ଉପରାଷ୍ଟ୍ରପତିଙ୍କର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇବା ଟ୍ୱିଟରର ମନ୍ଦ ଉଦ୍ଦେଶ୍ୟ: କେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 5, 2021

ଉପରାଷ୍ଟ୍ରପତିଙ୍କର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇବା ଟ୍ୱିଟରର ମନ୍ଦ ଉଦ୍ଦେଶ୍ୟ: କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ମାଇକ୍ରୋ ବ୍ଲିଗିଂ ପ୍ଲାଟଫର୍ମ ଟ୍ୱିଟର ମଧ୍ୟରେ ବିବାଦ ଆହୁରି ତେଜିଛି। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏବଂ ପ୍ରମୁଖ ଆରଏସଏସ ନେତାଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ମାର୍କ ଟ୍ୱିଟର ହଟାଇବା ପରେ ଏହି ବିବାଦ ଚରମସୀମାରେ ପହଞ୍ଚିଛି। ତେବେ ଜାତୀୟ ଟିଭି ଚ୍ୟାନେଲରେ ଏହାକୁ ନେଇ ତର୍କ ଆରମ୍ଭ ହେବା ଦେଖି ଟ୍ୱିଟର ଏବେ ନିଜ ନିଷ୍ପତ୍ତିରେ ୟୁଟର୍ଣ୍ଣ ନେଇ ଭେଙ୍କେୟାଙ୍କ ଆକାଉଣ୍ଟରେ ପୁଣିଥରେ ବ୍ଲୁ ଟିକ୍ ମାର୍କ ଲଗାଇ ଦେଇଛି।

କେନ୍ଦ୍ର ସରକାରର ଆଇଟି ମନ୍ତ୍ରାଳୟ ଟ୍ୱିଟରର ଏଭଳି ଆଭିମୁଖ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛି। ଦେଶର ଦ୍ୱିତୀୟ ବ୍ୟକ୍ତିଙ୍କ ସହିତ ଟ୍ୱିଟର ଏଭଳି କରିବା ଆଦୌ ଗ୍ରହଣୀୟ ନୁହେଁ। ଉପରାଷ୍ଟ୍ରପତି କୌଣସି ରାଜନୀତିକ ବ୍ୟକ୍ତିବେଶଷ ନୁହନ୍ତି। ସେ ରାଜନୀତିକୁ ଉର୍ଦ୍ଦରେ ରହି ସାମ୍ୱାଧାନିକ ପଦବୀରେ ରହିଛନ୍ତି ବୋଲି ଆଇଟି ମନ୍ତ୍ରାଳୟ କହିଥିବା ସୂଚନା ରହିଛି। ଟ୍ୱିଟର ବ୍ଲୁ ଟିକ୍ ମାର୍କ ହଟାଇବା ମନ୍ଦ ଉଦ୍ଦେଶ୍ୟକୁ ସୂଚାଇଛି। ଆମେରିକାରେ ସାମ୍ୱାଧାନିକ ପଦବୀରେ ବସିଥିବା ଲୋକଙ୍କ ସହ ଏଭଳି କରିପାରିବ କି ବୋଲି ସରକାର ଟ୍ୱିଟରକୁ ପ୍ରଶ୍ନ କରିଛନ୍ତି। ଯଦି ଏଭଳି କରି ଟ୍ୱିଟର ଭାରତ ସରକାରଙ୍କ ଧୈର୍ଯ୍ୟ ପରୀକ୍ଷା କରୁଥିବା ତାହେଲେ ଏହା ଠିକ୍ ନୁହେଁ ବୋଲି ସରକାର କହିଛନ୍ତି।

ଯଦି ଉପରାଷ୍ଟ୍ରପତି ତାଙ୍କ ବ୍ୟକ୍ତିଗତ ଆକାଉଣ୍ଟରୁ ଅନେକ ଦିନ ହେବ ଟ୍ୱିଟ କରିନଥିବାରୁ ଏଭଳି ହୋଇଛି ତାହାଲେ ସୁଷମା ସ୍ୱରାଜ ଏବଂ ଅରୁଣ ଜେଟଲୀଙ୍କର ଆକାଉଣ୍ଟରୁ କେମିତି ବ୍ଲୁ ଟିକ୍ ମାର୍କ ହଟିନି ବୋଲି କେନ୍ଦ୍ର କହିଥିବା ସୂଚନା ରହିଛି।

ସେହିପରି ଆରଏସଏଏସ ମୁଖ୍ୟ ମୋହନ ଭାଗବତ, ପ୍ରମୁଖ ନେତା ସୁରେଶ ଜୋଶୀ, କୃଷ୍ଣଗୋପାଳ, ସୁରେଶ ସୋନୀ ଏବଂ ଅଖିଳ ଭାରତୀୟ ପ୍ରଚାରର ପ୍ରମୁଖ ଅରୁଣ କୁମାରଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ମାର୍କ ହଟାଇ ଦେଇଛି।

The post ଉପରାଷ୍ଟ୍ରପତିଙ୍କର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇବା ଟ୍ୱିଟରର ମନ୍ଦ ଉଦ୍ଦେଶ୍ୟ: କେନ୍ଦ୍ର appeared first on Odisha Reporter.



from Odisha Reporter https://ift.tt/2T0iIwC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages