ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶେଷରେ ନିଷ୍ପତ୍ତି ନେଲେ ସରକାର। ଏଥର ହେବନି ଯୁକ୍ତ ଦୁଇ ଶେଷ ବର୍ଷ ପିଲାଙ୍କ ପରୀକ୍ଷା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କିତ ଘୋଷଣା କରିଛନ୍ତି।
କରୋନା ପାଇଁ ପରୀକ୍ଷା ସମ୍ଭବ ହେଉ ନ ଥିବାରୁ ଏହାକୁ ବାତିଲ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପରୀକ୍ଷା ଠାରୁ ଛାତ୍ରଛାତ୍ରୀଙ୍କ ଜୀବନ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ତେବେ କେମିତି ଉପାୟରେ ପିଲାଙ୍କ ମୂଲ୍ୟାୟନ କରାଯିବ, ସେ ନେଇ କିଛି ନିଷ୍ପତ୍ତି ହୋଇନାହିଁ। ବିଶେଷଜ୍ଞଙ୍କ ପରାମର୍ଶ ନେଇ ମୂଲ୍ୟାୟନର ମାପଦଣ୍ଡ ସ୍ଥିର କରିବାକୁ CHSEକୁ ନିର୍ଦ୍ଦେଶ ଦିଆଯାଇଛି। ତା’ସହିତ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ମୂଲ୍ୟାୟନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ମୂଲ୍ୟାୟନରେ ଯେଉଁ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ହେବ, ସେମାନଙ୍କ ପାଇଁ ବି ବିକଳ୍ପ ବ୍ୟବସ୍ଥା ରଖାଯାଇଛି। ସେମାନେ ଚାହିଁଲେ ପରୀକ୍ଷା ଦେଇପାରିବେ। ପରିସ୍ଥିତି ସ୍ୱାଭାବିକ ହେଲେ ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ। ପରିସ୍ଥିତି ସମୀକ୍ଷା କରି ପରୀକ୍ଷା କେବେ କରାଯିବ, ତାହା CHSE ନିର୍ଣ୍ଣୟ କରିବ।
ଦୁଇ ଦିନ ତଳେ ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ବାତିଲ କରିଥିଲା। ଏହା ପୂର୍ବରୁ ରାଜ୍ୟ ସରକାର ମାଟ୍ରିକ ପରୀକ୍ଷା ବି ବାତିଲ କରିଥିଲେ।
The post ଯୁକ୍ତ ଦୁଇ ପରୀକ୍ଷା ବାତିଲ appeared first on Odisha Reporter.
from Odisha Reporter https://ift.tt/34JmL30
No comments:
Post a Comment