କରୋନା ରୋଗୀଙ୍କ ପାଇଁ ଭଗବାନ, ପୁଣି ସ୍ମଶାନର ସାଥି ବି…. - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 6, 2021

କରୋନା ରୋଗୀଙ୍କ ପାଇଁ ଭଗବାନ, ପୁଣି ସ୍ମଶାନର ସାଥି ବି….

ନୂଆପଡ଼ା(ମାୟାଧର ସରାଫ୍‌): ଏବେ ନୂଆପଡା ଜିଲ୍ଲାରେ ଚର୍ଚ୍ଚାରେ ଖଡିଆଳର ଆୟୁଷ ଡାକ୍ତର ଅନ୍ନଦା ଶଙ୍କର ଦାସ । କରୋନା କାଳରେ ରୋଗୀ ସେବା ହେଉ କି ସଚେତନତା ଅବା କୋଭିଡ୍‌ ମୃତକଙ୍କ ଶବକୁ ସତ୍କାର କରି ସେ ମାନବିକତାର ପରିଚୟ ଦେଇଛନ୍ତି। ଏଯାଏଁ ସେ  ଖଡିଆଳ ଅଂଚଳରେ ୧୪ ଜଣଙ୍କ ଶବ ସତ୍କାର କଲେଣି । ତାଙ୍କ ସ୍ତ୍ରୀ ମଧ୍ୟ ଜଣେ ସରକାରୀ ଆୟୁଷ ଡାକ୍ତର ।

ରାତି ପାହିଲେ ଦୁଇ ଜଣ ଲାଗି ପଡନ୍ତି ଲୋକଙ୍କ ସେବାରେ । କେବେ ମେଡିକାଲରେ କରୋନା ରୋଗୀ ସେବାରେ ଦିନ କଟେ ତ କେବେ ଗାଁ ଗାଁ ଯାଇ  ଲୋକଙ୍କୁ କରୋନା ସଚେତନତା କରନ୍ତି । ଯେତେ ବେଳେ କରୋନା ରୋଗୀ ମୃତ୍ୟୁବରଣ କଲେ ପରିବାର ଓ ବନ୍ଧୁବବାନ୍ଧବ ଶବକୁ ଛୁଅନ୍ତି ନାହିଁ, ସେତିକି ବେଳେ ନିଜ ଟିମର ୪ ଜଣଙ୍କୁ ଧରି ପହଂଚି ଯାଆନ୍ତି ଡାକ୍ତର ଅନ୍ନଦା ଶଙ୍କର ।

ପିପିଇ କିଟ୍ ପିନ୍ଧି ଶବକୁ ଘରୁ ଆଣି ବା ମେଡିକାଲରୁ ଶ୍ମଶାନକୁ ନେଇ ରୀତିନୀତି ଅନୁସାରେ  ସତ୍କାର କରନ୍ତି । ସେ ଏଯାଏଁ ଖଡିଆଳ ଅଂଚଳର କରୋନାରେ ମୃତ ୧୪ ଜଣଙ୍କ ଶବ ସତ୍କାର କଲେଣି । ତାଙ୍କର ଏ ମହାନତାକୁ ତାଙ୍କ ଡାକ୍ତର ସ୍ତ୍ରୀ  ପ୍ରଶଂସା କରନ୍ତି ।

The post କରୋନା ରୋଗୀଙ୍କ ପାଇଁ ଭଗବାନ, ପୁଣି ସ୍ମଶାନର ସାଥି ବି…. appeared first on Odisha Reporter.



from Odisha Reporter https://ift.tt/3v0H3zI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages