ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟା ତଥା ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଚେୟାରମ୍ୟାନ୍ ବିଜୟ ସାହୁଙ୍କ ପରଲୋକ ହୋଇଯାଇଛି।
ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଲୋକ ସଂପର୍କ ଅଧିକାରୀ ଶରତ କର।
ଶ୍ରୀ ସାହୁ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ। ତେବେ ତା’ପରେ ତାଙ୍କ ଠାରେ ଅନେକ ଜଟିଳତା ଦେଖା ଦେଇଥିଲା ଓ ସେ ଗୁରୁତର ହୋଇଯାଇଥିଲେ। ତା’ପରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ହାଇଦ୍ରାବାଦ ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କର ପରଲୋକ ହୋଇଯାଇଛି।
The post ବିଜୟ ସାହୁଙ୍କ ପରଲୋକ appeared first on Odisha Reporter.
from Odisha Reporter https://ift.tt/3fIZKDA
No comments:
Post a Comment