ମୋଦିଙ୍କ ବିକଳ୍ପ ଖୋଜିବାକୁ ଯାଇ ଦଳୀୟ ନେତୃତ୍ୱଙ୍କୁ ବାଣ ମାରିଲେ ଶିବଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 13, 2021

ମୋଦିଙ୍କ ବିକଳ୍ପ ଖୋଜିବାକୁ ଯାଇ ଦଳୀୟ ନେତୃତ୍ୱଙ୍କୁ ବାଣ ମାରିଲେ ଶିବଲ୍‌

ନୂଆଦିଲ୍ଲୀ: ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଳ୍ପର ଅଭାବ ରହିଛି। ଏଭଳି କହି କଂଗ୍ରେସ ନେତାଙ୍କ ଅସ୍ଥିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ପୂର୍ବତନ ଆଇନ୍‌ମନ୍ତ୍ରୀ କପିଲ ଶିବଲ। ସେ କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ବିକଳ୍ପ ବାଛିବାକୁ ହେଲେ କଂଗ୍ରେସରେ ସାଂଗଠନିକ ସ୍ତରରେ ନିର୍ବାଚନ କରିବାର ଆବଶ୍ୟକ ରହିଛି। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସ୍ତରରେ ବ୍ୟାପକ ସଂସ୍କାର ଆଣିବାର ରହିଛି। ତା’ପରେ ଯାଇ ବିକଳ୍ପ ନେତା ସୃଷ୍ଟି ହୋଇପାରିବେ ବୋଲି କପିଲ ଶିବଲ କହିଛନ୍ତି।

ନିକଟରେ କଂଗ୍ରେସକୁ ବାଏ ବାଏ କହି ବିଜେପିରେ ସାମିଲ ହୋଇଛନ୍ତି ୟୁପିର ବ୍ରାହ୍ମଣ ନେତା ଜିତନ ପ୍ରସାଦ। ଏହାପରେ ପରେ କପିଲ ଶିବଲ ପୁଣିଥରେ ମୋଦିଙ୍କ ବିକଳ୍ପ ନାହିଁ ବୋଲି କହିଛନ୍ତି। ଦେଶରେ ରାଜନୀତିକ ବିକଳ୍ପର ଅଭାବ ରହିଛି। ବିକଳ୍ପ ଭାବରେ ମଜବୁତ, ବିଶ୍ୱସନୀୟ ବିରୋଧୀର ଆବଶ୍ୟକ ଅଛି ବୋଲି କହିଛନ୍ତି କପିଲ ଶିବଲ। କଂଗ୍ରେସ ଦେଶର ସର୍ବପୁରାତନ ଦଳ। ଏବେ ସଂଗଠନରେ ପରିବର୍ତ୍ତନ କରି ବିକଳ୍ପ ବା ବିଶ୍ୱସନିୟତା ଫେରାଇ ଆଣିବା ଦରକାର। ଏଭଳି କରିପାରିଲେ ଜଣାପଡ଼ିବ, କଂଗ୍ରେସ ସକ୍ରିୟ ରହିଛି ବୋଲି କପିଲ ଶିବଲ କହିଛନ୍ତି।

କପିଲ ଶିବଲ କହିଛନ୍ତି, “କଂଗ୍ରେସରେ ସାଂଗଠନିକ ସ୍ତରରେ ନିର୍ବାଚନ କରିବାର ଆବଶ୍ୟକ ରହିଛି, କେନ୍ଦ୍ର ଓ ରାଜ୍ୟ ସ୍ତରରେ ବ୍ୟାପକ ସଂସ୍କାର ଆଣିବା ଆବଶ୍ୟକ। ସେ ଏହା ମଧ୍ୟ କହିଛନ୍ତି ଯେ କଂଗ୍ରେସର ଭେଟେରାନ ନେତା ମାନେ ଏ ଦିଗରେ ପଦକ୍ଷେପ ନେବା ଦରକାର। ଯୁବକମାନଙ୍କୁ ଏକଜୁଟ କରି ଏକ ସନ୍ତୁଳନ ସୃଷ୍ଟି କରିବା ଦରକାର ବୋଲି ସେ କହିଛନ୍ତି।”

ଗତ ବର୍ଷ ଦଳର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କୁ ଦଳରେ ସଂସ୍କାର ଆଣିବାକୁ ଲେଖିଥିବା ନେତାଙ୍କ ମଧ୍ୟରେ ଶିବଲ ମଧ୍ୟ ଥିଲେ। ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ବିଜେପିର କୌଣସି ବିକଳ୍ପ ନାହିଁ। ତେବେ ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାରେ ରହିବାର ନୈତିକତା ଅଧିକାର ହରାଇଛନ୍ତି।

ସୂଚନାଯୋଗ୍ୟ, ୨୦୧୪ରେ ଦେଶରେ ମୋଦି ସରକାର ଆସିବା ପରେ ଏହି ଦଳ କ୍ରମଶଃ ଅସ୍ଥିତ୍ୱ ହରାଇ ବସିଛି। ଏହାରି ଭିତରେ କଂଗ୍ରେସ କର୍ମୀ ଓ ବଡ଼ ବଡ଼ ନେତା ଦଳରେ ଉପରୁ ତଳ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି। ହେଲେ ଯିଏ ଏହି ଦାବି କରିଛି ତାକୁ ଗାନ୍ଧୀ ପରିବାର ମୁହଁ ମୋଡ଼ି ଦେଇଛି। ଏଭଳି କହି କପିଲ ଶିବଲ ସମେତ ୨୨ କଂଗ୍ରେସ ନେତା କୋଣଠେସା ହୋଇ ରହିଛନ୍ତି।

The post ମୋଦିଙ୍କ ବିକଳ୍ପ ଖୋଜିବାକୁ ଯାଇ ଦଳୀୟ ନେତୃତ୍ୱଙ୍କୁ ବାଣ ମାରିଲେ ଶିବଲ୍‌ appeared first on Odisha Reporter.



from Odisha Reporter https://ift.tt/3xlFUnM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages