ଦେଶରେ ହଠାତ୍‌ କମିଲା କରୋନାର ସାପ୍ତାହିକ ମୃତ୍ୟୁହାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 20, 2021

ଦେଶରେ ହଠାତ୍‌ କମିଲା କରୋନାର ସାପ୍ତାହିକ ମୃତ୍ୟୁହାର

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ସଂକ୍ରମଣ ସହ ମୃତ୍ୟୁହାର ମଧ୍ୟ ହଠାତ୍‌ ହ୍ରାସ ପାଇବାରେ ଲାଗିଛି। ଭାରତରେ କୋଭିଡ୍‌ ଜନିତ ସାପ୍ତାହିକ ମୃତ୍ୟୁହାର ପୂର୍ବାପେକ୍ଷା ୪୫% ହ୍ରାସ ପାଇଛି। ଜୁନ୍‌ ୧୪ରୁ ୨୦ ମଧ୍ୟରେ ସାପ୍ତାହିକ ମୃତ୍ୟୁସଂଖ୍ୟା ମଧ୍ୟ ୧୪ ହଜାର ତଳକୁ ଖସିଛି।

ଏହାର ଅର୍ଥ ହାରାହାରି ଦୈନିକ ମୃତ୍ୟୁସଂଖ୍ୟା ୨ ହଜାରରୁ ତଳେ ରହିଛି। ଏପରି ସ୍ଥିତି ଦୀର୍ଘ ୯ ସପ୍ତାହ ପରେ ଦେଖିବାକୁ ମିଳିଛି। ଯାହା ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତ କରିଛି। ଜୁନ୍‌ ୧୪ରୁ ୨୦ ମଧ୍ୟରେ ଦେଶରେ କରୋନା ଯୋଗୁ ୧୩,୮୮୬ ଜଣଙ୍କ ମୃତ୍ୟୁ ଘଟିଛି। ପୂର୍ବ ସପ୍ତାହରେ ଏହା ୨୫,୦୫୮ ରହିଥିଲା।

କେବଳ ସପ୍ତାହିକ ମୃତ୍ୟୁସଂଖ୍ୟା ନୁହେଁ, ପୂର୍ବରୁ ଘଟିଥିବା କରୋନା ମୃତ୍ୟୁକୁ ତାଲିକାରେ ଯୋଡ଼ା ଯାଉଥିବା ସଂଖ୍ୟା ମଧ୍ୟ କମିଛି। ଜୁନ ୧୪ରୁ ୨୦ ମଧ୍ୟରେ ପୂର୍ବରୁ ଘଟିଥିବା ୫,୧୫୧ ମୃତ୍ୟୁକୁ କରୋନା ତାଲିକାରେ ଯୋଡ଼ା ଯାଇଛି। ଏହାର ପୂର୍ବ ସପ୍ତାହରେ ଏହି ସଂଖ୍ୟା ୧୧,୮୭୫ ରହିଥିଲା।

ବିଳମ୍ବିତ ରିପୋର୍ଟିଂ ଯୋଗୁ ଅଧିକାରୀମାନେ ଏହି ମୃତ୍ୟୁ ଗୁଡ଼ିକ ଯାଞ୍ଚ କରିବା ପରେ ହିଁ କରୋନା ତାଲିକାରେ ସ୍ଥାନ ଦେଉଛନ୍ତି। ତେଣୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରୁଥିବା ଦୈନିକ ମୃତ୍ୟୁ ତାଲିକାରେ ପୂର୍ବରୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ବି ରହୁଛି।

The post ଦେଶରେ ହଠାତ୍‌ କମିଲା କରୋନାର ସାପ୍ତାହିକ ମୃତ୍ୟୁହାର appeared first on Odisha Reporter.



from Odisha Reporter https://ift.tt/3iWwuLJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages