ରାଜ୍ୟରେ ପୁଣି ୬ ହଜାର ଡେଇଁଲା ଦୈନିକ ସଂକ୍ରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 8, 2021

ରାଜ୍ୟରେ ପୁଣି ୬ ହଜାର ଡେଇଁଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୦୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ପୁଣି ଦୈନିକ ସଂକ୍ରମଣ ୬ ହଜାର ଉପରେ ରହିଛି। ଗତକାଲି ଆସିଥିବା ରିପୋର୍ଟରେ ଏହି ସଂଖ୍ୟା ୬ ହଜାର ତଳେ ରହିଥିଲା। ସେହିପରି ରାଜ୍ୟରେ ଆଉ ୪୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

୬୦୧୯ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୩୯୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୬୨୨ଟି ହେଉଛି ଲୋକାଲ୍ କେସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୯୬ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୫୩୧ ଜଣ ଚିହ୍ନଟ ହୋଇଛନ୍ତି। ଅନ୍ୟ କୌଣସି ଜିଲ୍ଲାରେ ଏହି ସଂଖ୍ୟା ୫୦୦ ଟପି ନାହିଁ।

ଅନୁଗୋଳ ଜିଲ୍ଲାରୁ ୩୩୫ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୮୬, ବରଗଡ଼ରୁ ୧୨୨, ଭଦ୍ରକରୁ ୨୬୨, ବଲାଙ୍ଗିରରୁ ୬୬, ବୌଦ୍ଧରୁ ୭୯, ଦେବଗଡ଼ରୁ ୨୪, ଢେଙ୍କାନାଳରୁ ୨୯୧, ଗଜପତିରୁ ୩୪, ଗଞ୍ଜାମରୁ ୭୩, ଜଗତସିଂହପୁରରୁ ୧୯୬, ଯାଜପୁରରୁ ୪୦୬, ଝାରସୁଗୁଡ଼ାରୁ ୪୧, କଳାହାଣ୍ଡିରୁ ୭୦, କନ୍ଧମାଳରୁ ୭୬, କେନ୍ଦ୍ରାପଡ଼ାରୁ ୨୧୮, କେନ୍ଦୁଝରରୁ ୧୨୦, କୋରାପୁଟରୁ ୧୪୨, ମାଲକାନଗିରିରୁ ୮୫, ମୟୂରଭଞ୍ଜରୁ ୩୩୩, ନବରଙ୍ଗପୁରରୁ ୧୫୧, ନୟାଗଡ଼ରୁ ୧୯୧, ନୂଆପଡ଼ାରୁ ୨୩, ପୁରୀରୁ ୩୨୪, ରାୟଗଡ଼ାରୁ ୧୦୮, ସମ୍ବଲପୁରରୁ ୧୩୧, ସୋନପୁରରୁ ୬୫ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨୮୩ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୧୫୭ ଜଣ ଚିହ୍ନଟ ହୋଇଛନ୍ତି।

୬୦୧୯ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୩୧ ହଜାର ୧୨୯ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୭ ଲକ୍ଷ ୫୬ ହଜାର ୬୪୧ ଜଣ ସୁସ୍ଥ ହୋଇସାରିଛନ୍ତି। ୭୧ ହଜାର ୩୧୨ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ଆଉ ୪୩ ଜଣଙ୍କ ଜୀବନ ଯିବା ପରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୧୨୩କୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ମଙ୍ଗଳବାର ଆସିଥିବା ରିପୋର୍ଟରେ ରାଜ୍ୟରେ ୫୮୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

The post ରାଜ୍ୟରେ ପୁଣି ୬ ହଜାର ଡେଇଁଲା ଦୈନିକ ସଂକ୍ରମଣ appeared first on Odisha Reporter.



from Odisha Reporter https://ift.tt/3ioSKxD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages