କଟକ(ଓଡ଼ିଶା ରିପୋର୍ଟର): ଆସନ୍ତା କାଲି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଷ୍ଟେଟ ଓପନ ସ୍କୁଲ ଓ ମଧ୍ୟମା ରେଜଲ୍ଟ ବି ପ୍ରକାଶ ପାଇବ। କଟକ BSE ମୁଖ୍ୟାଳୟରେ ଅପରାହ୍ନ ୪ଟାରେ ପ୍ରକାଶ ପାଇବ। ସନ୍ଧ୍ୟା ୬ଟା ପରେ ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ।। ୱେବସାଇଟ୍- www.bseodisha.ac.inରେ ରେଜଲ୍ଟ ମିଳିବ।
ଇଣ୍ଟରନେଟ୍ ସୁବିଧା ନ ଥିଲେ SMS କରି ରେଜଲ୍ଟ ଜାଣିହେବ। OR01 < Roll N0 > ଲେଖି 5676750କୁ SMS କଲେ ରେଜଲ୍ଟ।
କିଛି ଦିନ ପୂର୍ବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ କହିଥିଲେ ଯେ, ଚଳିତ ଜୁନ୍ ମାସ ଶେଷ ସୁଦ୍ଧା ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ । ମାଟ୍ରିକ ମୂଲ୍ୟାୟନ କାର୍ଯ୍ୟ ସଠିକ୍ ଭାବେ କରାଯାଉଛି।
ତେବେ କରୋନା ଯୋଗୁ ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ମ୍ୟାଟ୍ରିକ୍ ଫଳାଫଳ ନେଇ ଚୂଡ଼ାନ୍ତ ପଦ୍ଧତିକୁ ବୋର୍ଡ ଅନୁମୋଦନ ଦେଇଥିଲା। ସେହି ଫର୍ମୁଲା ଅନୁଯାୟୀ, ନବମ ଓ ଦଶମ ଶ୍ରେଣୀର ମାର୍କ ଆଧାରରେ ମୂଲ୍ୟାୟନ କରାଯାଇଛି। ନବମର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ମାର୍କକୁ ବିଚାରକୁ ନିଆଯିବ ବୋଲି କୁହାଯାଇଥିଲା । ଦଶମର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପ୍ରାକ୍ଟିସ୍ ପରୀକ୍ଷା ମାର୍କକୁ ମଧ୍ୟ ବିଚାର କରାଯିବ ବୋଲି କୁହାଯାଇଥିଲା। ନବମର ୪୦%, ଦଶମର ୬୦% ମାର୍କକୁ ଗୁରୁତ୍ୱ ଦିଆଯିବା ନେଇ ପ୍ରସ୍ତାବ ରହିଥିଲା । ଦଶମରେ କୌଣସି ପରୀକ୍ଷା ଦେଇ ନଥିଲେ ନବମ ମାର୍କକୁ ବିଚାର କରାଯିବ।
ଦଶମରେ ଗୋଟିଏ ପରୀକ୍ଷା ଦେଇଥିଲେ ନବମର ୭୦% ମାର୍କକୁ ଗୁରୁତ୍ୱ ଦିଆଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇ ଥିଲା। ଗତ ଏପ୍ରିଲ୍ ୨୪ ତାରିଖରେ ମ୍ୟାଟ୍ରିକ୍ ପରୀକ୍ଷାକୁ ଆନୁଷ୍ଠାନିକ ଭାବେ ବାତିଲ୍ କରାଯାଇଥିଲା।
ସୂଚନାଯୋଗ୍ୟ, ରେଗୁଲାର, ଏକ୍ସରେଗୁଲାର, ମଧ୍ୟମା ପିଲାଙ୍କୁ ମିଶାଇ ଚଳିତ ବର୍ଷ ୬ ଲକ୍ଷ ୪୭ ହଜାର ପିଲା ପରୀକ୍ଷା ଦେଇଥାନ୍ତେ। ଏଥିନିମନ୍ତେ ୩୩ଶହ କେନ୍ଦ୍ରକୁ ପ୍ରସ୍ତୁତ କରାଯାଇଥିଲା। ପିଲାମାନେ ନିଜ କେନ୍ଦ୍ରରେ ପରୀକ୍ଷା ଦେଇଥାନ୍ତେ। ଦଶମ ଶ୍ରେଣୀ ପିଲାଙ୍କ ନିମନ୍ତେ ଜାନୁଆରୀ ୨୮ ତାରିଖରୁ ଏପ୍ରିଲ ୨୫ ପର୍ଯ୍ୟନ୍ତ ୧୦୦ ଦିନିଆ ପାଠପଢ଼ା ଚାଲିଥିଲା। ପରୀକ୍ଷା ନିମନ୍ତେ ପିଲାମାନଙ୍କୁ ପ୍ରସ୍ତୁତ କରାଯାଉଥିବା ବେଳେ ସେମାନେ ୮୦ ମାର୍କର ପରୀକ୍ଷା ଦେଇଥାନ୍ତେ।
The post କାଲି ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ appeared first on Odisha Reporter.
from Odisha Reporter https://ift.tt/3zM77lI
No comments:
Post a Comment