ନୂଆଦିଲ୍ଲୀ: କରୋନାର ତୃତୀୟ ଲହର ଶିଶୁଙ୍କ ନିମନ୍ତେ ଘାତକ ସାବ୍ୟସ୍ତ ହେବ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ସାରିଲେଣି। ହେଲେ ଦ୍ୱିତୀୟ ଲହର ମଧ୍ୟ ବହୁ ପିଲାଙ୍କ ଜୀବନରୁ ଖୁସି ଛଡ଼ାଇ ନେଇ ସେମାନଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛି। ବହୁ ଶିଶୁଙ୍କ ପିତାମାତା କରୋନାରେ ଆଖି ବୁଜିଥିବାରୁ ସେମାନେ ଅନାଥ ହୋଇଯାଇଛନ୍ତି।
ଏକ ରିପୋର୍ଟ ମୁତାବକ, ୨୦୨୦ ଏପ୍ରିଲରୁ ୧ରୁ ଚଳିତ ବର୍ଷ ଜୁନ ମଧ୍ୟରେ ସମଗ୍ର ଦେଶରେ ୩୬୨୧ ଜଣ ଶିଶୁ ସମୂର୍ଣ୍ଣ ଅନାଥ ହୋଇଯାଇଥିବା ବେଳେ ୨୬,୧୭୬ ଶିଶୁ ନିଜ ମାତାପିତାଙ୍କୁ ହରାଇଛନ୍ତି। ରାଷ୍ଟ୍ରୀୟ ବାଲ୍ ଅଧିକାର ସଂରକ୍ଷଣ ଆୟୋଗ ଦ୍ୱାରା ସୁପ୍ରିମ କୋର୍ଟରେ ଦାଖଲ ହୋଇଥିବା ଦସ୍ତାବିଜରେ ଏହି ତଥ୍ୟ ସାମ୍ନାକୁ ଆସିଛି l ତେବେ ଏହି ସବୁ ଶିଶୁଙ୍କ ବାପାମା’ କରୋନାରେ ମରି ନାହାନ୍ତି। ଅନେକ ଅଲଗା କାରଣରୁ ବି ଜୀବନ ହରାଇଛନ୍ତି।
ଏହି ଦସ୍ତାବିଜ ଅନୁଯାୟୀ, ଏବେ ୩୦,୦୭୧ ଶିଶୁଙ୍କ ଦାୟିତ୍ୱ ନେବା ଆବଶ୍ୟକ ହୋଇପଡିଛି। ସେମାନଙ୍କ ମଧ୍ୟରୁ ୧୫,୬୨୦ ପୁଅ ଥିବା ବେଳେ ୧୪,୪୪୭ ଜଣ ଝିଅ ଅଛନ୍ତି l ଏହାବ୍ୟତୀତ ୪ ଜଣ ଟ୍ରାନ୍ସଜେଣ୍ଡର ଅଛନ୍ତି l
ଆୟୋଗର ରିପୋର୍ଟ ମୁତାବକ, ସେମାନଙ୍କ ମଧ୍ୟରେ ୮ରୁ ୧୩ ବର୍ଷ ମଧ୍ୟରେ ୧୧,୮୧୫ ଜଣ ଶିଶୁ ଅଛନ୍ତି l ସେହିପରି ୪ ରୁ୭ ବର୍ଷ ମଧ୍ୟରେ ୫,୧୦୭ ଜଣ ଶିଶୁ ଅଛନ୍ତି l
ସୁପ୍ରିମକୋର୍ଟଙ୍କ ଆଦେଶ ପରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପକ୍ଷରୁ ବାଲ୍ ସ୍ଵରାଜ ପୋର୍ଟାଲରେ ଅପଲୋଡ୍ ହୋଇଥିବା ତଥ୍ୟରୁ ଏହା ସାମ୍ନାକୁ ଆସିଛି।
ମହାରାଷ୍ଟ୍ରରେ ୭୦୮୪ ଜଣ ଶିଶୁଙ୍କୁ ସୁରକ୍ଷା ଦେବା ଜରୁରୀ ହୋଇଥିବା ବେଳେ ଉତ୍ତର ପ୍ରଦେଶରେ ୩୧୭୨, ରାଜସ୍ଥାନରେ ୨୪୮୨, ହରିଆଣାରେ ୨୪୩୮, ମଧ୍ୟପ୍ରଦେଶରେ ୨୨୪୩ ଓ କେରଳରେ ୨୦୦୨ ଶିଶୁଙ୍କୁ ସୁରକ୍ଷା ଯୋଗାଇ ଦେବା ଜରୁରୀ ବୋଲି ଆୟୋଗ ପକ୍ଷରୁ କୁହାଯାଇଛି।
The post ଅନ୍ଧାରକୁ ଠେଲି ହୋଇଛି ୩୦ ହଜାର ଶିଶୁଙ୍କ ଜୀବନ, ସୁରକ୍ଷା ଯୋଗାଇ ଦେବା ଜରୁରୀ appeared first on Odisha Reporter.
from Odisha Reporter https://ift.tt/3glcRtV
No comments:
Post a Comment