ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡ୍ରଗ୍ସ ନେବା ପ୍ରକ୍ରିୟା ଥମିବାର ନାଁ ଧରୁନାହିଁ। ଡ୍ରଗ୍ସ ନେବା ବେଳେ ଧରା ପଡିଛନ୍ତି ଏବେ ଆଉ ଜଣେ ଅଭିନେତ୍ରୀ। ରେଭ୍ ପାର୍ଟି ଚାଲିଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଛି।
ମରାଠୀ ଫିଲ୍ମ ଅଭିନେତ୍ରୀ ହିନା ପାଞ୍ଚାଲଙ୍କୁ ପୁଲିସ ଗିରଫ କରିଛି।
ନାସିକର ଇଗତପୁରୀରେ ରେଭ୍ ପାର୍ଟି କରୁଥିବା ସମୟରେ ୨୨ ଜଣଙ୍କୁ ପୁଲିସ ଧରିଥିଲା। ଏଥିରେ ଏହି ମରାଠୀ ଫିଲ୍ମ ଅଭିନେତ୍ରୀ ମଧ୍ୟ ସାମିଲ ଥିଲେ। ଅଭିନେତ୍ରୀ ହିନା ପାଞ୍ଚାଲ ମରାଠୀ ଫିଲ୍ମ ଏବଂ ମରାଠୀ ବିଗ୍ ବସ୍ ସିଜନ୍ ୨ ରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି ପାଇଁ ଜଣାଶୁଣା।
ସୂଚନା ମୁତାବକ ଶନିବାର ବିଳମ୍ବିତ ରାତିରେ ପୋଲିସ ରେଭ୍ ପାର୍ଟି ଉପରେ ଚଢାଉ କରିଥିଲା। ଏହି ସମୟରେ ପାର୍ଟିରେ ୨୨ ଜଣ ମଦ୍ୟପାନ ଏବଂ ଡ୍ରଗ୍ସ ନେଇଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ଏଥିରେ ମରାଠୀ ଫିଲ୍ମ ଅଭିନେତ୍ରୀ ହିନାଙ୍କ ବ୍ୟତୀତ ମରାଠୀ ଏବଂ ସାଉଥ୍ ଫିଲ୍ମରେ କାମ କରୁଥିବା ୫ ଜଣ ଅଭିନେତ୍ରୀଙ୍କୁ ମଧ୍ୟ ଗିରଫ କରାଯାଇଛି।
ଗିରଫ ବେଳେ ପୁଲିସ ବିପୁଳ ନିଶା ଦ୍ରବ୍ୟ ଜବତ କରିଛି। ଏଥିରେ ହୁକା, ହାସିସ୍, ଗଞ୍ଜେଇ ଏବଂ ଡ୍ରଗ୍ସ ପାଉଡର ସାମିଲ ଅଛି।
The post ଡ୍ରଗ୍ସ ନେବା ବେଳେ ଧରାପଡ଼ିଲେ ଅଭିନେତ୍ରୀ appeared first on Odisha Reporter.
from Odisha Reporter https://ift.tt/3zYdliu
No comments:
Post a Comment