କରୋନା ଯୁଦ୍ଧରେ ହାରିଗଲେ ଡିଏସପି ଶେଷଦେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 7, 2021

କରୋନା ଯୁଦ୍ଧରେ ହାରିଗଲେ ଡିଏସପି ଶେଷଦେବ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି ବଲାଙ୍ଗିର ଜିଲ୍ଲା ପୁଲିସର ବରିଷ୍ଠ ଅଧିକାରୀ ଶେଷଦେବ ବରିହା। ସେ ବଲାଙ୍ଗିର ଏସ୍‌ପି ଅଫିସରେ ଏଚଆରପିସିର ଡିଏସପି ଭାବେ କାର୍ଯ୍ୟରତ ଥିଲେ। ସେ ପାଟଣାଗଡ଼ ଡିଏସପି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା ଓ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସବୁ ପ୍ରଚେଷ୍ଟା ସତ୍ତ୍ୱେ ଗତକାଲି ଦିନ ୧୨ ଟାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ଶେଷଦେବ।

ଗତକାଲି ବିଲମ୍ୱିତ ରାତିରେ ତାଙ୍କ ମରଶରୀର ବଲାଙ୍ଗିରରେ ପହଞ୍ଚିଥିବା ବେଳେ ଆଜି ସକାଳେ କୋଭିଡ ଯୋଦ୍ଧା ଶେଷଦେବଙ୍କୁ ଶେଷ ବିଦାୟ ଦେଇଥିଲା ଜିଲ୍ଲା ପୁଲିସ୍ ଓ ପ୍ରଶାସନ। ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣା ଓ  ବଲାଙ୍ଗିର ଦାୟିତ୍ୱରେ ଥିବା ବରଗଡ ଏସପି ପଦ୍ମିନୀ ସାହୁଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ରହି ତାଙ୍କୁ ଅନ୍ତିମ ବିଦାୟ ଦେଇଥିଲେ।

ଜଣେ ଦକ୍ଷ ପୁଲିସ ଅଧିକାରୀ ଭାବେ ପରିଚିତ ଶେଷଦେବ ବରିହାଙ୍କ ବିୟୋଗରେ ପୂରା ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି।

The post କରୋନା ଯୁଦ୍ଧରେ ହାରିଗଲେ ଡିଏସପି ଶେଷଦେବ appeared first on Odisha Reporter.



from Odisha Reporter https://ift.tt/3v2vcRF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages