ଓଡ଼ିଶା ପୁଲିସ୍‌ରେ ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ, କିନ୍ନର ଵି କରି ପାରିବେ ଆବେଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 12, 2021

ଓଡ଼ିଶା ପୁଲିସ୍‌ରେ ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ, କିନ୍ନର ଵି କରି ପାରିବେ ଆବେଦନ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ରାଜ୍ୟରେ କିନ୍ନରମାନେ ବି ପୁଲିସ୍‌ରେ ଭର୍ତ୍ତି ହୋଇପାରିବେ। ଓଡ଼ିଶା ପୁଲିସ୍ ପକ୍ଷରୁ ସବ୍‌ଇନ୍‌ସପେକ୍ଟର ଓ କନଷ୍ଟେବଳ (କମ୍ୟୁନିକେସନ) ପଦବୀ ପାଇଁ ବାହାରିଥିବା ସଦ୍ୟ ବିଜ୍ଞପ୍ତିରେ ଏହି କଥା ଉଲ୍ଲେଖ ରହିଛି।

୪୭୭ଟି ସବ୍‌ଇନ୍ସପେକ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିଭଳି ୨୪୪ଟି କନଷ୍ଟେବଳ (କମ୍ୟୁନିକେସନ) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏଥିପାଇଁ ଜୁନ୍‌ ୨୨ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ।  ଆବେଦନ କରିବାର ଶେଷ ତାରିଖ ହେଉଛି ଜୁଲାଇ ୧୫। ଇଚ୍ଛୁକ ଯୋଗ୍ୟ ପ୍ରାର୍ଥୀମାନେ ଏଥିପାଇଁ ଅନଲାଇନରେ ଆବେଦନ କରିପାରିବେ। 

ସବ୍‌ଇନ୍ସପେକ୍ଟର ପଦବୀ ପାଇଁ ଯେଉଁମାନେ ଆବେଦନ କରିବେ ସେମାନଙ୍କ ବୟସ ୨୧ ବର୍ଷରୁ କମ୍ ହୋଇନଥିବ କି ୧.୧.୨୦୨୧ ସୁଦ୍ଧା ୨୫ ବର୍ଷରୁ ଅଧିକ ହୋଇନଥିବ। ତେବେ ଏସ୍‌ଟି, ଏସ୍‌ସି, ଏସ୍‌ଇବିସି ଓ ମହିଳା ପ୍ରାର୍ଥୀଙ୍କ ପାଇଁ ବୟସ ୫ ବର୍ଷ କୋହଳ ରହିଛି।

ସେହିଭଳି କନଷ୍ଟେବଳ (କମ୍ୟୁନିକେସନ) ପଦବୀ ପାଇଁ ଯେଉଁମାନେ ଆବେଦନ କରିବେ ସେମାନଙ୍କ ବୟସ ୧୮ ବର୍ଷରୁ କମ୍ ହୋଇ ନଥିବ ତଥା ୧.୧.୨୦୨୧ ସୁଦ୍ଧା ୨୩ ବର୍ଷରୁ ଅଧିକ ହୋଇନଥିବ।

ଏ ସଂପର୍କରେ ସୂଚନା ଦେଇ ଡିଜିପି ଅଭୟ କହିଛନ୍ତି, ସବ୍‌ଇନ୍ସପେକ୍ଟର ପଦବୀ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ପାସ୍‌ ରଖାଯାଇଛି। ଚଳିତବର୍ଷ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି l ଗୋଟିଏ ଲିଖିତ ପରୀକ୍ଷା ହେବା ସହ ସେଥିରେ ମଲ୍ଟିପଲ ଚଏସ  ପ୍ରଶ୍ନ  ରହିବ l ଏଥିସହ ପ୍ରାର୍ଥୀମାନଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷାରେ ଵି କୃତକାର୍ଯ୍ୟ ହେଵାକୁ ପଡିବ।

ସେହିଭଳି କନଷ୍ଟେବଳ (କମ୍ୟୁନିକେସନ) ପଦବୀ ପାଇଁ ଇଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ସର୍ବନିମ୍ନ ଶିକ୍ଷା ଯୋଗ୍ୟତା ଯୁକ୍ତ ୨ ପାସ୍‌  ରଖାଯାଇଥିବା ବେଳେ ସେମାନେ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ କୌଣସି ଅନୁଷ୍ଠାନରୁ କମ୍ପ୍ୟୁଟର ଆପ୍ଲିକେସନରେ ଡିପ୍ଲୋମା କରିଥିବା ଆବଶ୍ୟକ। ଏହାବାଦ୍‌ ଶାରୀରିକ ଦକ୍ଷତା ପରୀକ୍ଷାରେ ଵି ସେମାନଙ୍କୁ କୃତକାର୍ଯ୍ୟ ହେଵାକୁ ପଡ଼ିବ।

The post ଓଡ଼ିଶା ପୁଲିସ୍‌ରେ ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ, କିନ୍ନର ଵି କରି ପାରିବେ ଆବେଦନ appeared first on Odisha Reporter.



from Odisha Reporter https://ift.tt/2TslAmo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages