ଟିକାକରଣରେ ଭାରତର ରେକର୍ଡ, ଆମେରିକାକୁ ପଛରେ ପକାଇଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 28, 2021

ଟିକାକରଣରେ ଭାରତର ରେକର୍ଡ, ଆମେରିକାକୁ ପଛରେ ପକାଇଲା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ ଟିକାକରଣରେ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଟିକାକରଣରେ ଭାରତ ଶକ୍ତିଶାଳୀ ଆମେରିକାକୁ ପଛରେ ପକାଇ ଦେଇଛି। ଆମେରିକାରେ ତୁଳନାରେ ଭାରତରେ ଅଧିକ ଡୋଜ୍‌ର ଟିକାକରଣ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ମନ୍ତ୍ରଣାଳୟ ପକ୍ଷରୁ ଆଜି ମିଳିଥିବା ତଥ୍ୟ ଅନୁଯାୟୀ, ଏଯାଏ ଦେଶରେ ମୋଟ ୩୨.୩୬ କୋଟି ଡୋଜ୍‌ର ଟିକାକରଣ ହୋଇଛି। ଆମେରିକାରେ ଏହା ୩୨.୩୩ କୋଟି ରହିଛି। ଭାରତରେ ମୋଟ ୩୨,୩୬,୬୩,୨୯୭ ଡୋଜ୍‌ର ଟିକାକରଣ ହୋଇଛି।

ଟିକାକରଣରେ ଆମେରିକାକୁ ଭାରତ ଅତିକ୍ରମ କରି ଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଭାରତର ଟିକାକରଣ କାର୍ଯ୍ୟକ୍ରମ ଦ୍ରୁତଗତିରେ ଆଗକୁ ବଢ଼ୁଛି। ଏହାକୁ କାର୍ଯ୍ୟକାରୀ କରିଥିବା ସମସ୍ତଙ୍କୁ ଶୁଭେଚ୍ଛା। ସମସ୍ତଙ୍କୁ ମାଗଣାରେ ଟିକା ଯୋଗାଇ ଦେବା ଦିଗରେ ଆମେ ପ୍ରତିବଦ୍ଧ। ସମସ୍ତଙ୍କୁ ଟିକା, ମାଗଣା ଟିକା ବୋଲି ମୋଦି ଟ୍ୱିଟ କରିଛନ୍ତି।

ଜୁନ୍‌ ୨୮ ସକାଳ ୮ଟା ସୁଦ୍ଧା ଭାରତରେ ୩୨୩.୬୬ ମିଲିୟନ ଡୋଜ୍‌, ଆମେରିକାରେ ୩୨୩.୩୩ ମିଲିୟନ ଡୋଜ୍‌, ବ୍ରିଟେନରେ ୭୬.୩୨ ମିଲିୟନ ଡୋଜ୍‌, ଜର୍ମାନୀରେ ୭୧.୪୪ ମିଲିୟନ ଡୋଜ, ଫ୍ରାନ୍ସରେ ୫୨.୪୬ ମିଲିୟନ ଡୋଜ, ଓ ଇଟାଲୀରେ ୪୯.୬୫ ମିଲିୟନ ଡୋଜ୍‌ ଟିକାକରଣ ହୋଇଛି। ଗତ ୨୪ ଘଣ୍ଟାରେ ଭାରତରେ ୧୭,୨୧,୨୬୮ ଡୋଜ୍‌ ଟିକାକରଣ ହେବା ପରେ ଏହି ରେକର୍ଡ ସୃଷ୍ଟି ହୋଇଛି। କେନ୍ଦ୍ର ପକ୍ଷରୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୩୧.୬୯ କୋଟିରୁ ଅଧିକ ଡୋଜ ଟିକା ଯୋଗାଇ ଦିଆଯାଇଛି।


ଶନିବାର କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ କହିଥିଲେ ଯେ ଜୁନ୍‌ ୨୫ ସୁଦ୍ଧା ୩୧ କୋଟି ଅଧିକ ଡୋଜ୍‌ ଟିକାକରଣ ଶେଷ ହୋଇଛି। ଏହା ମଧ୍ୟରେ ୧.୭୩ କୋଟିରୁ ଅଧିକ ଡୋଜ୍‌ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯାଇଛି। ସେହିପରି ସମ୍ମୁଖଯୋଦ୍ଧାଙ୍କୁ ୨.୬୬ କୋଟି, ୪୫ରୁ ୫୯ ବର୍ଷ ମଧ୍ୟରେ ଥିବା ଲୋକଙ୍କୁ ୯.୯୩ କୋଟି ଓ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ୮.୯୬ କୋଟି ଡୋଜ୍‌ର ଟିକା ଦିଆଯାଇଛି।

The post ଟିକାକରଣରେ ଭାରତର ରେକର୍ଡ, ଆମେରିକାକୁ ପଛରେ ପକାଇଲା appeared first on Odisha Reporter.



from Odisha Reporter https://ift.tt/3dnKWZI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages