୨ କୋଟି ଟଙ୍କାର ବ୍ରାଉନ୍‌ସୁଗର ଜବତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 4, 2021

୨ କୋଟି ଟଙ୍କାର ବ୍ରାଉନ୍‌ସୁଗର ଜବତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) ଚଢ଼ାଉ କରି ୨କେଜି ବ୍ରାଉନ୍‌ସୁଗର ଜବତ କରିଛି। ଏହା ସହିତ ୩ ଜଣଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ସେକ୍ ସବଜାନ୍‌, ବୀରେନ୍ଦ୍ରନାଥ ସାହୁ ଓରଫ ପିଣ୍ଟୁ ଓ କମଳ ଲୋଚନ ଦାସ।

ଜବତ ହୋଇଥିବା ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୨ କୋଟିରୁ ଅଧିକ ଟଙ୍କା ହେବ ବୋଲି କୁହାଯାଉଛି। ପୁଲିସ୍ ଏହି ଘଟଣାରେ ତଦନ୍ତ ଜାରି ରଖିଛି।

୨୦୨୦ରୁ ନିଶା କାରବାର ବିରୋଧରେ ଏସ୍‌ଟିଏଫ୍‌ ସ୍ୱତନ୍ତ୍ର ଅଭିଯାନ ଚଲାଇଛି। ଆଉ ଇତି ମଧ୍ୟରେ ୩୨ କେଜିରୁ ଅଧିକ ବ୍ରାଉନସୁଗର/ହେରୋଇନ୍‌ ଜବତ କରିଛି। ସେହିପରି ୬୬ କ୍ୱିଣ୍ଟାଲ (୬୬୦୦ କେଜି) ଗଞ୍ଜେଇ ମଧ୍ୟ ଜବତ କରାଯାଇଛି। ଆଉ ଏସବୁ ମାମଲାରେ ୧୦୦ରୁ ଅଧିକ ନିଶା ବ୍ୟବସାୟୀଙ୍କୁ ଗିରଫ କରାଯାଇଛି।

The post ୨ କୋଟି ଟଙ୍କାର ବ୍ରାଉନ୍‌ସୁଗର ଜବତ appeared first on Odisha Reporter.



from Odisha Reporter https://ift.tt/3wTBk00

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages