ଟପ୍‌ ଲସ୍କର କମାଣ୍ଡର ସହ ୩ ଆତଙ୍କୀ ଖତମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 20, 2021

ଟପ୍‌ ଲସ୍କର କମାଣ୍ଡର ସହ ୩ ଆତଙ୍କୀ ଖତମ

ଶ୍ରୀନଗର: ଆତଙ୍କବାଦୀଙ୍କ ବିରୋଧରେ ଚାଲିଥିବା ଅପରେସନକୁ ବଡ଼ ସଫଳତା ମିଳିଛି। ଜମ୍ମୁ-କଶ୍ମୀରର ସୋପରରେ ରବିବାର ବିଳମ୍ବିତ ରାତିରୁ ଚାଲିଥିବା ଏନକାଉଣ୍ଟରରେ ୩ ଜଣ ଆତଙ୍କୀ ନିହତ ହୋଇଛନ୍ତି। ଏହି ୩ ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଲସ୍କର-ଇ-ତୋଏବାର ଜଣେ ଟପ୍‌ କମାଣ୍ଡର ରହିଛି। ସେ ଦୀର୍ଘ ଦିନ ହେଲା ସୁକ୍ଷାକର୍ମୀଙ୍କ ୱାଣ୍ଟେଡ ତାଲିକାରେ ରହିଥିଲା।

ସୂଚନା ଅନୁସାରେ, ବାରମୁଲ୍ଲା ଜିଲ୍ଲାର ସୋପର ଅନ୍ତର୍ଗତ ଗୁଣ୍ଡ ବ୍ରଥଠାରେ ଏହି ଏନକାଉଣ୍ଟର ହୋଇଥିଲା। ଏଠାରେ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ମାତ୍ରେ ସୁରକ୍ଷାକର୍ମୀମାନେ ରବିବାର ବିଳମ୍ବିତ ରାତିରେ ପୂରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।


ତେବେ ସୁରକ୍ଷାକର୍ମୀଙ୍କୁ ଦେଖିବା ମାତ୍ରେ ଆତଙ୍କବାଦୀମାନେ ଗୁଳିମାଡ଼ କରିବା ଆରମ୍ଭ କରିଥିଲେ। ଏହାର ଜବାବ ମଧ୍ୟ ସୁରକ୍ଷାକର୍ମୀ ଦେଇଥିଲେ। ଦୀର୍ଘ ସମୟ ଧରି ଚାଲିଥିବା ଏନକାଉଣ୍ଟରରେ ଲସ୍କରର ଟପ୍‌ କମାଣ୍ଡର ମୁଦାସିର ପଣ୍ଡିତ ଓ ତା’ର ଦୁଇ ସହଯୋଗୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ନିକଟରୁ ଏକେ ୪୭ ଓ ଅନ୍ୟାନ୍ୟ ବିସ୍ଫୋରକ ଠାବ ହୋଇଛି।

ନିକଟରେ ୩ ପୁଲିସ୍‌ କର୍ମୀ, ୨ ଜଣ କାଉନସିଲର ଓ ୨ ଜଣ ସାଧାରଣ ଲୋକଙ୍କୁ ହତ୍ୟା କରିବା ଘଟଣାରେ ପଣ୍ଡିତ ସାମିଲ ଥିଲା। ଏଥିସହ ଉପତ୍ୟକାରେ ଘଟିଥିବା ଏକାଧିକ ଆତଙ୍କବାଦୀ କାର୍ଯ୍ୟକଳାପରେ ସେ ରହିଥିଲା। ତା’କୁ ଧରିବା ପାଇଁ ସୁରକ୍ଷାକର୍ମୀମାନେ ଦୀର୍ଘ ଦିନ ହେଲା ଚେଷ୍ଟା କରୁଥିଲେ ହେଁ ସେ ଫେରାର ରହିବାକୁ ସକ୍ଷମ ହୋଇଥିଲା। କିନ୍ତୁ ଏବେ ତା’ ଖେଳ ଖତମ ହୋଇଛି।

The post ଟପ୍‌ ଲସ୍କର କମାଣ୍ଡର ସହ ୩ ଆତଙ୍କୀ ଖତମ appeared first on Odisha Reporter.



from Odisha Reporter https://ift.tt/3wIPYYo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages