ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ଲଗାତାର ଦୁର୍ବଳ ହେବାରେ ଲାଗିଛି। ଦେଶରେ ଦୁଇ ମାସ ଅର୍ଥାତ୍ ୬୩ ଦିନ ପରେ ଦୈନିକ ସଂକ୍ରମଣ ସଂଖ୍ୟା ୧ଲକ୍ଷରୁ କମ୍ ଚିହ୍ନଟ ହୋଇଛି। ଗତ ୨୪ ଘଣ୍ଟା ଭିତରେ ଦେଶରେ ୮୬ହଜାର ୪୯୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବରୁ ଏପ୍ରିଲ୍ ୫ ତାରିଖରେ ୯୬,୫୬୩ ଜଣ ଲୋକ କରୋନାରେ ସଂକ୍ରମିତ ହୋଇଥିଲେ। ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୮୨ ହଜାର ୨୮୨ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ୨୧୨୩ ଜଣଙ୍କର ମୃତ୍ୟୁ ହୋଇଛି।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି ହୋଇଥିବା ରିପୋର୍ଟ ମୁତାବକ, ଦେଶରେ ଏପର୍ଯ୍ୟନ୍ତ ମୋଟ କରୋନା ମାମଲା ୨କୋଟି ୮୯ ଲକ୍ଷ ୯୬ ହଜାର ୪୭୩ରେ ପହଞ୍ଚିଛି। ତେବେ ଏଥିମଧ୍ୟରୁ ୨କୋଟି ୭୩ ଲକ୍ଷ ୪୧ହଜାର ୪୬୨ ଜଣ କରୋନାକୁ ହରାଇବାରେ ସଫଳ ହୋଇଥିବା ବେଳେ ୩ ଲକ୍ଷ ୫୧ ହଜାର ୩୦୯ ଜଣ ଏହି ମହାମାରୀରେ ପ୍ରାଣ ହରାଇଛନ୍ତି। ଦେଶରେ କରୋନା ଆକ୍ଟିଭ୍ ମାମଲା ମଧ୍ୟ ଲଗାତର ହ୍ରାସ ପାଉଛି। ବର୍ତ୍ତମାନ ଭାରତରେ ୧୩ ଲକ୍ଷ ୩ ହଜାର ୭୦୨ କରୋନା ଆକ୍ଟିଭ୍ ମାମଲା ରହିଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ, ସୋମବାର ୩୧ ଲକ୍ଷରୁ ଅଧିକ ଲୋକଙ୍କୁ କରୋନା ଭାଇରସ ଟିକା ଦିଆଯାଇଛି। ଏହାସହ ଦେଶରେ ମୋଟ ୨୩.୫୯ କୋଟି ଲୋକଙ୍କୁ ଟିକାକରଣ କରାଯାଇଛି। ସୋମବାର ୧୮ରୁ ୪୪ ବର୍ଷ ବୟସ ବର୍ଗର ୧୬,୦୭,୫୩୧ ଜଣଙ୍କୁ ପ୍ରଥମ ଡୋଜ୍ ଦିଆଯାଇଥିବା ବେଳେ ୬୮,୬୬୧ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି। ମେ’ରେ ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ବୟସ ବର୍ଗରେ ୩,୦୨,୪୫,୧୦୦ ଲୋକଙ୍କୁ ପ୍ରଥମ ଡୋଜ୍ ଓ ୨,୩୭,୧୦୭ ଜଣ ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି।
ମନ୍ତ୍ରାଳୟ କହିଛି ଯେ ବିହାର, ଦିଲ୍ଲୀ, ଗୁଜରାଟ, ହରିୟାଣା, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗରେ ୧୮-୪୪ ବର୍ଷ ବୟସ ବର୍ଗରେ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ କୋଭିଡ୍ ଟିକାର ପ୍ରଥମ ଡୋଜ୍ ଦିଆଯାଇଛି।
The post ଦୁଇ ମାସ ପରେ ଲକ୍ଷେ ତଳକୁ ଖସିଲା କରୋନା ସଂକ୍ରମଣ appeared first on Odisha Reporter.
from Odisha Reporter https://ift.tt/3v3oElZ
No comments:
Post a Comment