ଫ୍ରିଡ଼ା ଦେଲେ ଖୁସି ଖବର, ଘରକୁ ଆସିବେ ‘ବେବି ଟ୍ରାନ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 28, 2021

ଫ୍ରିଡ଼ା ଦେଲେ ଖୁସି ଖବର, ଘରକୁ ଆସିବେ ‘ବେବି ଟ୍ରାନ୍‌’

ମୁମ୍ବାଇ:  ସ୍ଲମଡଗ୍‌ ମିଲେନିୟର ଫେମ୍‌ ଫ୍ରିଡ଼ା ପିଣ୍ଟୋ ଦେଲେ ଖୁସି ଖବର। ଫ୍ରିଡ଼ାଙ୍କ ଘରକୁ ଆସୁଛନ୍ତି ନୂଆ ଅତିଥି।  ଗତବର୍ଷ କୋରି ଟ୍ରାନ୍‌ଙ୍କ ସହ ଫ୍ରିଡାଙ୍କ ଏନଗେଜମେଣ୍ଟ ହୋଇଥିବା ବେଳେ ଏବେ ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଖୁସି ଖବର ଦେଇଛନ୍ତି।

ନିଜ ବେବି ବମ୍ପ ଫ୍ଲଣ୍ଟ କରୁଥିବା ଫ୍ରିଡ଼ା କୋରିଙ୍କ ସହ ବେଶ୍‌ ଖୁସି ଦେଖାଯାଉଥିବାର ଫଟୋ ନିଜ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ଫଟୋ ଶେଆର କରି ଫ୍ରିଡ଼ା  ଘରକୁ ‘ବେବି ଟ୍ରାନ୍‌’ ଆସିବାର ଅଛି ବୋଲି କ୍ୟାପସନ୍‌ ଦେଇଛନ୍ତି। ଏହି ଫଟୋ ଖୁବ୍‌ ଶୀଘ୍ର ଭାଇରାଲ ହେବା ସହ ଫ୍ରିଡାଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ।

ଫ୍ରିଡ଼ା ଓ ଟ୍ରାନ୍‌ ୨୦୧୯ ମସିହାରେ ଏନଗେଜମେଣ୍ଟ କରିଥିବା ବେଳେ ଫ୍ରିଡ଼ା ଏ ନେଇ ନିଜ ସୋଶାଲ ମିଡିଆରେ ଫଟୋ ଛାଡ଼ିଥିଲେ। ଟ୍ରାନ୍‌ ଜଣେ ଫଟୋଗ୍ରାଫର ବୋଲି ଜଣାପଡ଼ିଛି।

freida-pinto-and-cory-tran

ମୁମ୍ବାଇରେ ଜନ୍ମିତ ଭାରତୀୟ ଅଭିନେତ୍ରୀ ଫ୍ରିଡ଼ା ସ୍ଲମଡଗ ମିଲେନିୟରରେ ଅଭିନୟ କରି ଖୁବ୍‌ ପ୍ରଶଂସା ସାଉଣ୍ଟିଥିଲେ। ସେ ମୁଖ୍ୟତଃ ଆମେରିଆ ଓ ବ୍ରିଟିଶ ଫିଲ୍ମରେ କାମ୍‌ କରିଥାନ୍ତି।  ମୁମ୍ବାଇର ସେଣ୍ଟ ଜାଭିୟର୍ସ କଲେଜରେ ପାଠ ପଢ଼ିଥିବା ଫ୍ରିଡ଼ା ପିଲା ଦିନୁ ଜଣେ ଅଭିନେତ୍ରୀ ହେବାକୁ ଚାହୁଁଥିଲେ।  ଏପରିକି କ୍ୟାରିଅର ଆରମ୍ଭରେ ସେ ଜଣେ ମଡେଲ ଓ ଟେଲିଭିଜନ ପ୍ରେଜେଣ୍ଟର ଭାବେ ମଧ୍ୟ କିଛି ଦିନ କାମ କରିଛନ୍ତି।

କୋରି ଟ୍ରାନ୍‌ଙ୍କ ପୂର୍ବରୁ ଫ୍ରିଡ଼ା ସ୍ଲମଡଗ ମିଲେନିୟର ଫେମ୍‌  ଦେବ ପଟେଲଙ୍କୁ ଡେଟ କରୁଥିଲେ। କିନ୍ତୁ ଦୁହିଁଙ୍କ ସମ୍ପର୍କ ବେଶି ଦିନ ତିଷ୍ଠି ପାରି ନ ଥିଲା ଓ ୨୦୧୪ ମସିହାରେ ଏହି ସମ୍ପର୍କରେ ପୂର୍ଣ୍ଣଛେଦ ପଡ଼ି ଯାଇଥିଲା।

 

View this post on Instagram

 

A post shared by Freida Pinto (@freidapinto)

The post ଫ୍ରିଡ଼ା ଦେଲେ ଖୁସି ଖବର, ଘରକୁ ଆସିବେ ‘ବେବି ଟ୍ରାନ୍‌’ appeared first on Odisha Reporter.



from Odisha Reporter https://ift.tt/3qxWKO6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages