ମୁମ୍ବାଇ: ସଲମାନଙ୍କ ଫିଲ୍ମ ‘ଭାରତ’ ଓ ‘ରାଧେ’ ଆଦି ଦର୍ଶକଙ୍କୁ ଆକୃଷ୍ଟ କରିପାରିନି l ତେଣୁ ଏବେ ଭାଇଜାନ୍ ଫିଲ୍ମର କାହାଣୀକୁ ବେଶ୍ ଗୁରୁତ୍ୱ ଦେଉଛନ୍ତି l ସେଥିପାଇଁ ୩୨ ବର୍ଷର ଦୀର୍ଘ କ୍ୟାରିୟରରେ ପ୍ରଥମ ଥର ପାଇଁ ଏକ ବାୟୋପିକ୍ରେ ସେ ନଜର ଆସିବେ।
‘ନୋ ୱାନ କିଲ୍ଡ ଜେସିକା’ ଓ ‘ରେଡି’ ପରି ଫିଲ୍ମର ନିର୍ଦ୍ଦେଶକ ରାଜକୁମାର ଗୁପ୍ତାଙ୍କ ଅପକମିଂ ଆଗାମୀ ଫିଲ୍ମରେ ନଜର ଆସିବେ ସଲମାନ। ଆଉ ଏହି ଫିଲ୍ମଟି ଏକ ବାୟୋପିକ୍ ହେବ ବୋଲି ଜଣାପଡ଼ିଛି। ଭାରତୀୟ ଗୁପ୍ତଚର ରବୀନ୍ଦ୍ର କୌଶିକଙ୍କ ଉପରେ ଏହି ଫିଲ୍ମଟି ନିର୍ମାଣ ହେବ। ରବୀନ୍ଦ୍ରଙ୍କୁ ବ୍ଲାକ ଟାଇଗର ବୋଲି କୁହାଯାଇଥାଏ।
ବଲିଉଡର ଟାଇଗର ଭାବେ ପରିଚିତ ଦବଙ୍ଗ ଖାନ ବ୍ଲାକ୍ ଟାଇଗର ଚରିତ୍ର ପାଇଁ ରାଜକୁମାର ଗୁପ୍ତାଙ୍କ ପ୍ରଥମ ପସନ୍ଦ ବୋଲି ଜଣାପଡ଼ିଛି। ସଲମାନଙ୍କୁ ଏହାର ସ୍କ୍ରିପ୍ଟ ଖୁବ ପସନ୍ଦ ଆସିଥିବା ବେଳେ ଏଥିପାଇଁ ସେ ଗ୍ରୀନ ସିଗ୍ନାଲ୍ ମଧ୍ୟ ଦେଇ ସାରିଛନ୍ତି।
ସଲମାନ ଏବେ ଟାଇଗର- ୩ର ଶୁଟିଂରେ ବ୍ୟସ୍ତ ଥିବା ବେଳେ ଏହାପରେ ସାଜିଦ ନାଦିୱାଲାଙ୍କ ଫିଲ୍ମ ‘କଭି ଇଦ୍ କଭି ଦିୱାଲି’ରେ ନଜର ଆସିବେ। ଚଳିତ ବର୍ଷ ରିଲିଜ ହୋଇଥିବା ସାଉଥ ଫିଲ୍ମ ‘ମାଷ୍ଟର’ ସୁପର ହିଟ ହୋଇଥିବା ବେଳେ ଏହାର ହିନ୍ଦୀ ରିମେକରେ ଭାଇଜାନ ନଜର ଆସିବେ ବୋଲି ମଧ୍ୟ ଶୁଣିବାକୁ ମିଳିଛି।
The post ପ୍ରଥମ ଥର ବାୟୋପିକରେ ନଜର ଆସିବେ ଭାଇଜାନ appeared first on Odisha Reporter.
from Odisha Reporter https://ift.tt/3wFeF84
No comments:
Post a Comment