ସ୍ୱାମୀ ଓ ଦୁଇ ଶିଶୁ ପୁତ୍ରଙ୍କୁ ଛାଡ଼ି ୧୧ ବର୍ଷ ସାନ ଯୁବକଙ୍କୁ ବାହା ହେଲେ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 1, 2021

ସ୍ୱାମୀ ଓ ଦୁଇ ଶିଶୁ ପୁତ୍ରଙ୍କୁ ଛାଡ଼ି ୧୧ ବର୍ଷ ସାନ ଯୁବକଙ୍କୁ ବାହା ହେଲେ ମହିଳା

ପାଟଣାଗଡ଼ (ସୌମ୍ୟରଞ୍ଜନ ପୁରୋହିତ): ଜଣେ ୩୩ ବର୍ଷୀୟା ମହିଳା ସ୍ୱାମୀ ଓ ଦୁଇ ଛୁଆଙ୍କୁ ଛାଡ଼ି ୧୧ ବର୍ଷ ସାନ ଜଣେ ଯୁବକଙ୍କ ସହିତ ଫେରାର ହୋଇଯିବା ଓ ପରେ ପୁଲିସ୍ ସେମାନଙ୍କୁ ଉଦ୍ଧାର କରି ବିବାହ କରାଇବା ଘଟଣା ଏବେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଏହି ମହିଳାଙ୍କୁ ୩୩ ବର୍ଷ ହୋଇଛି। ୫ ବର୍ଷ ତଳେ ସେ ବାହା ହୋଇଥିଲେ। ତାଙ୍କର ଦୁଇ ଜଣ ଶିଶୁପୁତ୍ର ଅଛନ୍ତି। ଜଣଙ୍କୁ ଚାରି ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କୁ ଦେଢ଼ ବର୍ଷ ହୋଇଛି। ତଥାପି ସେ ପଡ଼ିଶା ଘରର ଜଣେ ଯୁବକଙ୍କ ପ୍ରେମରେ ପଡ଼ିଗଲେ। ଉକ୍ତ ଯୁବକଙ୍କୁ ୨୨ ବର୍ଷ ହୋଇଛି। ଲୁଚାଛପାରେ ସେମାନଙ୍କ ପ୍ରେମ ସଂପର୍କ ଆଗକୁ ବଢ଼ି ଚାଲିଥିଲା। ଶେଷରେ ମାସେ ତଳେ ମହିଳା ଜଣଙ୍କ ସ୍ୱାମୀ ଓ ଦୁଇ ଛୁଆଙ୍କୁ ଛାଡ଼ି ଉକ୍ତ ଯୁବକଙ୍କ ସହିତ ଘରୁ ପଳାଇଥିଲେ।

ମହିଳା ଜଣଙ୍କ ଘରୁ ଫେରାର ହୋଇଯାଇଥିବା ନେଇ ତାଙ୍କ ସ୍ୱାମୀ ଥାନାରେ ଏତଲା ଦେଇଥିଲେ। ପୁଲିସ୍ ମଧ୍ୟ ତାଙ୍କୁ ଖୋଜାଖୋଜି କରିଥିଲା। ଶେଷରେ ତାଙ୍କୁ ଓ ତାଙ୍କ ପ୍ରେମିକଙ୍କୁ ରାଜ୍ୟ ବାହାରୁ ଖୋଜି ପାଇଥିଲା ପୁଲିସ୍‌। କିନ୍ତୁ ମହିଳା ଜଣଙ୍କ ଫେରିବା ପରେ ତାଙ୍କ ସ୍ୱାମୀ ତାଙ୍କୁ ଗ୍ରହଣ କରିବାକୁ ମନା କରି ଦେଇଥିଲେ। ଏପରିକି ମହିଳାଙ୍କ ବାପଘର ଲୋକେ ବି ତାଙ୍କୁ ଘରେ ପୂରାଇ ଦେଲେ ନାହିଁ। ଶେଷରେ ପୁଲିସ୍ ତାଙ୍କୁ ସୁଧାର ଗୃହକୁ ପଠାଇ ଦେଇଥିଲା। ତେବେ ସେଠାରେ ସେ ଅବସାଦରେ ରହୁଥିବା ପୁଲିସ୍ ଜାଣିବାକୁ ପାଇଥିଲା। ତେଣୁ ପୁଲିସ୍ ସମାଧାନର ବାଟ ଖୋଜିଥିଲା। ଆଉ ଶେଷରେ ପୁଲିସ୍ ତାଙ୍କୁ ତାଙ୍କ ପ୍ରେମିକଙ୍କ ସହ ବାହା କରାଇ ଦେବାକୁ ନିଷ୍ପତ୍ତି ନେଇଥିଲା। ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ଉପସ୍ଥିତିରେ ପ୍ରେମିକଙ୍କୁ ବାହା ହୋଇଥିଲେ। ତାଙ୍କ ଛୁଆ ଦୁଇଟି ଏବେ ସେମାନଙ୍କ ବାପାଙ୍କ ପାଖରେ ରହୁଛନ୍ତି।

The post ସ୍ୱାମୀ ଓ ଦୁଇ ଶିଶୁ ପୁତ୍ରଙ୍କୁ ଛାଡ଼ି ୧୧ ବର୍ଷ ସାନ ଯୁବକଙ୍କୁ ବାହା ହେଲେ ମହିଳା appeared first on Odisha Reporter.



from Odisha Reporter https://ift.tt/34ya3nN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages