ବଢ଼ିଲା ରାମଦେବଙ୍କ ଅଡ଼ୁଆ, ଦିଲ୍ଲୀ ହାଇକୋର୍ଟ ପଠାଇଲେ ସମନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 3, 2021

ବଢ଼ିଲା ରାମଦେବଙ୍କ ଅଡ଼ୁଆ, ଦିଲ୍ଲୀ ହାଇକୋର୍ଟ ପଠାଇଲେ ସମନ

ନୂଆଦିଲ୍ଲୀ: ପତଞ୍ଜଳୀ ପ୍ରସ୍ତୁତ କରିଥିବା କରୋନିଲ କିଟ୍‌ ମହାମାରୀ କରୋନାକୁ ମାତ୍‌ ଦେଇପାରୁଛି ବୋଲି ଦାବି କରି ନିଜର ବ୍ୟବସାୟ ବୃଦ୍ଧି କରୁଥିବା ଯୋଗଗୁରୁ ବାବା ରାମଦେବଙ୍କ ଅଡ଼ୁଆ ବଢ଼ିଛି। କରୋନିଲ କିଟ୍‌ ସମ୍ପର୍କରେ ରାମଦେବ ମିଥ୍ୟା ପ୍ରଚାର କରୁଥିବାରୁ ଦିଲ୍ଲୀ ମେଡିକାଲ ଆସୋସିଏସନ(ଡିଏମଏ) କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

ଆଜି ଦିଲ୍ଲୀ ହାଇକୋର୍ଟ ଏହି ଆବେଦନକୁ ଆଧାର କରି ରାମଦେବଙ୍କୁ ହାଜର ହେବାକୁ ସମନ କରିଛନ୍ତି। ଡିଏମଏ ତା’ ଆବେଦନରେ କରୋନିଲ କିଟକୁ ନେଇ ଚାଲିଥିବା ମିଥ୍ୟା ପ୍ରଚାର ଉପରେ ରୋକ ଲଗାଇବାକୁ କହିଛି। ଏବେ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୩ ତାରିଖରେ ହେବ। ସେ ଯାଏ ରାମଦେବ କୌଣସି ପ୍ରକାରର ଉତ୍ତେଜନା କିମ୍ବା ଉସକାଇବା ଭଳି ବୟାନ ଦେଇପାରିବେ ନାହିଁ ବୋଲି ହାଇକୋର୍ଟ ତାଙ୍କ ଓକିଲଙ୍କୁ କହିଛନ୍ତି।

ପତଞ୍ଜଳୀ ପ୍ରସ୍ତୁତ କରିଥିବା କରୋନିଲ କିଟ୍‌ କରୋନାକୁ ମାତ ଦେବାରେ ସକ୍ଷମ ବୋଲି ରାମଦେବ ଦାବି କରିଥିଲେ। ହେଲେ ଏହା କୌଣସି ବୈଜ୍ଞାନିକ ଜ୍ଞାନକୌଶଳ ଉପରେ ଆଧାରିତ ନୁହେଁ ଓ ଏହା କେମିତି କରୋନାକୁ ମାତ ଦେଉଛି, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। କିନ୍ତୁ ରାମଦେବ ଏହା କରୋନା ବିରୋଧୀ ଔଷଧ ବୋଲି କହିବା ସହ ଏହାର ପ୍ରଚାର କରୁଛନ୍ତି।

ଡିଏମଏ ପୂର୍ବରୁ ଇଣ୍ଡିଆନ ମେଡିକାଲ ଆସୋସିଏସନ ମଧ୍ୟ ରାମଦେବଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା। ଏଲୋପା‌ଥିକୁ ନେଇ ରାମଦେବ ଭୁଲ ଓ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ଆଇଏମଏ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି।

ଆଇଏମଏ ଆଇପି ଇଷ୍ଟେଟ ପୁଲିସ୍‌ ଷ୍ଟେସନରେ କରିଥିବା ଏଫଆଇଆରରେ କହିଥିଲା ଯେ ରାମଦେବ ଜାଣିଶୁଣି କୋଭିଡ ଚିକିତ୍ସାକୁ ନେଇ ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରୁଛନ୍ତି। ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ଆଇଏମଏ ଦାବି କରିଛି।

The post ବଢ଼ିଲା ରାମଦେବଙ୍କ ଅଡ଼ୁଆ, ଦିଲ୍ଲୀ ହାଇକୋର୍ଟ ପଠାଇଲେ ସମନ appeared first on Odisha Reporter.



from Odisha Reporter https://ift.tt/3fIlr6S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages