ଶ୍ରୀନଗର: ଜମ୍ମୁ କଶ୍ନୀରର ସୋପୋରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ପୁଲିସ ଏବଂ ସିଆରପିଏଫଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏକ ପୁଲିସ ଟିମକୁ ଟାର୍ଗେଟ କରିବାକୁ ଯାଇ ଆତଙ୍କବାଦୀ ଏଭଳି କରିଥିବା ସୂଚନା ରହିଛି। ଏଥିରେ ଦୁଇ ପୁଲିସ ସହିଦ ହୋଇଥିବା ବେଳେ ଦୁଇ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ସେହିପରି ଜଣେ ସାଧାରଣ ନାଗରିକ ଆହତ ହୋଇଛନ୍ତି।
ଉତ୍ତର କଶ୍ମୀରର ସୋପୋରର ଆରାମପୋରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଉପରେ ସନ୍ଦିଗ୍ଧ ଆତଙ୍କବାଦୀ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ଦୁଇ ଜଣ ପୁଲିସ ସହିଦ ହୋଇଛନ୍ତି ଏବଂ ଦୁଇ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ସ୍ଥାନୀୟ ନାଗରିକ ଆହତ ହୋଇଛନ୍ତି। ସେପଟେ ସମଗ୍ର ଅଞ୍ଚଳକୁ ଘେରି ଯାଇ ସର୍ଚ୍ଚ ଅପେରସନ କରୁଛନ୍ତି ସୁରକ୍ଷାକର୍ମୀ।
ଆତଙ୍କବାଦୀ ମାନେ ଗୁଳି ମାରିବା ପରେ ଫେରାର ହେବାକୁ ଚେଷ୍ଟା କରିଛନ୍ତି। ପୁଲିସ ଏବଂ ସୁରକ୍ଷାକର୍ମୀଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖି ଆତଙ୍କବାଦୀ ଛତ୍ରଭଙ୍ଗ ଦେଇଥିବା ସୂଚନା ରହିଛି। ଏନକାଉଣ୍ଟର ହେବା ଭୟରେ ଲୁଚି ରହିଥିବା ସୂଚନା ରହିଛି।
ଏହାପୂର୍ବରୁ ଶୁକ୍ରବାର ଜମ୍ମୁ କଶ୍ମୀରର ଶୋପିଆନ୍ ଜିଲ୍ଲାରେ କିଛି ଆତଙ୍କବାଦୀ ସୁରକ୍ଷା ବାହିନୀର ଏକ ଟିମ୍ ଉପରେ ଆକ୍ରମଣ କରିଥିଲେ। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଆତଙ୍କବାଦୀମାନେ ଦକ୍ଷିଣ କଶ୍ମୀର ଜିଲ୍ଲାର ଜୈନପୋରା ଅଞ୍ଚଳରେ ଅଗଲାରରେ ପୁଲିସ ଏବଂ ସିଆରପିଏଫର ମିଳିତ ଟିମ ଉପରେ ଆକ୍ରମଣ କରିଥିଲେ।
The post ସିଆରପିଏଫ ଓ ପୁଲିସ ଟିମ ଉପରେ ଆତଙ୍କବାଦୀ ଆକ୍ରମଣ appeared first on Odisha Reporter.
from Odisha Reporter https://ift.tt/3xfVilF
No comments:
Post a Comment