ଡେରାଡୁନ୍: କଂଗ୍ରେସର ବରିଷ୍ଠ ନେତ୍ରୀ ଏବଂ ଉତ୍ତରାଖଣ୍ଡ ବିଧାନସଭାରେ ବିରୋଧୀ ଦଳ ନେତ୍ରୀ ଇନ୍ଦିରା ଇନ୍ଦିରା ହୃଦୟେଶଙ୍କର ରବିବାର ନୂଆଦିଲ୍ଲୀରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। କଂଗ୍ରେସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସେ ଶନିବାର ନୂଆଦିଲ୍ଲୀରେ ପ୍ରଦେଶ କଂଗ୍ରେସ ପ୍ରଭାବୀ ଦେବେନ୍ଦ୍ର ଯାଦବଙ୍କୁ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ସାମିଲ୍ ହୋଇଥିଲେ। ହେଲେ ରବିବାର ହୃହଘାତ କାରଣରୁ ତାଙ୍କର ଦେହାନ୍ତ ହୋଇଛି।
ଇନ୍ଦିର ହୃଦୟେଶଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି, ଇନ୍ଦିରା ହୃଦୟେଶ ଜି ଅନେକ ସାମ୍ପ୍ରଦାୟିକ ସେବା ପ୍ରୟାସରେ ସବୁଠାରୁ ଆଗରେ ଥିଲେ। ସେ ଜଣେ ପ୍ରଭାବଶାଳୀ ବିଧାୟକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ତାଙ୍କ ପାଖରେ ସମୃଦ୍ଧ ପ୍ରଶାସନିକ ଅଭିଜ୍ଞତା ମଧ୍ୟ ଥିଲା। ତାଙ୍କ ଦେହାନ୍ତରେ ମୁଁ ବହୁତ ଦୁଃଖି। ତାଙ୍କ ପରିବାର ଓ ସମର୍ଥକଙ୍କ ପ୍ରତି ମୋର ସମବେଦନା।
Dr. Indira Hridayesh Ji was at the forefront of several community service efforts. She made a mark as an effective legislator and also had rich administrative experience. Saddened by her demise. Condolences to her family and supporters. Om Shanti: PM @narendramodi
— PMO India (@PMOIndia) June 13, 2021
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ମଧ୍ୟ ଇନ୍ଦିରାଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି। ରାହୁଲ୍ ଟୁଇଟ୍ କରି କହିଛନ୍ତି, ଉତ୍ତରାଖଣ୍ଡରେ କଂଗ୍ରେସ ପାର୍ଟିର ଏକ ମଜଭୁତ୍ ନେତା ଡା. ଇନ୍ଦିର ହୃଦୟେଶଙ୍କ ଦେହାନ୍ତର ଦୁଃଖଦ ଖବର ମିଳିଲା। ସେ ଶେଷ ପର୍ୟ୍ୟ ନ୍ତ ଜନସେବା ଓ କଂଗ୍ରେସ ପରିବାର ପାଇଁ କାର୍ୟ୍ୟ କରିଛନ୍ତି। ତାଙ୍କର ସାମାଜିକ ଓ ରାଜନୀତିକ ଯୋଗଦାନ ବହୁତ ପ୍ରେରଣାଦାୟୀ। ତାଙ୍କ ପ୍ରିୟଜନଙ୍କ ପ୍ରତି ଶୋକ ସମବେଦନା।
ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ବତ ମଧ୍ୟ ଇନ୍ଦିରା ହୃଦୟେଶଙ୍କ ଦେହାନ୍ତରେ ଦୁଃଖ ଜଣାଇଛନ୍ତି। ସେ କହିଛନ୍ତି, ଉତ୍ତରାଖଣ୍ଡ ରାଜ୍ୟର ବରିଷ୍ଠ ନେତ୍ରୀ, ପୂର୍ବତନ ମନ୍ତ୍ରୀ ଓ ବର୍ତ୍ତମାନ ବିଧାନସଭାର ବିରୋଧୀ ନେତା ରହିଥିଲେ। ମୋ ବଡ଼ ଭଉଣୀ ସଦୃଶ ଶ୍ରୀମତୀ ଇନ୍ଦିରା ହୃଦୟେଶ ଜୀଙ୍କର ଦେହାନ୍ତର ଦୁଃଖଦ ଖବର ମିଳିଛି। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ।
ସୂଚନାଯୋଗ୍ୟ, ଇନ୍ଦିରା ହୃଦୟେଶ ୧୯୭୪ରେ ଉତ୍ତର ପ୍ରଦେଶ ବିଧାନ ପରିଷଧରେ ପ୍ରଥମଥର ନିର୍ବାଚିତ ହୋଇଥିଲେ। ଯାହା ପରେ ୧୯୮୬, ୧୯୯୨ ଓ ୧୯୯୮ରେ ଇନ୍ଦିର ଲଗାତର ଉତ୍ତର ପ୍ରଦେଶର ଅପରାଜେୟ ବିଧାନ ପରିଷଦ ପାଇଁ ଚୟନ ହୋଇଥିଲେ। ୨୦୦୦ ମସିହାରେ ଅନ୍ତରୀଣ ଉତ୍ତରାଖଣ୍ଡ ବିଧାନସଭାରେ ବିରୋଧୀ ଦଳ ନେତା ହୋଇଥିଲେ।
The post କଂଗ୍ରେସ ନେତ୍ରୀ ଇନ୍ଦିରା ହୃଦୟେଶଙ୍କ ପରଲୋକ, ଶୋକ ଜଣାଇଲେ ପ୍ରଧାନମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/3pWlpMg
No comments:
Post a Comment