ମୁମ୍ବାଇ: ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ଦୀର୍ଘ ଦିନ ହେବ ଟିଭିରୁ ଦୂରେଇ ଯାଇ ସେ ଏବେ ବଲିଉଡରେ ବେଶ୍ ସକ୍ରିୟ ଅଛନ୍ତି। ଏଥିସହ ସେ ସୋଶାଲ ମିଡିଆରେ ମଧ୍ୟ ସକ୍ରିୟ। ଅନେକ ସମୟରେ ଅଙ୍କିତା ତାଙ୍କ ଫ୍ୟାନ୍ମାନଙ୍କ ପାଇଁ ନିଜର ଫଟୋ ଏବଂ ଭିଡିଓ ସେଆର କରନ୍ତି। କିନ୍ତୁ ଏବେ ଆଉ ତାହା ଦେଖିବାକୁ ମିଳିବନି। ସେ ତାଙ୍କର ଫଟୋ କିମ୍ବା ଭିଡିଓ ଆଉ ସେଆର କରିବେନି। କାରଣ ସୋଶାଲ ମିଡିଆ ଠାରୁ ଦୂରେଇ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଏହି ଅଭିନେତ୍ରୀ।
ସୁଶାନ୍ତ ସିଂ ରାଜପୁତଙ୍କ ଶ୍ରାଦ୍ଧ ବାର୍ଷିକୀ ପୂର୍ବରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ସବୁଦିନ ପାଇଁ ନୁହେଁ କିଛି ଦିନ ପାଇଁ ସେ ବ୍ରେକ୍ ନେବା ଲାଗି ଘୋଷଣା କରିଛନ୍ତି। ସୋଶାଲ ମିଡିଆରେ ପୋଷ୍ଟ କରି ସେ ନିଜେ ଏହାର ସୂଚନା ଦେଇଛନ୍ତି।
ଅଙ୍କିତା ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି। ଏଥିରେ ଲେଖା ଅଛି, ‘ଏହା ବିଦାୟ ନୁହେଁ, କିନ୍ତୁ କିଛି ସମୟ ପରେ ଆପଣଙ୍କୁ ଦେଖା କରିବି।’ ଏହି ପୋଷ୍ଟ ସହିତ, ଅଙ୍କିତା କ୍ୟାପସନରେ ବାଏ ବାଏ ଇମୋଜି ବ୍ୟବହାର କରିଛନ୍ତି। ଅଙ୍କିତାଙ୍କ ଏହି ପୋଷ୍ଟ ଦେଖି ତାଙ୍କ ଫ୍ୟାନ୍ସମାନେ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।
ତେବେ ସୋସିଆଲ ମିଡିଆଠାରୁ ଅଙ୍କିତାଙ୍କ କାହିଁକି ବ୍ରେକ୍ ନେଉଛନ୍ତି ତା’ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ଆଗକୁ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂଙ୍କ ଶ୍ରାଦ୍ଧ ବାର୍ଷିକୀ ଆସୁଛି। ବୋଧେ ଏଥିପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି। ଏଥି ସହିତ, ଫ୍ୟାନ୍ସମାନେ ମଧ୍ୟ ଅଙ୍କିତାଙ୍କ ଏଭଳି ପୋଷ୍ଟର କାରଣ ଜାଣିବାକୁ ଚାହାଁନ୍ତି ଯେ ସେ ସୋସିଆଲ ମିଡିଆଠାରୁ କାହିଁକି ଦୂରଇ ରହିବାକୁ ଚାହୁଁଛନ୍ତି? ଅନେକ ଫ୍ୟାନ୍ସ ଅଙ୍କିତାଙ୍କ ପୋଷ୍ଟରେ କମେଣ୍ଟ କରିଛନ୍ତି ଏବଂ ସେ ଏଭଳି କାହିଁକି ନିଷ୍ପତ୍ତି ନେଲେ ବୋଲି ପ୍ରଶ୍ନ ପଚାରିଛନ୍ତି। ଅଙ୍କିତାଙ୍କ ଏହି ପୋଷ୍ଟକୁ ଅନେକ ଫ୍ୟାନ୍ସ ଏହାକୁ ସୁଶାନ୍ତ ସିଂ ରାଜପୁତଙ୍କ ସହ ଯୋଡିଛନ୍ତି।
View this post on Instagram
The post ସୋଶାଲ ମିଡିଆରୁ ଦୂରେଇ ଗଲେ ଅଙ୍କିତା! appeared first on Odisha Reporter.
from Odisha Reporter https://ift.tt/3cjgFun
No comments:
Post a Comment