କୋରାପୁଟ(ଓଡ଼ିଶା ରିପୋର୍ଟର): ଦୁଇ ଝିଅଙ୍କ ପରେ ଶିଶୁପୁତ୍ର ଜନ୍ମ ନେଇ ଘରେ କୋଳାହୋଳ ପରିବାର ଓ ବନ୍ଧୁବାନ୍ଧବଙ୍କ ଘରେ ଖୁସି କହିଲେ ନ ସରେ । ହେଲେ ବିଧିର ବିଧାନ ଏମିତି ଯେ, ଶିଶୁପୁତ୍ରର ଦୁଇ ପଟେ କାନ ନାହିଁ । ଯାହାକୁ ଦେଖି ଏବେ ଚିନ୍ତାରେ ପରିବାର ଲୋକେ । ଚିକିତ୍ସା ଯୋଗୁଁ ଏହା ହୋଇପାରିବା ନେଇ ସମ୍ଭାବନା ଥିବାବେଳେ, ଆର୍ଥିକ ଅବସ୍ଥାଅସହାୟ କରିଦେଉଛି। କୋରାପୁଟ୍ ଜିଲ୍ଲା ଜୟପୁରର ଉମୁରୀରୁ ଆସିଛି ଏମିତି ଚିତ୍ର।
କିଛି ଦିନ ତଳେ ଜନ୍ମ ହୋଇଥିବା ଶିଶୁ ପୁତ୍ରକୁ ପରିବାରରେ ଖୁସି ଦେଖା ଦେଇଥିଲେ ବି ପିଲାଟିର ଶାରୀରିକ ଗଠନ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଅସ୍ତ୍ରୋପଚାର ମାଧ୍ୟମରେ ସମସ୍ୟା ସମାଧାନ କରିହେବ। ଏଥିଲାଗି ବ୍ରହ୍ମପୁର ବଡ଼ ମେଡିକାଲ ନେବାକୁ ପଡ଼ିବ ବୋଲି ଡାକ୍ତର ପରାମର୍ଶ ଦେଉଥିଲେ ବି, ପରିବାରର ଆର୍ଥିକ ଅବସ୍ଥା ଅସହାୟ କରି ଦେଉଛି ।
ଯଦି ସହାଯ୍ୟ ମିଳନ୍ତା ନିଜ ପୁଅର ଚିକିତ୍ସା କରିପାରନ୍ତେ ବୋଲି ବାପା ମାଆ କହିଛନ୍ତି। ପରିବାର କହିଲେ ରାମଚନ୍ଦ୍ର, ସ୍ତ୍ରୀ କମଳା, ୨ ଝିଅଙ୍କ ସହ କଅଁଳ ଶିଶୁପୁତ୍ର ରାମଚନ୍ଦ୍ର ମଜୁରି ଲାଗିଲେ ପରିବାର ଚଳେ। ଆଜିର ମହଙ୍ଗା ଯୁଗରେ ମଜୁରୀ ଟଙ୍କାରେ ପରିବାର ଚଳାଇବା ସମ୍ଭବ ହେଉନଥିବାବେଳେ ପୁଅର ଚିକିତ୍ସା ସମସ୍ତଙ୍କ ପାଇଁ ବୋଝ ପାଲଟିଯାଇଛି ।
ସେପଟେ ଏଭଳି ବିରଳ ଶିଶୁପୁତ୍ର ଉପର କାନର ଚିକିତ୍ସା ହୋଇପାରିବ ତା ସହିତ ବିଶେଷଜ୍ଞ ଟିମ୍ର ତଦାରଖରେ ସ୍ୱାଭାବିକ ଅବସ୍ତାକୁ ଅଣାଯାଇପାରିବ ବୋଲି ଶିଶୁରୋଗ ବିଶେଷଜ୍ଞ କହିଛନ୍ତି ରେଡକ୍ରସ ପାଣ୍ଠି ସହ ସରକାରଙ୍କ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଯୋଜନାରେ ସାମିଲ କରି କଟକ ବଡ଼ ମେଡିକାଲରେ ଚିକିତ୍ସା କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।
The post ଘରକୁ ଖୁସି ଆସିଲା , କାନ ଉଣା କରିଦେଲେ ଭଗବାନ appeared first on Odisha Reporter.
from Odisha Reporter https://ift.tt/2SWcE8M
No comments:
Post a Comment