ପରଲୋକରେ ସୁନାମଧନ୍ୟ ଗାୟିକା ତପୁ ମିଶ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 19, 2021

ପରଲୋକରେ ସୁନାମଧନ୍ୟ ଗାୟିକା ତପୁ ମିଶ୍ର

ଭୁବନେଶ୍ୱର: କୋଭିଡରେ ଗୁରୁତର ହୋଇ ଚିକିତ୍ସାଧୀନ ଥିବା ବେଳେ ଆଖି ବୁଜିଛନ୍ତି ଓଡ଼ିଶାର ସୁନାମଧନ୍ୟ ଗାୟିକା ତପୁ ମିଶ୍ର। ପାଖାପାଖି ମାସେ ହେବ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ଶନିବାର ବିଳମ୍ୱିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି।

୨୦୦୩ ମସିହାରେ ‘କୁଳନନ୍ଦନ’ ସିନେମାରୁ ସଂଗୀତ ଯାତ୍ରା ଆରମ୍ଭ କରିଥିବା ଏହି ଗାୟିକା ଗତ ମାସରେ କୋଭିଡରେ ସଂକ୍ରମିତ ହୋଇଥିଲେ। ଏହାପରେ ଅକ୍ସିଜେନ ନେବାରେ ସେ ଅସୁବିଧା ଅନୁଭବ କରିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ସେ ମେ ୧୯ରେ ଆସିୟୁରେ ଭର୍ତ୍ତି ହୋଇଥିଲେ। ପରେ ତପୁ ମିଶ୍ରଙ୍କ ଅକ୍ସିଜେନରେ ସୁନ୍ତୁଳନ ଆସିଥିବା ନେଇ ସୂଚନା ମିଳିଥିଲା। କିନ୍ତୁ ପରେ ପୁଣିଥରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା।

ତେଣୁ ଅକ୍ସିଜେନ ସ୍ତର ବହୁତ କମ୍ ରହିଥିଲା।  ଏହି ସମୟରେ ତାଙ୍କ ଫୁସଫୁସ ମଧ୍ୟ କୋଭିଡର ଦ୍ୱାରା ଅଧିକ ସଂକ୍ରମିତ ହୋଇଯାଇଥିଲା। ତେବେ ଅଧିକ ଚିକିତ୍ସା ପାଇଁ ତପୁ ମିଶ୍ରଙ୍କୁ ଏକମୋ ଚିକିତ୍ସା ଯୋଗାଇ ଦିଆଯିବାକୁ ତାଙ୍କ ପରିବାର ଲୋକ ଚିନ୍ତା କରିଥିଲେ। ଏ ନେଇ ତପୁଙ୍କ ବଡ଼ ଭଉଣୀ ଧ୍ରୁତିଦୀପା ଗଣମାଧ୍ୟମରେ କହିଥିଲେ। ପରେ ସେ ଆର୍ଥିକ ସହାୟତା ଯୋଗାଇବାକୁ ନିବେଦନ କରିଥିଲେ। ଏଥିପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା। ନିକଟରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ମଧ୍ୟ ଏକ ଲକ୍ଷ ଟଙ୍କା ତପୁଙ୍କ ଚିକିତ୍ସା ପାଇଁ ସହାୟତା ଦେଇଥିଲା। ସେହିପରି ତପୁଙ୍କ ଫ୍ୟାନ ଏବଂ ସିନେ କଳାକାର ମାନେ ତପୁଙ୍କ ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ।

ମୋଟ୍ ୪ଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ଏହି ବର୍ଷିଆନ୍ ଗାୟିକା ଗତ ଦୁଇ ବର୍ଷ ତଳେ ବିବାହ କରିଥିଲେ। ଗତ ମେ ମାସର ପ୍ରଥମ ସପ୍ତାହରେ ତପୁଙ୍କ ବାପା କୋଭିଡ୧୯ରେ ସଂକ୍ରମିତ ହୋଇ ଆରପାରିକୁ ଚାଲିଯାଇଥିଲେ। ପରେ ପରେ ତପୁ ମିଶ୍ର କୋଭିଡରେ ସଂକ୍ରମିତ ହୋଇଥିଲେ।

ତପୁ ମିଶ୍ର ଅନେକ ସୁପର ହିଟ୍ ଗୀତ ଗାଇ ଲୋକଙ୍କ ନଜରକୁ ଆସିଥିଲେ। ସେ ଗାଇଥିବା ସୁପରହିଟ୍ ଗୀତ ଗୁଡିକ ହେଲା ମଥାରେ ଓଢଣୀ ଦେବି..ଶାଶୁ ଘର ଚାଲିଯିବି, ମୁଁ ତୁମକୁ ଭଲ ପାଏ, ହାଏରେ ହାଏ ତୋର ଚେହେରା, ଆୟୁ ଲଭ୍ ୟୁ, ନୂଆ ନୂଆ ପ୍ରେମ  ଏବଂ ଚକୋଲେଟ ଫିଲ୍ମର ଇତ୍ୟାଦି ଅନେକ ଗୀତ ଗାଇ ଲୋକଙ୍କ ହୃହୟରେ ସେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଥିଲେ।

The post ପରଲୋକରେ ସୁନାମଧନ୍ୟ ଗାୟିକା ତପୁ ମିଶ୍ର appeared first on Odisha Reporter.



from Odisha Reporter https://ift.tt/3vLhXFo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages