୧ ଲକ୍ଷ କୋଟି ଟଙ୍କା ଘୋଟାଲାରେ ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ର ପୂର୍ବତନ ଅଧ୍ୟକ୍ଷ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 12, 2021

୧ ଲକ୍ଷ କୋଟି ଟଙ୍କା ଘୋଟାଲାରେ ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ର ପୂର୍ବତନ ଅଧ୍ୟକ୍ଷ ଗିରଫ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଆଇଏଲ ଆଣ୍ଡ ଏଫଏସ (IL&FS) ଘୋଟାଲାର ମାଷ୍ଟର ମାଇଣ୍ଡ ତଥା କମ୍ପାନୀର ପୂର୍ବତନ ଅଧ୍ୟକ୍ଷ ରବି ପାର୍ଥସାରଥୀ ଗିରିଫ। କଂଗ୍ରେସ ନେତା ପି ଚିଦାମ୍ୱରମଙ୍କ ନିକଟତମ ବ୍ୟକ୍ତି ହେଉଛନ୍ତି ରବି ପାର୍ଥସାରଥୀ। ଶୁକ୍ରବାର ଚେନ୍ନାଇର ଇଓଡବ୍ଲ୍ୟୁ ପାର୍ଥାସାରଥୀଙ୍କୁ ଗିରଫ କରିଛି। ଚେନ୍ନାଇ ପୁଲିସ କହିଛି ୬୩ ମୁନସ ଟେକ୍ନୋଲଜି ଲିମିଟେଡର ଏତଲା ଆଧାରରେ ପାର୍ଥସାରଥୀ ଗିରଫ ହୋଇଛନ୍ତି। ଏହି ୧ କୋଟି ଟଙ୍କାର ଦୁର୍ନୀତିରେ ୬୩ ମୁନସ ଟେକ୍ନୋଲଜି ଲିମିଟେଡର ୨ ଶହ କୋଟି ଏବଂ ଅନ୍ୟାନ୍ୟ କମ୍ପାନୀର ପଇସା ବୁଡ଼ି ଯାଇଥିବା ଅଭିଯୋଗ ରହିଛି।

ରବି ପାର୍ଥସାରଥୀ ଏବେ ୧୫ ଦିନିଆ ପୁଲିସ ହେପାଜତରେ ରହିଛନ୍ତି। ସୋମବାର ମାଡ୍ରାସ ହାଇକୋର୍ଟରେ ରବି ପାର୍ଥସାରୀଥୀଙ୍କ ଜାମିନ ଆବେଦନର ଶୁଣାଣି ହେବ। ଅନ୍ୟପଟେ ଇଡି ମଧ୍ୟ ପାର୍ଥଙ୍କ ବିରୋଧରେ ଥିବା ଏହି ଆର୍ଥିକ ଅପରାଧିକ ମାମଲାର ତଦନ୍ତ କରୁଥିବା ସୂଚନା ରହିଛି। ଇଓଡବ୍ଲ୍ୟୁ କହିଛି ରବି ପାର୍ଥସାରଥୀଙ୍କ ନେତୃତ୍ୱରେ ଆଇଏଲ ଆଣ୍ଡ ଏଫଏସରେ ଦୁର୍ନୀତି ହୋଇଛି। ଏହି ଆଇଏଲ ଆଣ୍ଡ ଏଫଏସ ଅଧୀନରେ ୩୫୦ କମ୍ପାନୀ ରହିଛି।

ଆଇଏଲ୍ ଆଣ୍ଡ ଏଫ୍ଏସ୍ ଗ୍ରୁପ ଉପରେ ମୋଟ ୯୧ ହଜାର କୋଟି ଟଙ୍କାର ଋଣ ରହିଛି। ଏହି ଗ୍ରୁପ ଅଧୀନରେ ଥିବା ଅନେକ କମ୍ପାନୀ ବ୍ୟାଙ୍କରୁ ଋଣ ନେଇ ପରିଶୋଧ କରିନାହାନ୍ତି। ପାର୍ଥସାରଥୀଙ୍କ ବିରୋଧରେ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ଜାଲିଆତି, ଆର୍ଥିକ ଅନିୟମିତତା ସହିତ ଠକେଇ ମାମଲା ଇଡି ରୁଜୁ କରିଛି। ଆଇଏଲ୍ ଆଣ୍ଡ ଏଫ୍ଏସରେ ହୋଇଥିବା ଏହି ଘୋଟାଲା ବିଷୟରେ ୨୦୧୮ ମସିହାରେ ସାମ୍ନାକୁ ଆସିଥିଲା। ​​ଯେତେବେଳେ ଆଇଏଲ ଆଣ୍ଡ ଏଫଏସ ଏବଂ ଏହାର ସହାୟକ କମ୍ପାନୀମାନେ ନଗଦ ଅଭାବ କାରଣରୁ ଋଣ ପରିଶୋଧ କରିବାରେ ବିଳମ୍ବ କରିଥିଲେ। ଆଇଏଲ ଆଣ୍ଡ ଏଫଏସ ଅନେକ ସରକାରୀ ପ୍ରକଳ୍ପ ସହିତ ଜଡିତ ଏବଂ ଏହି କମ୍ପାନୀ ଅଧିକାଂଶ ଋଣ ଆଣି ସରକାରୀ କମ୍ପାନୀମାନଙ୍କୁ ଦେଇଛି।

The post ୧ ଲକ୍ଷ କୋଟି ଟଙ୍କା ଘୋଟାଲାରେ ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ର ପୂର୍ବତନ ଅଧ୍ୟକ୍ଷ ଗିରଫ appeared first on Odisha Reporter.



from Odisha Reporter https://ift.tt/3gcMk2Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages