ରାଜ୍ୟରେ କମୁଛି କରୋନା ସଂକ୍ରମଣ, ଆଉ ୪୨ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 5, 2021

ରାଜ୍ୟରେ କମୁଛି କରୋନା ସଂକ୍ରମଣ, ଆଉ ୪୨ ମୃତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧୀରେ ଧୀରେ ରାଜ୍ୟରେ ହ୍ରାସ ପାଉଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା। ଜୁନ୍ ୩ ଓ ୪ ତାରିଖରେ ଯଥାକ୍ରମେ ୭୭୨୯ ଓ ୭୩୯୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ଅର୍ଥାତ୍ ଜୁନ୍ ୫ରେ ୭୦୦୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଆଉ ୪୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

୭୦୦୨ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୬୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୩୨୨୬ଟି ହେଉଛି ଲୋକାଲ୍ କେସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୬୭ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୭୧, ଯାଜପୁରରୁ ୪୮୬, ଅନୁଗୋଳରୁ ୩୮୮, ମୟୂରଭଞ୍ଜରୁ ୩୭୦, ବାଲେଶ୍ୱରରୁ ୩୩୧ ଓ ପୁରୀ ଜିଲ୍ଲାରୁ ୩୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବରଗଡ଼ ଜିଲ୍ଲାରୁ ୧୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରୁ ୨୬୭, ବଲାଙ୍ଗିରରୁ ୮୯, ବୌଦ୍ଧରୁ ୧୩୪, ଦେବଗଡ଼ରୁ ୬୪, ଢେଙ୍କାନାଳରୁ ୧୦୬, ଗଜପତିରୁ ୪୮, ଗଞ୍ଜାମରୁ ୭୪, ଜଗତସିଂହପୁରରୁ ୨୩୨, ଝାରସୁଗୁଡ଼ାରୁ ୯୭, କଳାହାଣ୍ଡିରୁ ୧୦୩, କନ୍ଧମାଳରୁ ୩, କେନ୍ଦ୍ରାପଡ଼ାରୁ ୧୮୮, କେନ୍ଦୁଝରରୁ ୧୪୮, କୋରାପୁଟରୁ ୧୫୮, ମାଲକାନଗିରିରୁ ୯୫, ନବରଙ୍ଗପୁରରୁ ୧୯୮, ନୟାଗଡ଼ ୧୯୬, ନୂଆପଡ଼ା ୨୮, ରାୟଗଡ଼ାରୁ ୨୨୨, ସମ୍ବଲପୁରରୁ ୧୦୭, ସୋନପୁରରୁ ୫୯ ଓ ସୁନ୍ଦରଗଡ଼ରୁ ୨୪୩ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୨୦୭ ଜଣ ଚିହ୍ନଟ ହୋଇଛନ୍ତି।

୭୦୦୨ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୧୩ ହଜାର ୯୬ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୭ ଲକ୍ଷ ୩୨ ହଜାର ୧୮ ଜଣ ସୁସ୍ଥ ହୋଇସାରିଛନ୍ତି। ୭୮ ହଜାର ୩୧ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।

ସେହିପରି ଆଉ ୪୨ ଜଣ ପ୍ରାଣ ହରାଇବା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୯୯୪କୁ ବୃଦ୍ଧି ପାଇଛି। ଏହି ୪୨ ଜଣଙ୍କ ମଧ୍ୟରୁ ଅନୁଗୋଳ, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୪ ଜଣ ଲେଖାଏଁ ଥିବା ବେଳେ ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା ଓ କଳାହାଣ୍ଡିରୁ ୩ ଜଣ ଲେଖାଏଁ ଅଛନ୍ତି। ସେହିପରି ଗଜପତି, ଜଗତସିଂହପୁର, ରାୟଗଡ଼ା, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏଁ ଥିବା ବେଳେ ବରଗଡ଼, ଗଞ୍ଜାମ, ଯାଜପୁର, କନ୍ଧମାଳ, ପୁରୀ, କୋରାପୁଟ, ମାଲକାନଗିରି ଓ ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁଙ୍କ ମୃତ୍ୟୁ ଘଟିଛି।

ଅନୁଗୋଳ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୧୩୧କୁ ବୃଦ୍ଧି ପାଇଥିବା ବେଳେ ବରଗଡ଼ରେ ୫୨, ବୌଦ୍ଧରେ ୫୭, କଟକରେ ୧୮୪, ଦେବଗଡ଼ରେ ୨୬, ଗଜପତିରେ ୬୪, ଗଞ୍ଜାମରେ ୨୮୯, ଜଗତସିଂହପୁରରେ ୪୭, ଯାଜପୁରରୁ ୩୧, ଝାରସୁଗୁଡ଼ାରେ ୭୦, କଳାହାଣ୍ଡିରେ ୧୩୪, କନ୍ଧମାଳରେ ୪୩, ଖୋର୍ଦ୍ଧାରେ ୪୯୫, କୋରାପୁଟରେ ୪୩, ମାଲକାନଗିରିରେ ୩୩, ମୟୂରଭଞ୍ଜରେ ୧୦୦, ନୂଆପଡ଼ାରେ ୬୧, ପୁରୀରେ ୧୫୭, ରାୟଗଡ଼ାରେ ୧୧୮ ଓ ସୁନ୍ଦରଗଡ଼ରେ ୨୮୪କୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ଜୁନ ୩ ତାରିଖ ପୂର୍ବରୁ ୪ ଦିନ ଧରି ରାଜ୍ୟରେ ଦୈନିକ ସଂକ୍ରମଣ ୮ ହଜାର ଉପରେ ରହିଥିଲା।

The post ରାଜ୍ୟରେ କମୁଛି କରୋନା ସଂକ୍ରମଣ, ଆଉ ୪୨ ମୃତ appeared first on Odisha Reporter.



from Odisha Reporter https://ift.tt/3w98Uzj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages