ମୁମ୍ବାଇ ପେଟ୍ରୋଲ ଦର ନ୍ୟୁୟର୍କଠାରୁ ଦୁଇ ଗୁଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 1, 2021

ମୁମ୍ବାଇ ପେଟ୍ରୋଲ ଦର ନ୍ୟୁୟର୍କଠାରୁ ଦୁଇ ଗୁଣା

ନୂଆଦିଲ୍ଲୀ: ଗୋଟିଏ ପଟେ ସାରା ଦେଶ କରୋନା ମହାମାରୀ ସହ ଜୁୁଝୁଛି । ଅନ୍ୟପଟେ ହୁହୁ ହୋଇ ବଢ଼ି ଚାଲିଛି ତୈଳ ଦର । ପ୍ରଥମଥର ପାଇଁ ମାୟାନଗରୀ ମୁମ୍ବାଇରେ ପେଟ୍ରୋଲ ସେଂଚୁରୀ ମାରିଛି । ଇଣ୍ଡିଆନ୍ ଅଏଲ୍ କର୍ପୋରେସନର ତଥ୍ୟ ଅନୁସାରେ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଦର ୧୦୦ଟଙ୍କା ୪୭ ପଇସା ରହିଛି, ଯାହା ସାରା ଦେଶରେ ସର୍ବାଧିକ ।

ମୁମ୍ବାଇର ପେଟ୍ରୋଲ ଦର ଶହେ ପାର୍ କରିଥିବା ବେଳେ ଚଳିତ ବର୍ଷ ତେଲ ଦରରେ ୧୧% ବୃଦ୍ଧି ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତେଲ ଦରରେ ଆମେରିକାକୁ ଟପି ଯାଇଛି ମୁମ୍ବାଇ । ନ୍ୟୁୟର୍କରେ ଏବେ ମୁମ୍ବାଇର ଅଧା ଦାମ୍‌ରେ ତେଲ ମିଳୁଛି । ବ୍ଲୁମବର୍ଗର ସୂଚନା ଅନୁସାରେ ସୋମବାର ନ୍ୟୁୟର୍କରେ ପେଟ୍ରୋଲ ଲିଟର ୦.୭୯ ଡଲାର ରହିଥିଲା ।

୨୦୧୩ ପରେ ତୈଳ ଦରରେ ୬ଗୁଣା ଟିକସ ବୃଦ୍ଧି କରିଛନ୍ତି ସରକାର । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଉପରେ ୬୦% ଓ ଡିଜେଲ ଉପରେ ୫୪% ଟିକସ ଭାବେ ଆଦାୟ କରୁଛନ୍ତି ।

ବର୍ତ୍ତମାନ କେନ୍ଦ୍ର ସରକାର ପେଟ୍ରୋଲ ପ୍ରତି ଲିଟର ପିଛା ୩୨ଟଙ୍କା ୯୦ ପଇସା ଏବଂ ଡିଜେଲ ଲିଟର ପିଛା ୩୧ଟଙ୍କା ୮୦ ପଇସା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଆଦାୟ କରୁଛନ୍ତି ।

The post ମୁମ୍ବାଇ ପେଟ୍ରୋଲ ଦର ନ୍ୟୁୟର୍କଠାରୁ ଦୁଇ ଗୁଣା appeared first on Odisha Reporter.



from Odisha Reporter https://ift.tt/3i4devm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages