ଲଗାଣ ବର୍ଷା ଯୋଗୁଁ ବେହାଲ କଟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 23, 2021

ଲଗାଣ ବର୍ଷା ଯୋଗୁଁ ବେହାଲ କଟକ

କଟକ(ଓଡ଼ିଶା ରିପୋର୍ଟର):ଲଗାଣ ବର୍ଷା ଯୋଗୁଁ ବେହାଲ ହୋଇଯାଇଛି କଟକ ସହର। କଟକ ସହର ର ବିଭିନ୍ନ ତଳି ଅଞ୍ଚଳ ରେ ଘଣ୍ଟା ଘଣ୍ଟା ଧରି ଜମି ରହିଥିଲା ବର୍ଷା ଜଳ। ଏପରିକି ସହରର ପ୍ରମୁଖ ରାସ୍ତା ବାଦାମବାଡି ଏବଂ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ମାଲଗୋଦାମ ରେ ମଧ୍ୟ ଦେଖିବାକୁ ମିଳିଥିଲା ଜଳବନ୍ଦୀ ସ୍ଥିତି । ଘଣ୍ଟା ଘଣ୍ଟା ଧରି ବର୍ଷା ଜଳ ଜମି ରହିବାରୁ ମାଲଗୋଦାମର ବ୍ୟବସାୟୀମାନେ ଅତ୍ୟଧିକ ଅସନ୍ତୋଷ ଜାହିର କରିଥିଲେ। ମାଲଗୋଦାମରେ ବର୍ଷା ଜଳ ରାସ୍ତା ଉପରେ ଲହଡ଼ି ମାରିବା ସହ ଅନେକ ଗୋଦାମ ରେ ମଧ୍ୟ ପଶି ଯାଇଥିଲା ।

ମାଲଗୋଦାମ ବ୍ୟବସାୟୀ ଙ୍କ କହିବା ମୁତାବିକ ମାଲଗୋଦାମ ରେ ରହିଥିବା ନାଳଗୁଡିକର ସଠିକ୍ ଭାବେ ସଫେଇ ହେଉ ନ ଥିବାରୁ ଏଭଳି ସ୍ଥିତି ଉପୁଜୁଛି । ଗତ ଗତବର୍ଷ ମଧ୍ୟ ଅନେକ ଗୋଦାମରେ ବର୍ଷା ପାଣି ପଶି ବିପୁଳ କ୍ଷତି ହୋଇଥିଲା।

ଆଉ ସମସ୍ୟାର ସମାଧାନ ପାଇଁ ଜିଲ୍ଳାପାଳ ଏବଂ ସି ଏମ୍ ସି କମିଶନର ନିର୍ଭର ଯୋଗ୍ୟ ପ୍ରତିଶୃତି ଦେଇଥିଲେ । ମାଲଗୋଦାମରୁ ବର୍ଷା ଜଳ ନିଷ୍କାସନ ପାଇଁ ସ୍ଵତନ୍ତ୍ର ଡ୍ରେନେଜ୍ ବ୍ୟବସ୍ଥା କରିବାକୁ ମଧ୍ୟ କହିଥିଲେ। ଏବେ ମଧ୍ୟ ପରିସ୍ଥିତି ପୂର୍ବ  ଭଳି ରହିଛି। ତେଣୁ ଯଦି ଏ ଦିଗରେ କିଛି ବି ପଦକ୍ଷେପ ଜିଲ୍ଳା ପ୍ରାଶାସନ କିମ୍ବା ସି ଏମ୍ ସି ପକ୍ଷରୁ ଉଠା ନ ଯାଏ ତାହା ହେଲେ ଆଗକୁ ଚାମ୍ବର୍ ଅଫ୍ କମର୍ସ ବାଧ୍ୟ ହୋଇ ବର୍ଷା ଜଳ ନିଷ୍କାସନ ପାଇଁ ନିଜ ଖର୍ଚ୍ଚରେ ସ୍ଵତନ୍ତ୍ର ଡ୍ରେନେଜ୍ ତିଆରି କରିବ ବୋଲି ସ୍ପଷ୍ଟ କରିଛନ୍ତି।

The post ଲଗାଣ ବର୍ଷା ଯୋଗୁଁ ବେହାଲ କଟକ appeared first on Odisha Reporter.



from Odisha Reporter https://ift.tt/3gQ8TuI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages