ଡୋଡୋମା: ଜଣେ କେମିତି ପୋଷାକ ପିନ୍ଧିବ ତାହା ତାର ଇଚ୍ଛା। କିନ୍ତୁ ଏବେ ବି ମହିଳା ମାନେ ନିଜ ଇଚ୍ଛାରେ ପୋଷାକ ପିନ୍ଧିବା ଏତେ ସହଜ ନୁହେଁ। କାରଣ ତାଙ୍କ ପସନ୍ଦର ପୋଷାକକୁ ନେଇ ହୁଏତ ଆଉ କିଏ ନାପସନ୍ଦ କରିପାରନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତାନଜେନିଆରେ। ଯେଉଁଠି ଜଣେ ମହିଳା ସାଂସଦ ଟାଇଟ୍ ଫିଟିଂ ପ୍ୟାଣ୍ଟ ପିନ୍ଧି ସଂସଦକୁ ଯାଇଥିଲେ। ହେଲେ ବାଚସ୍ପତି ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ପରେ ବାଚସ୍ପତି ସଂପୃକ୍ତ ମହିଳା ସାଂସଦଙ୍କୁ ସଂସଦରୁ ବାହାରି ଯିବାକୁ କହିଥିଲେ। ପୂର୍ବ ଆଫ୍ରିକାରେ ଥିବା ତାନଜେନିଆର ଏହି ଘଟଣାକୁ ନେଇ ଏବେ ସମଗ୍ର ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଛି।
ତାନଜେନିଆର ଏହି ମହିଳା ସାଂସଦଙ୍କ ନାଁ ହେଉଛି କାନଡେସ୍ଟର ସିଚଓ୍ୱାଲେ। ବାଚସ୍ପତି ଜବ ଡୁଗାଇ ଏହି ମହିଳା ସାଂସଦଙ୍କୁ କହିଛନ୍ତି, ଯାଆନ୍ତୁ ପ୍ରଥମେ ଢଙ୍ଗରେ ପୋଷାକ ପିନ୍ଧି ଆସିବେ ପରେ ସଂସଦକୁ ଆସିବେ। ଏହାକୁ ନେଇ ତାନେଜେନିଆର ଜଣେ ସାମ୍ବାଦିକ ଲୁଇସ୍ ଜଡରଙ୍ଗ ଏହି ଘଟଣାକୁ ନେଇ ଟ୍ୱିଟ୍ କରିଛନ୍ତି। ମହିଳା ସାଂସଦ କାନଡେସ୍ଟର ସିଚଓ୍ୱାଲେ ସଂସଦକୁ ଏକ କଳା ରଙ୍ଗର ଟାଇଟ୍ ଫିଟିଂ ଟ୍ରାଉଜର ପ୍ୟାଣ୍ଟ ଏବଂ ହଳଦିଆ ରଙ୍ଗର ଟପ୍ ପିନ୍ଧି ଯାଇଥିଲେ। ଏହାକୁ ନେଇ ବାଚସ୍ପତି ଜବ ଡୁଗାଇ ଅସନ୍ତୋଷ ପ୍ରକାଶ କରିଥିଲେ। ପରେ ସଂସଦରୁ ବାହାରି ଯିବାକୁ କହିଥିଲେ ବୋଲି ସେ ତାଙ୍କ ଟ୍ୱିଟରେ ଉଲ୍ଲେଖ କରିଛନ୍ତି।
KICKED OUT
Tanzanian MP Condester Michael Sichlwe caused a stir in parliament in Dodoma today 'by wearing black tight-fitting trousers, and yellow top'.
Speaker of Parliament Job Ndugai threw her out for wearing 'non-parliamentary attire'.
@Hakingowi pic.twitter.com/n8vxabWLQV
— Louis Jadwong (@Jadwong) June 1, 2021
ଏହି ମାମଲା କିନ୍ତୁ ଏକ ପ୍ରସଙ୍ଗରେ ପରିଣତ ହୋଇଥିଲା ଯେତେବେଳେ ଜଣେ ସାଂସଦ ହୁସେନ ଅମର ଏହାକୁ ନେଇ ପ୍ରତିକ୍ରିୟା ରଖିଥିଲେ। ଯେଉଁଥିରେ ସେ କହିଥିଲେ କିଛି ଭଉଣୀ ଅଜବ ପ୍ରକାରର ପୋଷାକ ପିନ୍ଧୁଛନ୍ତି। ଏଭଳି ପୋଷାକ ପିନ୍ଧି ସେମାନେ ସମାଜକୁ କି ପ୍ରକାର ବାର୍ତ୍ତା ଦେଉଛନ୍ତି ବୋଲି ପଚାରିଥିଲେ। ସଂସଦରେ ସମାଜର ଚିନ୍ତାଧାରା ପ୍ରତିଫଳନ ହୁଏ। ସଂସଦର ନିୟମ ବାବଦରେ ଉଲ୍ଲେଖ କରି ସେ କହିଛନ୍ତି ଯେ ମହିଳାମାନେ କାହିଁକି ଜିନ୍ସ ପିନ୍ଧି ସଂସଦକୁ ଆସିବେ ନାହିଁ।
ତେବେ ଏଭଳି ମତ ଏବଂ ବାଚସ୍ପତିଙ୍କ ନିର୍ଦ୍ଦେଶକୁ ବିରୋଧ କରିଛନ୍ତି ଅନ୍ୟାନ୍ୟ ମହିଳା ସାଂସଦ। କାନଡେସ୍ଟରଙ୍କୁ ସଂସଦରେ ବାହାର କରିଦେବା ଠିକ୍ ହୋଇନି। ଏଥିପାଇଁ ବାଚସ୍ପତି କ୍ଷମା ପ୍ରାର୍ଥନା କରିବା ଦରକାର ବୋଲି ସେମାନେ ଦାବି କରିଛନ୍ତି। ତେବେ ବାଚସ୍ପତି କହିଛନ୍ତି ଯେ ମହିଳା ସାଂସଦଙ୍କ ପୋଷାକ ଉପରେ ସେ ଏପରି ପ୍ରଥମ ଥର ପାଇଁ ଆପତ୍ତି କରି ନାହାନ୍ତି। ପୂର୍ବରୁ ସଂସଦର ସୁରକ୍ଷାକର୍ମୀଙ୍କୁ ମଧ୍ୟ ଏପରି କହିଥିବା ସେ କହିଛନ୍ତି।
The post ଟାଇଟ୍ ପ୍ୟାଣ୍ଟ ପିନ୍ଧିବାରୁ ମହିଳା ସାଂସଦଙ୍କୁ ସଂସଦରୁ ବାହାର କରି ଦେଲେ ବାଚସ୍ପତି appeared first on Odisha Reporter.
from Odisha Reporter https://ift.tt/3uQmFRS
No comments:
Post a Comment