ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ଥରେ ଉପରମୁହାଁ ହୋଇଛି କରୋନା ଗ୍ରାଫ। ଗତକାଲି ପ୍ରଥମଥର ପାଇଁ ୩ ହଜାର ତଳକୁ କମିଥିବା ସଂକ୍ରମିତଙ୍କ ସଂଖ୍ୟା ଆଜି ହଠାତ୍ ପୁଣି ଲମ୍ବ ଡିଆଁ ମାରିଛି। ଗତ ୨୪ ଘଣ୍ଟାରେ ୩,୪୫୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୩୪୫୬ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୧୯୭୩ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ହେଉଛି ୧୪୮୩।
ଖୋର୍ଦ୍ଧା ସର୍ବାଧିକ ୪୯୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୮୦, ଯାଜପୁରରୁ ୨୬୭, ଭଦ୍ରକରୁ ୧୯୪, ମୟୂରଭଂଜରୁ ୧୮୦, ବାଲେଶ୍ୱରରୁ ୧୭୪,, କେନ୍ଦ୍ରାପଡ଼ାରୁ ୧୪୭ ଓ ଅନୁଗୁଳରୁ ୧୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏହାବାଦ ନୟାଗଡ଼ରୁ ୧୨୬, କେନ୍ଦୁଝରରୁ ୭୩, ବରଗଡ଼ରୁ ୬୯, ବଲାଙ୍ଗିରରୁ ୨୮, ବୌଦ୍ଧରୁ ୨୫, ଦେବଗଡ଼ରୁ ୧୧, ଢେଙ୍କାନାଳରୁ ୫୭, ଗଜପତିରୁ ୧୭, ଗଂଜାମରୁ ୧୯, ଜଗତସିଂହପୁରରୁ ୮୧, ଝାରସୁଗୁଡ଼ାରୁ ୨୦, କଳାହାଣ୍ଡିରୁ ୨୧, କନ୍ଧମାଳରୁ ୩୧, ମାଲକାନଗିରିରୁ ୮୨ ଓ କୋରାପୁଟରୁ ୮୧, ନବରଙ୍ଗପୁରରୁ ୪୨ ଆକ୍ରାନ୍ତ, ଚିହ୍ନଟ ହୋଇଛନ୍ତି।
The post ହଠାତ୍ ଉପରମୁହାଁ ହେଲା କରୋନା ଗ୍ରାଫ, ଚିହ୍ନଟ ହେଲେ ୩,୪୫୬ ସଂକ୍ରମିତ appeared first on Odisha Reporter.
from Odisha Reporter https://ift.tt/2UwmRt1
No comments:
Post a Comment