ନୂଆଦିଲ୍ଲୀ: କରୋନା ଟିକାକୁ ନେଇ ଆମେରିକା ଯଦିଓ ପୂର୍ବରୁ କଞ୍ଚାମାଲ ଉପରୁ ପ୍ରତ୍ୟାହାର ହଠାଇଛି। ହେଲେ ସମ୍ପୂର୍ଣ୍ଣ ଭାବରେ କଞ୍ଚାମାଲ ପଠାଇବା ନେଇ ଆମେରିକା ଗ୍ରୀନ୍ ସିଗନାଲ ଦେଇନଥିଲା। ଏବେ କିନ୍ତୁ ଭାରତ ଓ ଆମେରିକାର ଉଭୟ ସରକାର ଟିକା ନୀତି, ଆଗାମୀ ଦିନରେ ଅର୍ଥନୀତିକ ଚ୍ୟାଲେଞ୍ଜ ବାବଦରେ ଘନ ଘନ ବୈଠକ କରିଥିଲେ। ଯାହାର ସକାରାତ୍ମକ ପରିଣାମ ଦେଖିବାକୁ ମିଳିଛି।
ଆମେରିକାରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ତରନଜିତ ସିଂଘୁ ଗୁରୁବାର କହିଛନ୍ତି, ଆମେରିକା ତାର ବୈଶୟିକ ଟିକାକରଣ ନୀତିରେ ମୋଟ୍ ୨.୫ କୋଟି ଟିକା ବାଣ୍ଟିବ। ଏହି ଯୋଜନାରେ ଭାରତକୁ ସାମିଲ୍ କରିଛି ଆମେରିକା। ଏଥିସହ ଆମେରିକା ଯେଉଁ କଞ୍ଚାମାଲ ଉପରେ ରୋକ୍ ଲଗାଇଥିଲା ସେଥିରେ ଥିବା ସମସ୍ତ ପ୍ରକାର ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି ବାଇଡେନ ସରକାର। ଏବେ ଟିକା କମ୍ପାନୀମାନଙ୍କୁ ଟିକା ତିଆରିରେ ଉପୁଜୁଥିବା ମୂଳ ସମସ୍ୟାର ସମାଧାନ ହୋଇଯାଇଛି। ଆଗକୁ ଆହୁରି ଟିକା ଉତ୍ପାଦନ ବଢ଼ିବ ବୋଲି ଆଶା କରାଯାଉଛି।
ବାଇଡନ ସରକାର ଭାରତ ସମେତ ଅନେକ ଦେଶକୁ ବୈଶୟିକ ଟିକାକରଣ ନୀତିରେ ୨.୫ କୋଟି ଟିକା ଦେବାକୁ ପ୍ରସ୍ତୁତ ହୋଇଛି। ଖୁବଶୀଘ୍ର ପ୍ରଥମ ପର୍ଯ୍ୟାୟରେ ଆମେରିକା ଟିକା ପଠାଇବ ବୋଲି ଜଣାପଡ଼ିଛି। ମୋଟ୍ ୮ କୋଟି ଟିକା ବିଭିନ୍ନ ଦେଶକୁ ଆମେରିକା ପଠାଇବ ବୋଲି ନିଷ୍ପତ୍ତି ନେଇଛି।
ଆମେରିକା ଦୁଇଟି ପ୍ରକ୍ରିୟାରେ ଟିକା ବାଣ୍ଟିବ ବୋଲି ଜଣାପଡ଼ିଛି। ଗୋଟିଏ କୋଭାକ୍ସ ଯୋଜନା ଜରିଆରେ ଦ୍ୱିତୀୟରେ ସହଯୋଗୀ ଦେଶ ବା ପଡ଼ୋଶୀ। ଭାରତ ଉଭୟ ଶ୍ରେଣୀରେ ଆସୁଛି। କୋଭାକ୍ସ ଜରିଆରେ ଭାରତ ଟିକା ପାଇବାର କାର ହେଲା ଏସିଆ ମହାଦେଶ ହୋଇଥିବାରୁ ଦ୍ୱିତୀୟଟି ହେଉଛି ପଡ଼ୋଶୀ ରାଜ୍ୟ ହୋଇଥିବାରୁ। ଦ୍ୱିତୀୟ ଶ୍ରେଣୀରେ ଭାରତ ସମେତ ଦକ୍ଷିଣ କୋରିଆ, କାନାଡା ଏବଂ ମେକ୍ସିକୋ ଆଦି ଦେଶ ରହିଛି।
ଏହାବାଦ୍ ସଂଘୁ କହିଛନ୍ତି ଆମେରିକା ପ୍ରତିରକ୍ଷା ଉତ୍ପାଦନର ଅଧିନିୟମ ହଟାଇବ ବୋଲି ଘୋଷଣା କରିଛି। ଏହା ଜରିଆରେ ଟିକା ନିର୍ମାତାଙ୍କୁ ସହଜ ଉପାୟରେ କଞ୍ଚାମାଲ ମିଳିବ।
ସୂଚନାଯୋଗ୍ୟ, ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକାର ଉପରାଷ୍ଚ୍ରପତି କମଲା ହାରିସ ଫୋନ୍ ଯୋଗେ କଥା ହୋଇଥିଲେ। ଏହି ସମୟରେ ଦୁଇ ଦେଶର ଟିକା ନୀତି ଏବଂ ଅର୍ଥନୀତିକ ଚ୍ୟାଲେଞ୍ଜକୁ ନେଇ ବିସ୍ତୁତ ଭାବରେ ଦୁଇ ଦେଶର ପ୍ରମୁଖ ନେତା ଆଲୋଚନା କରିଥିଲେ। ଏଥିସହ ଉଭୟ ଦେଶ ସହଯୋଗ ପାଇଁ ପରସ୍ପରକୁ ଧନ୍ୟବାଦ ଦେଇଥିଲେ। ସେହିପରି ଦେଶରେ କରୋନା ସ୍ଥିତି ସୁଧୁରିଲେ କମଲା ହାରିସଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି ମୋଦି। କମଲା ହାରିସ ଆମେରିକାର ପ୍ରଥମ ଉପରାଷ୍ଟ୍ରପତି ଯିଏକି ଜଣେ ଭାରତୀୟ ବଂଶୋଦ୍ଭବ। ପୂର୍ବରୁ କିନ୍ତୁ ଆମେରିକାର ବାଇଡେନ ସରକାର ଟିକା ଦେବା ପାଇଁ ଏବଂ କଞ୍ଚାମାଲ ଉପରେ ପ୍ରତିବନ୍ଧକ ହଟାଇବନି ବୋଲି କହିଥିଲା। ହେଲେ ଦେଶରେ ଜାତୀୟ ସୁରକ୍ଷାପରାମର୍ଶଦାତା ଅଜିତ ଡୋଭାଲ ଏବଂ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏହାକୁ ନେଇ ଆମେରିକାରେ ଥିବା ନିଜ ନିଜର ପ୍ରତିପକ୍ଷଙ୍କ ସହ ଆଲୋଚନା କରିବା ପରେ ଦୁଇ ଦେଶ ମଧ୍ୟରେ ଥିବା ଜଟିଳ କୂଟନୀତି ଏବେ ସରଳ ହୋଇଛି।
The post ନରମିଲା ଆମେରିକା, କରୋନା ଲଢେଇ ପାଇଁ ଏକାଠି ହେଲେ ମୋଦି-ବାଇଡେନ ସରକାର appeared first on Odisha Reporter.
from Odisha Reporter https://ift.tt/3yXX4JY
No comments:
Post a Comment