ନାହିଁ କି ବାପାର ସାହାରା ବି ନାହିଁ। ସୂଚନା ଅନୁଯାୟୀ ସରକାରୀ ହସ୍ପିଟାଲର ଚିକିତ୍ସା ଅନୁଯାୟୀ ଯେଉଁଠି ଦୈନିକ ୨୦ ହଜାରରୁ ୩୦ ହଜାର ଟଙ୍କା( ଆଇସିୟୁ ସହିତ) ଖର୍ଚ୍ଚ କରିବାକୁ ପଡିଥାନ୍ତା ସେଠି ଘରୋଇ ହସ୍ପିଟାଲ ୧ ଲକ୍ଷରୁ ଅଧିକ ଟଙ୍କା ନେଉଛନ୍ତି।

ସେହିପରି ଉଦୟ ରମାକାନ୍ତ ନାମକ ବ୍ୟକ୍ତି କହିଛନ୍ତି ତାଙ୍କ ସ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ହେଲେ ସେମିତି ଗୁରୁତର ନଥିଲେ। ହେଲେ ବିପଦ ସମ୍ଭାବନାକୁ ଆଖି ଆଗରେ ରଖି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ତାଙ୍କ ସ୍ତ୍ରୀଙ୍କୁ। ୬ ଦିନ ପରେ ସେ ହସ୍ପିଟାଲରୁ ଡିସଚାର୍ଜ ହେବା ବେଳକୁ ତାଙ୍କର ବିଲ୍ ହୋଇଥିଲା ୫ ଲକ୍ଷ। ଯାହାକୁ ନେଇ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ବିଲ୍ ଦେବାକୁ ଅକ୍ଷମ କହି ଅନେକ ନେତା, ମନ୍ତ୍ରୀ ଏବଂ ହସ୍ପିଟାଲ ମାଲିକଙ୍କୁ କହିଥିଲେ ଉଦୟ। ହେଲେ କୌଣସି ପ୍ରଭାବ ପଡ଼ିନଥିଲା। ଶେଷରେ ସେ ୫ ଲକ୍ଷ ଟଙ୍କା ଦେଇ ଆସିଥିଲେ ବୋଲି ସେ କହିଛନ୍ତି।

କର୍ଣ୍ଣାଟକ ପିସିସି ସଭାପତି ଡକ୍ଚର ଶିବକୁମାର କହିଛନ୍ତି, କିଛି ଘରୋଇ ହସ୍ପିଟାଲ ବିପତ୍ତିକୁ ନିଜ ପାଇଁ ଏକ ସୁଯୋଗ ବୋଲି ଭାବି ଲୋକଙ୍କଠୁ ଶୋଷଣ କରୁଛନ୍ତି। ହସ୍ପିଟାଲ ଗୁଡିକ ଏଭଳି ସ୍ଥିତିରେ କିନ୍ତୁ ମାନବିକତା ଦେଖାଇବାକୁ ଭୁଲି ଯାଉଛନ୍ତି।

(ଏହି ଘଟଣାରେ ପ୍ରତିକ୍ରିୟା ଦେଇଥିବା ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନାଁ ପରିବର୍ତ୍ତନ କରାଯାଇଛି)।

The post ଡାକ୍ତରଖାନା ଯାଇ ସର୍ବହରା: ବାପା ଓ ଭାଇ ଚାଲିଗଲେ, ଘର-ଜମି ବି ଗଲା appeared first on Odisha Reporter.



from Odisha Reporter https://ift.tt/3fNxpfH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages