ଜେନେଭା: ଶୁକ୍ରବାର ଜାତିସଂଘରେ ପାକିସ୍ତାନ କଶ୍ମୀର ପ୍ରସଙ୍ଗ ଉଠାଇଥିଲା। ଭାରତ ଏହାର ଜବାବ ଦେଇ ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନକୁ ଦେଇଛି କଡ଼ା ଜବାବ। ଯାହା ବି କରୁଛ ତାହା ଡ୍ରାମା। ଏଭଳି ଡ୍ରାମା କଲେ ଦୁନିଆ ଭୁଲକୁ ଠିକ୍, ଠିକକୁ ଭୁଲ୍ କହିବନି ବୋଲି ଭାରତ କହିଛି।
ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସାଧାରଣ ସଭାରେ ବାର୍ଷିକ ରିପୋର୍ଟ ଉପରେ ବିତର୍କ ବେଳେ ଭାରତ ଶୁକ୍ରବାର ଦିନ କହିଛି ଯେ ପାକିସ୍ତାନ ସହ ଭାରତ “ସାଧାରଣ ପଡ଼ୋଶୀ ସମ୍ପର୍କ” ଚାହୁଁଛି। ଯେଉଁଠି ପାକିସ୍ତାନରେ ଆତଙ୍କବାଦର ମଞ୍ଜି ବୁଣା ହୋଇଛି ସେଠି ଭାରତକୁ ତଦନ୍ତ କରିବାକୁ ଅନୁମତି ଦେବା ଦରକାର ବୋଲି ଭାରତ କହଛି। ଏଥିସହ ପାକିସ୍ତାନ ବାରମ୍ବାର କଶ୍ମୀର ପ୍ରସଙ୍ଗ ଉଠାଇବାରୁ ନୂଆଦିଲ୍ଲୀ ଇସଲାମାବାଦକୁ ତାଗିଦ୍ କରିଛି। କଶ୍ମୀର ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି ପାକିସ୍ତାନ ଭୁଲିବା ଠିକ୍ ନୁହେଁ ବୋଲି ଭାରତ କହିଛି।
ମିଳିତ ଜାତିସଂଘର ସାଧାରଣ ସଭାର ୭୮ ତମ ବୈଠକରେ ସୁରକ୍ଷା ପରିଷଦର ରିପୋର୍ଟ ଉପରେ ଭାରତର ପରାମର୍ଶଦାତା ଆର. ମଧୁ ସୂଦନ କହିଛନ୍ତି ଯେ ପାକିସ୍ତାନ କ୍ରମାଗତ ଭାବରେ ଡ୍ରାମା କରୁଛି, ଯାହାକି ଏହି ସ୍ଥାନରେ ଆଲୋଚନା ହେବା ଯୋଗ୍ୟ ନୁହଁ। ମିଳିତ ଜାତିସଂଘରେ ପାକିସ୍ତାନର ରାଷ୍ଟ୍ରଦୂତ ମୁନିର ଆକ୍ରାମ ସାଧାରଣ ସଭାରେ କାଶ୍ମୀର ପ୍ରସଙ୍ଗ ଉଠାଇବା ପରେ ଭାରତର ଏହି ମନ୍ତବ୍ୟ ରଖିଛି।
ମଧୁ ସୂଦନ କହିଛନ୍ତି ଯେ ଦୁର୍ଭାଗ୍ୟଜନକ ଯେ ପାକିସ୍ତାନ କ୍ରମାଗତ ଭାବରେ ନାଟକ କରିଆସୁଛି। ଏହା ସ୍ପଷ୍ଟ ଯେ ଏହି ପାକିସ୍ତାନୀ ଯେଉଁଭଳି ବିଭିନ୍ନ ଆଳ ଓ ରଙ୍ଗ ଦେଇ କଶ୍ମୀର ପ୍ରସଙ୍ଗ ଉଠାଉଛି ତାକୁ ଦୁନିଆ କେବେ ଗ୍ରହଣ କରିବନି। ସାରା ଦୁନିଆ କଶ୍ମୀରର ସତ ଜାଣିଛନ୍ତି ବୋଲି ଭାରତ କହିଛି।
ସେ କହିଛନ୍ତି ଯେ ଜମ୍ମୁ କଶ୍ମୀର ଏବଂ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବରେ ଭାରତର ସଂସଦ ନିଷ୍ପତ୍ତି ନେଇଛି। ଏହା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ। ସେ କହିଛନ୍ତି ଯେ ଆତଙ୍କ, ଶତ୍ରୁତା ଏବଂ ହିଂସା ମୁକ୍ତ ପରିବେଶରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ଏବଂ ଶାନ୍ତିପୂର୍ଣ୍ଣ ବାର୍ତ୍ତା ହେବା ଉଚିତ।
The post ‘କଶ୍ମୀର ପ୍ରସଙ୍ଗ ଉଠାଇ ଜାତିସଂଘରେ ଡ୍ରାମା କରନି’ appeared first on Odisha Reporter.
from Odisha Reporter https://ift.tt/3wmdvhE
No comments:
Post a Comment