ମହାତ୍ମା ଗାନ୍ଧିଙ୍କ ଅଣନାତୁଣୀଙ୍କୁ ୭ ବର୍ଷ ଜେଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 7, 2021

ମହାତ୍ମା ଗାନ୍ଧିଙ୍କ ଅଣନାତୁଣୀଙ୍କୁ ୭ ବର୍ଷ ଜେଲ୍‌

ଜୋହାନ୍ସବର୍ଗ: ଭାରତର ଜାତୀୟ ପିତା ମହାତ୍ମା ଗାନ୍ଧିଙ୍କର ଅଣନାତୁଣୀଙ୍କୁ ଠକେଇ ଓ ଜାଲିଆତି ମାମଲାରେ ଦକ୍ଷିଣ ଆଫ୍ରିକାର ଡର୍ବାନର ଏକ କୋର୍ଟ ୭ ବର୍ଷର ଦଣ୍ଡାଦେଶ ଶୁଣାଇଛନ୍ତି। ମହାତ୍ମା ଗାନ୍ଧିଙ୍କ ଅଣନାତୁଣୀ ଆଶିଷ ଲତା ରାମଗୋବିନଙ୍କୁ କୋର୍ଟ ୬ ମିଲିୟନ୍ ଦକ୍ଷିଣ ଆଫ୍ରିକୀୟ ରାଣ୍ଡ୍ (୩ କୋଟି ୨୨ ଲକ୍ଷ ୮୪ ହଜାର ୪୬୦ ଟଙ୍କା)ର ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି।

ମହାତ୍ମା ଗାନ୍ଧିଙ୍କୁ ଅଣନାତୁଣୀଙ୍କ ଉପରେ ବ୍ୟବସାୟୀ ଏସଆର୍ ମହାରାଜଙ୍କୁ ଠକିଥିବା ଅଭିଯୋଗ ହୋଇଛି। ଏସଆର୍ ମହାରାଜ ଭାରତରୁ ନନ୍-ଏକଜିଷ୍ଟେଣ୍ଟ କନସାଇନମେଣ୍ଟ ଆମଦାନୀ ଶୁଳ୍କକୁ କ୍ଲିୟର୍ କରାଇବା ପାଇଁ ଲତା ରାମଗୋବିନଙ୍କୁ ୬.୨ ମିଲିୟନ ଦକ୍ଷିଣ ଆଫ୍ରିକୀୟ ରାଣ୍ଡ୍ ଆଡଭାନ୍ସ ଦେଇଥିଲେ। ସେଥିରୁ ତାଙ୍କୁ ଲାଭର ଏକ ଅଂଶ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା ।

ଜଣାଶୁଣା ରାଇଟ୍ସ ଆକ୍ଟିଭିଷ୍ଟ ଇଲା ଗାନ୍ଧି ଓ ଦିବଙ୍ଗତ ମେଓ୍ବା ରାମଗୋବିନଙ୍କ ଝିଅ ଲତା ରାମଗୋବିନଙ୍କୁ ଡର୍ବାନ ସ୍ପେଶାଲାଇଜଡ୍ କର୍ମଶିଆଲ୍ କ୍ରାଇମ୍ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ଓ ଦଣ୍ଡବିଧାନ ବିରୋଧରେ ଅପିଲ୍ କରିବାର ଅନୁମତିକୁ ଖାରଜ କରିଦିଆଯାଇଛି। ୨୦୧୫ରେ ଯେତେବେଳେ ଲତା ରାମଗୋବିନଙ୍କ ବିରୋଧରେ ଏହି ମାମଲାର ଟ୍ରାଏଲ୍ ଆରମ୍ଭ ହୋଇଥିଲା, ସେତେବେଳେ ନ୍ୟାଶନାଲ୍ ପ୍ରୋସିକ୍ୟୁଟିଙ୍ଗ୍ ଅଫରିଟି (ଏନପିଏ) ବ୍ରିଗେଡିୟର୍ ହାଙ୍ଗୱାନୀ ମୁଲାଉଦଜ କହିଥିଲେ ଯେ ସମ୍ଭାବ୍ୟ ନିବେଶକଙ୍କୁ ମନାଇବା ପାଇଁ ସେ କଥିତ ଭାବେ ଫର୍ଜି ଚାଲାଣ ଓ ଡକ୍ୟୁମେଣ୍ଟ ପ୍ରଦାନ କରିଥିଲେ।

ସେହି ସମୟରେ ଲତା ରାମଗୋବିନଙ୍କୁ ୫୦ହଜାର ରାଣ୍ଡ୍ ସହ ଜାମିନ୍ ମିଳିଥିଲା। ସୋମବାର ଶୁଣାଶି ବେଳେ କୋର୍ଟ କହିଛନ୍ତି ଯେ ଲତା ରାମଗୋବିନ୍ ନ୍ୟୁ ଆଫ୍ରିକା ଆଲିଆନ୍ସ ଫୁଟୱେର୍ ଡିଷ୍ଟ୍ରିବ୍ୟୁଟର୍ସର ନିର୍ଦ୍ଦେଶକ ମହାରାଜଙ୍କ ସହ ୨୦୧୫, ଅଗଷ୍ଟରେ ସାକ୍ଷାତ କରିଥିଲେ। ଏହି କମ୍ପାନୀ କପଡା, ଲିନେନ୍ ଓ ଜୋତାର ଆମଦାନୀ ଓ ନିର୍ମାଣ ଏବଂ ବିକ୍ରି କରେ।

ମହାରାଜଙ୍କ କମ୍ପାନୀ ଅନ୍ୟ କମ୍ପାନୀକୁ ଲାଭାଂଶ ଆଧାରରେ ଅର୍ଥ ଦିଅନ୍ତି। ରାମଗୋବିନଙ୍କ ପରିବାର ଓ ନେଟ୍ କେୟାର୍ ଡକ୍ୟୁମେଣ୍ଟ ଅନୁଯାୟୀ କାରଣରୁ ମହାରାଜ କରଜ ପାଇଁ ଲତାଙ୍କ ସହ ଏକ ଲିଖିତ ଚୁକ୍ତି କରିଥିଲେ। କିନ୍ତୁ ପରେ ଯେତେବେଳେ ସେ ଏହି ଠକେଇ ବିଷୟରେ ଜାଣିବାକୁ ପାଇଲେ, ସେ ଲତାଙ୍କ ବିରୋଧରେ ଅପରାଧିକ ମାମଲା ଦାୟର କରିଥିଲେ।

The post ମହାତ୍ମା ଗାନ୍ଧିଙ୍କ ଅଣନାତୁଣୀଙ୍କୁ ୭ ବର୍ଷ ଜେଲ୍‌ appeared first on Odisha Reporter.



from Odisha Reporter https://ift.tt/3ggSX37

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages