ନୂଆଦିଲ୍ଲୀ: ଆମେରିକାର ଟିକା ନିର୍ମାତା ପିଫାଇଜର ୧୨ ବର୍ଷରୁ କମ୍ ବୟସର ପିଲାଙ୍କ ଉପରେ ଟିକା ପରୀକ୍ଷା ଆରମ୍ଭ କରିବାକୁ ପ୍ରସ୍ତୁତ। ମଙ୍ଗଳବାର ପିଫାଇଜର ପକ୍ଷରୁ ଏହି ସୂଚନା ଦିଆଯାଇଛି। କୁହାଯାଉଛି ଏହି ପରୀକ୍ଷା ପାଇଁ ଫାଇଜର ୪୫୦୦ରୁ ଅଧିକ ପିଲାଙ୍କୁ ଚିହ୍ନଟ କରିଛି ବିଶ୍ୱର ଏହି ଅନ୍ୟତମ ବଡ଼ ଟିକା କମ୍ପାନୀ। ଏହି ପିଲାମାନେ ଆମେରିକା, ଫିନଲ୍ୟାଣ୍ଡ, ପୋଲାଣ୍ଡ ଏବଂ ସ୍ପେନରୁ ଆସିବେ।
ପ୍ରଥମ ପର୍ଯ୍ୟାୟରେ ୧୪୪ ପିଲାଙ୍କଠାରେ ଏହି ଟିକାକୁ ପରୀକ୍ଷା କରାଯିବ। ଫାଇଜର ପକ୍ଷରୁ କୁହାଯାଇଛି ଯେ ଏହା ୫ ରୁ ୧୧ ବର୍ଷ ବୟସର ପିଲାଙ୍କ ମଧ୍ୟରେ ୧୦ ମାଇକ୍ରୋଗ୍ରାମର ଡୋଜ ପରୀକ୍ଷା କରିବ ବୋଲି ଜଣାପଡ଼ିଛି। ସେହିପରି ୬ ମାସରୁ ୫ ବର୍ଷ ବୟସର ପିଲାଙ୍କ କ୍ଷେତ୍ରରେ ୩ ମାଇକ୍ରୋଗ୍ରାମର କରୋନା ଡୋଜ ପରୀକ୍ଷା କରାଯିବ। ବୟସ୍କମାନଙ୍କ ପାଇଁ ପ୍ରସ୍ତୁତ ଟିକାରେ ଏହା ୩୦ ମାଇକ୍ରୋଗ୍ରାମ ରହିଛି।
ଫାଇଜର ମୁଖପାତ୍ର କହିଛନ୍ତି ଯେ ସେପ୍ଟେମ୍ବର ସୁଦ୍ଧା ୫ ରୁ ୧୧ ବର୍ଷ ବୟସର ପିଲାଙ୍କ କ୍ଷେତ୍ରରେ ବ୍ୟବହାର ହୋଇଥିବା ଟିକାର ଫଳାଫଳ ଆସିବ ବୋଲି କମ୍ପାନୀ ଆଶା ରଖିଛି। ଏମିତିକି ସେପ୍ଟେମ୍ୱର ମାସ ଶେଷ ସୁଦ୍ଧା ଏହି ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ପାଇଁ ଆବେଦନ କରାଯିବ। ଏହି ଟିକା ସଫଳ ହେବା ପରେ ପରେ ୨ ରୁ ୫ ବର୍ଷ ବୟସର ପିଲାଙ୍କ ପାଇଁ କରୋନା ଟିକା ଆସିପାରେ। ୬ ମାସରୁ ୨ ବର୍ଷ ବୟସ ବର୍ଗର କ୍ଲିନିକାଲ ପରୀକ୍ଷା ତଥ୍ୟ ଅକ୍ଟୋବର କିମ୍ବା ନଭେମ୍ବରରେ ଉପଲବ୍ଧ ହେବ।
୧୨ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ପିଫାଇଜର ଟିକାକୁ ୟୁରୋପୀୟ ୟୁନିଅନ ଅନୁମୋଦନ ଦେଇ ସାରିଛି। ତେବେ ଏହା କେବଳ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ପାଇଇଛି। ପିଫାଇଜର ଜର୍ମାନୀର ବାୟୋନଟେକ୍ କମ୍ପାନୀ ସହଯୋଗରେ କରୋନାର ଏହି ଟିକା ପ୍ରସ୍ତୁତ କରୁଛି। ଏହି କମ୍ପାନୀର ଟିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଅନୁମୋଦିତ ହୋଇସାରିଛି। ଆମେରିକାର ୭୦ ଲକ୍ଷରୁ ଅଧିକ ଅଧିକ ପିଲା ଟିକା ନେଇଥିବା ସୂଚନା ରହିଛି।
The post ୧୨ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ଟିକା ପରୀକ୍ଷା କରିବାକୁ ଫାଇଜର ପ୍ରସ୍ତୁତ appeared first on Odisha Reporter.
from Odisha Reporter https://ift.tt/3x8Ky8U
No comments:
Post a Comment